୫ ବର୍ଷ ହେବ ଅଧାପନ୍ତରିଆ ତର୍ଲାକୋଟା ପୋଲ

ବାଲିମେଳା,୨୩ା୬(ଶିବଦତ୍ତ ସାହୁ): ମାଲକାନଗିରି  ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପୋଲ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷାଦିନେ ଯାତାୟାତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିମେଳା ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାଜ୍ୟ ରାଜପଥ ତଥା ଜିଲାର କୋରୁକୋଣ୍ଡା ବ୍ଲକ ତର୍ଲାକୋଟାଠାରେ। ୫ ବର୍ଷ ପୂର୍ବେ ତର୍ଲାକୋଟା ନଦୀ ଉପରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ପୋଲ  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରିବା ପାଇଁ ଟେଣ୍ଡର ସରିବା ପରେ ଆନ୍ଧ୍ରପ୍ରଦେଶର ଆର୍‌ଆର୍‌ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଠିକା କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ  ଆଜକୁ ୫ ବର୍ଷ ବିତିଥିଲେ ମଧ୍ୟ ଏହି ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଫଳରେ ଲୋକେ ବର୍ଷାଦିନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ା ବର୍ଷା ହେଲେ ତର୍ଲାକୋଟାଠାରେ ଥିବା ବହୁ ପୁରାତନ ତଳୁଆ ପୋଲ ଉପରେ ପ୍ରାୟ ୫ ଫୁଟରୁ ଅଧିକ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହୋଇଥାଏ। ଦୀର୍ଘ ବର୍ଷ ହେବ ଏହି ପୋଲରେ ବର୍ଷାଜଳ ମାଡ଼ ହେଉଥିବାରୁ ପୋଲଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି।  ଏହି ପୋଲ ଦେଇ ଦୈନିକ ଜିଲାର ବିଭିନ୍ନ ଅଞ୍ଚଳକୁ ଅନେକ ଯାତ୍ରୀବାହୀ ବସ୍‌ ,ମାଲ୍‌ ବୋଝେଇ ଟ୍ରକ୍‌, ପିଡିଏସ୍‌ ସାମଗ୍ରୀଠାରୁ ଆରମ୍ଭକରି ବିଭିନ୍ନ ଖାଦ୍ୟ ସାମଗ୍ରୀ ଟ୍ରକ୍‌ ଓ ଆମ୍ବୁଲାନ୍ସ ସମେତ ବିଭିନ୍ନ ଛୋଟ ବଡ଼ ଗାଡ଼ିମୋଟର ଯାତାୟାତ କରୁଛି। ବର୍ଷାଦିନେ ପୋଲ ଉପରେ ନଦୀପାଣି ପ୍ରବାହିତ ହେଉଥିବା ଯୋଗୁ ମାଲକାନଗିରିରୁ ବାଲିମେଳା, ଚିତ୍ରକୋଣ୍ଡା, କୁଡୁମୁଲୁଗୁମା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯୋଗାଯୋଗ ବାରମ୍ବାର ବିଚ୍ଛିନ୍ନ ହୋଇଥାଏ।  ଏହି ପୋଲ ଉପରେ ପାଣି ବୁଡି ରହିବା ସମୟରେ ୨ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଓ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅଟକି ରହିଥାନ୍ତି। ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଅର୍ଦ୍ଧ ନିର୍ମିତ ପୋଲ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷକରି ଏହାକୁ ଲୋକାର୍ପିତ କରିବା ପାଇଁ ରାଜନେତାଙ୍କଠାରୁ ଆରମ୍ଭ କରି ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବିକରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଚଳିତ ବର୍ଷ ଲଗାଣ ବର୍ଷା ଆରମ୍ଭ ହେବା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ କରା ନ ଯାଏ, ତେବେ ଆଗାମୀ ଦିନରେ ପୁଣି ପୂର୍ବ ଭଳି ସମସ୍ୟା ଦେଖାଦେବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।
ଏ ସମ୍ପର୍କରେ  ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନୀହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ତର୍ଲାକୋଟା ନୂତନ ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି। ଏହାର ଦୁଇ ପାର୍ଶ୍ୱରେ ଥିବା ଆପ୍ରୋଚ୍‌ ରୋଡ୍‌ ତିଆରି ଲାଗି ଜାଗା ସମସ୍ୟା ପାଇଁ କାମ ନ ହୋଇ ବନ୍ଦ ରହିଛି। ଆପ୍ରୋଚ୍‌ ରୋଡ୍‌ ପାଇଁ ଆବଶ୍ୟକ ହେଉଥିବା ଜମି ଓ ଜାଗାର ଏସ୍‌ସି କ୍ଲିଅରାନ୍ସ ଅନୁମୋଦନ ପାଇଁ ପଠାଯାଇଛି। ପ୍ରାୟ ୮ ଦିନ ପରେ କ୍ଲିଅରାନ୍ସ  ଏବଂ ଆମକୁ ଜମି ହସ୍ତାନ୍ତର ହେବା ପରେ ତୁରନ୍ତ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri