Posted inରାଜ୍ୟ

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ଏହାର ଦୁଇ ସପ୍ତାହ ଅର୍ଥାତ୍‌ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ନାହିଁ ବୋଲି ଘରୋଇ ସଂସ୍ଥା ସ୍କାଏମେଟ୍‌ ଅନୁମାନ କରିଛି। ଏହା ଛଡ଼ା ଏଲ ନିନ୍ୟୋ ମୌସୁମୀକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏଥିଯୋଗୁ ରାଜ୍ୟରେ ମଧ୍ୟ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତେବେ ପାଣିପାଗ ବିଭାଗ ଏହାକୁ ଖଣ୍ଡନ କରିଛି। ଦେଶର କେତେକ ଭାଗରେ ସ୍ବଳ୍ପ ବୃଷ୍ଟିପାତ ଅନୁମାନ କରିଥିବା ବେଳେ ମଧ୍ୟ ଭାରତୀୟ ରାଜ୍ୟଗୁଡ଼ିକରେ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ପ୍ରାକ୍‌ ମୌସୁମୀ ବର୍ଷାରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରାକ୍‌ ମୌସୁମୀ ବର୍ଷା ହ୍ରାସ ପାଇବା ସହିତ ମୌସୁମୀ ଆଗମନରେ ବିଳମ୍ବ ଦେଖାଦେଇଛି। ସାଧାରଣତଃ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ୧୩୧.୫ମିଲି ମିଟର ହୋଇଥାଏ। ଚଳିତବର୍ଷ ଏ ପର୍ଯ୍ୟନ୍ତ ମାତ୍ର ୯୯ ମିଲିମିଟର ପ୍ରାକ୍‌ ମୌସୁମୀ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।
ରାଜ୍ୟରେ ପାଗ ପରିବର୍ତ୍ତନ ହୋଇଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ପାରଦ ୪୦ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଯାଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହିତ ରାଜ୍ୟର ଅଧିକାଂଶ
ଭାଗରେ ଘଡ଼ଘଡ଼ି ସହ ପ୍ରାକ୍‌ ମୌସୁମୀ ବର୍ଷା ହେଉଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପୁଣି ଗ୍ରୀଷ୍ମ ଲେଉଟିଛି। ବୁଧବାର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ଝାରୁସୁଗୁଡାରେ ସର୍ବାଧିକ ୪୫.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୪୨.୧, ସମ୍ବଲପୁର ୪୩.୨, ସୁନ୍ଦରଗଡ ୪୧, ହୀରାକୁଦ ୪୨.୯, ଭବାନୀପାଟଣା ୪୦, ବଲାଙ୍ଗୀର ୪୦, ଫୁଲବାଣୀ ୪୦, ଟିଟିଲାଗଡ ୪୨.୨, ମାଲକାନଗିରି ୪୦.୬ ଏବଂ ସୋନପୁରରେ ସର୍ବାଧିକ ୪୧.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ଅନୁଗୋଳ ଆଦି ଜିଲାର କେତେକ ସ୍ଥାନରେ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ତେଲର ତଣ୍ଟି ଚିପିପାରେ ହର୍ମୁଜ ସଙ୍କଟ, ବିଶ୍ୱର ଜୀବନ ରେଖା ଉପରେ ଘନଉଛି ବିପଦ

ତେହରାନ,୭।୫: ପଶ୍ଚିମ ଏସିଆର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ କରିଡର ଆଉ କେବଳ ଏକ ବାଣିଜ୍ୟ ପଥ ନୁହେଁ; ଏହା ବିଶ୍ୱ ଶକ୍ତି ସଂଘର୍ଷର ଏକ ବିସ୍ଫୋରକ କେନ୍ଦ୍ରରେ…

‘ମୋ’ ଅବସ୍ଥା ଦେଖିନିଅ, ଭୁଲ୍‌ରେ ବିବାହ କରନି…’ ପୋଷ୍ଟର ଧରି ବସିଛନ୍ତି ସ୍ବାମୀ, ନର୍କ ହୋଇଯାଇଛି… 

ହାଜିପୁର,୭।୫: ସାଧାରଣତଃ ବିବାହକୁ ଜୀବନର ଏକ ନୂଆ ଏବଂ ସୁନ୍ଦର ଆରମ୍ଭ ବୋଲି କୁହାଯାଏ। କିନ୍ତୁ ବିହାରର ବୈଶାଳୀ ଜିଲା ହାଜିପୁରରୁ ଏଭଳି ଏକ ଘଟଣା ସାମ୍ନାକୁ…

ଭାଜପା ଛାଡିଲେ ଚିରାଗ ପାଶଓ୍ବାନ! କହିଲେ ଏକେଲା ଲଢିବେ ନିର୍ବାଚନ

ନୂଆଦିଲ୍ଲୀ,୭।୫: ପଞ୍ଜାବ ରାଜନୀତିରେ ଏକ ସାହସିକ ପଦକ୍ଷେପ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବରେ ଲଢ଼ିବ…

ଇରାନ ସହ ଯୁଦ୍ଧ ମଧ୍ୟରେ ଖୋଲିଲା ଟ୍ରମ୍ପଙ୍କ ଭାଗ୍ୟ!

ତେହରାନ,୭।୫: ଇରାନ ସହିତ ବଢୁଥିବା ଉତ୍ତେଜନା ଏବଂ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ଆମେରିକା ପାଇଁ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଖବର ଆସିଛି। ଆମେରିକୀୟ ମାଟି ତଳେ…

ଟ୍ରେନ୍‌ ଆଗକୁ ଆସି ଜୀବନ ହାରିଦେଲେ ଆଇଟିଆଇ ଛାତ୍ରୀ, ଟ୍ରାକ୍‌ରେ ପଡ଼ିଛି…

ବ୍ରହ୍ମପୁର,୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସରକାରୀ ରେଳବାଇ ଥାନା(ଜିଆରପି) ଅନ୍ତର୍ଗତ ଆମ୍ବପୁଆ ରେଳଫାଟକ ନିକଟରେ ଗୁରୁବାର ଜଣେ ଆଇଟିଆଇ ଛାତ୍ରୀ ଟ୍ରେନ୍‌ ଆଗକୁ ଆସି…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଏପରି ହୋଇଥିଲା ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଫୁଟେଜ୍ ବୁଧବାର ରାତି ୧୦ଟା୦୮ ସମୟର…

ଫିଲ୍ମ ଜଗତରୁ ବ୍ରେକ୍‌ ନେଲେ ଅକ୍ଷୟ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ସବୁଠାରୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ ଅକ୍ଷୟ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ନାହିଁ। ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ଆଗାମୀ ଫିଲ୍ମର କେରଳ କାର୍ଯ୍ୟସୂଚୀ ସମାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri