Posted inରାଜ୍ୟ

ଜଳ ଯୋଗାଣ ବନ୍ଦ, ଚୁଆ ପାଣି ଭରସା

ଖଣ୍ଡପଡା,୬ା୬(ସ୍ବ.ପ୍ର.): ନୟାଗଡ ଜିଲା ଧାନଚାଙ୍ଗଡା ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଗତ ରବିବାର କାଳବୈଶାଖୀରେ ଉକ୍ତ ଗ୍ରାମକୁ ଯୋଗାଯାଉଥିବା ଜଳ ଯୋଗାଣ ପ୍ରକଳ୍ପର ଲୁହା ସ୍ଲାବ ସହ ଯୋଗାଣ ପାଇପ ଉଡିଯିବାରୁ ଜଳ ଯୋଗାଣ ବନ୍ଦ ରହିଛି । ଦୀର୍ଘ ୫ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ଲକ୍ଷ୍ମୀପ୍ରସାଦବାସୀଙ୍କ ବାରମ୍ବାର ଦାବି ପରେ ଗତ ୧୫ ଦିନ ତଳେ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ଜଳ ଯୋଗାଣ ପ୍ରକଳ୍ପଟି ପୁଣି ବନ୍ଦ ହୋଇ ଯାଇଛି। ଫଳରେ ଗ୍ରାମବାସୀ ପୂର୍ବପରି ପାଣି ମୁନ୍ଦେ ପାଇଁ ଦୀର୍ଘ ପ୍ରାୟ ଏକ କିଲୋମିଟର ଦୂର କମେଇ ନଦୀକୁ ଯାଇ ଦୂଷିତ ଚୁଆ ପାଣିକୁ ସଂଗ୍ରହ କରୁଥିବା ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଯେ, ଧାନଚେଙ୍ଗଡା ପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡକୁ ନେଇ ଲକ୍ଷ୍ମୀପ୍ରସାଦ ଗ୍ରାମ ଗଠିତ ା ଗ୍ରାମର ଲୋକ ସଂଖ୍ୟା ୧ହଜାରରୁ ଊର୍ଦ୍ଧ୍ୱ। ଏହି ଗ୍ରାମରେ ୬ଟି ନଳକୂପ ରହିଥିଲେ ମଧ୍ୟ ତାହା ପାନୀୟ ଉପଯୋଗୀ ନୁହେଁ ଏବଂ ୨ଟି କୂଅ ରହିଥିଲେ ମଧ୍ୟ ସେଗୁଡିକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ନୂଆଗାଁ(ଲକ୍ଷ୍ମୀପ୍ରସାଦ) ଗ୍ରମବାସୀଙ୍କୁ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ଦୀର୍ଘ ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରା ଯାଇଥିଲା ା ଏହି ଯୋଜନାରେ କମେଇ ନଦୀର ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ନିକଟରେ ଏକ ବୋର ୱେଲ ଖନନ କରାଯାଇ ମୋଟର ପମ୍ପ ମାଧ୍ୟମରେ ଲକ୍ଷ୍ମୀ ପ୍ରସାଦ ଗ୍ରାମବାସୀଙ୍କୁ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା ା ମାତ୍ର ଉକ୍ତ ଜଳ ପାନୀୟ ଉପଯୋଗୀ ହୋଇ ନଥିବାରୁ ଏହି ଜଳକୁ ବ୍ୟବହାର କରି ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଶେଷ କରି ଏହି ପାଣିକୁ ବ୍ୟବହାର କରି ଗ୍ରାମର ଅଧିକାଶଂ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଉକ୍ତ ପ୍ରକଳ୍ପଟି ଦୀର୍ଘ ବର୍ଷ ହେବ ଅକାମୀ ହୋଇ ପଡିଥିବା ବେଳେ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ କମେଇ ନଦୀ କୂଳରେ ଅନ୍ୟ ଏକ ଇନଟେକ ୱେଲ ଖନନ କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହେଉ ନ ଥିଲା । ଏ ସମ୍ପର୍କରେ ‘ନଳ କୂପ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ, ଦୂଷିତ ଚୁଆପାଣି ବ୍ୟବହାର କରୁଛନ୍ତି ଲୋକେ’ଶୀର୍ଷକ ଖବର ଗତ ମେ ମାସ ୧୧ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଗତ ୧୫ ଦିନ ତଳେ ଉକ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇ ଲୋକମାନଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇଥିଲା। ମାତ୍ର ଗତ ୨ ତାରିଖ କାଳ ବୈଶାଖୀ କମେଇ ନଦୀ କୂଳରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଟାଙ୍କିର ଉପରି ଭାଗ ଲୁହା ସ୍ଲ୍ଳାବ ସହ ସଂଯୋଗ ଥିବା ଜଳ ଯୋଗାଣ ପାଇପକୁ ନଷ୍ଟ କରି ଦେଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବବତ ମହିଳା ମାନେ କମେଇ ନଦୀରେ ଚୁଆ ଖୋଳି ଦୂଷିତ ପାଣିକୁ ବ୍ୟବହାର ପାଇଁ ସଂଗ୍ରହ କରୁଥିବା ପରିଲକ୍ଷିତ ହୋଇଛି । ଏ ସମ୍ପର୍କରେ ନୟାଗଡ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ରାଜୀବ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?