ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ ସାଜିଛି ‘ବିନ୍ଦୁମିନା ସେବା ଫାଉଣ୍ଡେଶନ’। ବ୍ଲକରେ କ୍ରମାଗତ ଦୁଇ ଦିନ ଧରି ଯଥାକ୍ରମେ ୧୦୨ ମିମି ଏବଂ ୧୩୪ ମିମି ବର୍ଷା ହେବା ଫଳରେ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୨୮ଟି ଯାକ ପଞ୍ଚାୟତରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବହୁ ଗରିବ ପରିବାରଙ୍କ ମାଟିଘର ଭାଙ୍ଗିଯାଇଛି ଏବଂ ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି।

ଚୁଲି ଜଳୁ ନଥିବାରୁ ଏବଂ ଖାଦ୍ୟ ଅଭାବରୁ ଶିଶୁ ଓ ବୃଦ୍ଧବୃଦ୍ଧାମାନେ ସଂଘର୍ଷ କରୁଥିବା ବେଳେ ଫାଉଣ୍ଡେଶନ ପକ୍ଷରୁ ସମସ୍ତ ୨୮ଟି ପଞ୍ଚାୟତର କୋଣ-ଅନୁକୋଣରେ ପହଞ୍ଚି ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇଛି। ପ୍ରଶାସନିକ ସହାୟତା ପହଞ୍ଚିବା ପୂର୍ବରୁ ଫାଉଣ୍ଡେଶନର ସଦସ୍ୟମାନେ ବିପନ୍ନଙ୍କ ଦୁଆର ମୁହଁରେ ପହଞ୍ଚି ଚାଉଳ, ଡାଲି, ତେଲ, ଆଳୁ ସମେତ ବିସ୍କୁଟ, ମିକ୍ଚର, ସାବୁନ ଓ ଛତା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ତ୍ୱରିତ ପଦକ୍ଷେପ ଯୋଗୁ ଶତାଧିକ ପରିବାର ଭୋକଉପାସରୁ ରକ୍ଷା ପାଇପାରିଛନ୍ତି।

ବିନ୍ଦୁମିନା ସେବା ଫାଉଣ୍ଡେଶନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଫଳ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମାନବୀୟ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ବିପର୍ଯ୍ୟୟ ସମୟରେ ବ୍ଲକ ଅଧ୍ୟକ୍ଷ ନିଜେ କ୍ଷେତ୍ରସ୍ତରକୁ ଓହ୍ଲାଇ କାମ କରିଥିବାରୁ ସ୍ଥାନୀୟ ଜନସାଧାରଣ ତାଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି। ଏହି ମହତ୍ କାର୍ଯ୍ୟରେ ଜୟନ୍ତ ସିଂ, ବସନ୍ତ ଚଲାନ, ଦୁର୍ଗେଶ ଅଗ୍ରୱାଲ, ବିଶି କେଶନ ଜୋତିଶ, ଭାଗ୍ୟବାନ ବାଗ, ବୈଶାଖୁ କେତକୀଙ୍କ ସମେତ ଅଞ୍ଚଳର ବହୁ ଯୁବକ ଓ ବିଶିଷ୍ଟ ବ୍ୟକ୍ତି ଦିନରାତି ଏକ କରି ସାମଗ୍ରୀ ପହଞ୍ଚାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?