୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଓ ସହାୟତା ଦେବା ପାଇଁ ନାଉଗାଁ ବ୍ଲକର ଦାଣ୍ଡୁଆଠାରେ ଖୋଲାଯାଇଛି କୃଷି କାଯର୍‌ୟାଳୟ। କିନ୍ତୁ ଏହି କାର୍ଯ୍ୟାଳୟ ଯେଭଳି କାର୍ଯ୍ୟକ୍ଷମ ହେବା କଥା ସେଭଳି ହେଉନାହିଁ। ଏହି ବ୍ଲକରେ ୨୦୧୫ରୁ ଆତ୍ମା କମିଟି ଗଠନ ହୋଇନାହିଁ। ଦୀର୍ଘ ୪ ବର୍ଷ ହେଲା କମିଟି ଗଠନ ହୋଇ ନ ଥିବାରୁ ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରୁନି। ସରକାରଙ୍କ ନିୟମ ଅନୁଯାୟୀ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ମତ୍ସ୍ୟ ବିଭାଗର ଚାଷୀଙ୍କୁ ଚୟନ କରାଯାଇ ଆତ୍ମା କମିଟି ଗଠନ କରାଯିବ। ଉକ୍ତ କମିଟିରେ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ରହିବେ। ଅଧ୍ୟକ୍ଷ ଓ ବ୍ଲକ କୃଷି ବିଭାଗ ଅଧିକାରୀଙ୍କ ନାମରେ ଏକ ଯୁଗ୍ମ ଜମାଖାତା ଖୋଲାଯିବ। ଏଥିରେ ଚାଷୀମାନଙ୍କ ପାଇଁ କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଅନୁଦାନ ଆସିବ। ଉକ୍ତ ଅନୁଦାନ ଆମତ୍ା କମିଟି ମାଧ୍ୟମରେ ଚାଷୀଙ୍କ ପାଇଁ ଖର୍ଚ୍ଚ କରାଯିବ। କିନ୍ତୁ ନାଉଗଁା ବ୍ଲକରେ ଆମତ୍ା କମିଟି ନ ଥିବାରୁ ଚାଷୀ ଏହି ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ୧୬ ପଞ୍ଚାୟତର ଚାଷୀ ଉକ୍ତ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି। ଏପରି କି ୨୫ କିମି ଦୂରରୁ ଏଠାକୁ ଚାଷୀମାନେ ବିଭିନ୍ନ କାର୍ଯ୍ୟରେ ଆସନ୍ତି। କିନ୍ତୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ଆତ୍ମା କମିଟି ଗଠନ କରିବା ପାଇଁ ପୂର୍ବରୁ ନବ ନିର୍ମାଣ କୃଷକ ସଙ୍ଗଠନ ଓ ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ପକ୍ଷରୁ ବୁହବାର ଦାବି ହୋଇଥିଲେ ମଧ୍ୟ ଅଦ୍ୟାବଧି କମିଟି ଗଠନ ହୋଇପାରିନି। ଗତ ପଞ୍ଚାୟତ ସମିତି ବୈଠକରେ ଆତ୍ମା କମିଟି ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଧାୟକ ପ୍ରଶାନ୍ତ ମୁଦୁଲି ବ୍ଲକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମତ୍ା କମିଟି ଗଠନ କରାଗଲେ ଚାଷୀମାନେ ବିଭିନ୍ନ ସୁବିଧା ପାଇ ପାରିବେ ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ନାୟକ କହିଛନ୍ତି ଯେ, ଗତ ପଞ୍ଚାୟତ ସମିତି ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିଲା। ୫ ଅଗଷ୍ଟରେ ଏ ବିଷୟରେ ଜିଲା କୃଷି କାଯର୍‌ୟାଳୟକୁ ଚିଠି କରାଯାଇଛି। ଖୁବଶୀଘ୍ର କମିଟି ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri