୪ ଥାକିଆ ହେବ ପ୍ରତ୍ୟକ୍ଷ ଟିକସ ସ୍ଲାବ୍‌;୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ସୁପାରିସ୍‌

ନୂଆଦିଲ୍ଲୀ,୨୫-୯: ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଉଛନ୍ତି। ଏହାକୁ କିପରି ଲାଗୁ କରିହେବ ସେ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ ଦିଗ ଉପରେ ତର୍ଜମା କରି ଟାସ୍କଫୋର୍ସ ସରକାରଙ୍କୁ ତାଙ୍କର ସୁପାରିସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି। ବର୍ତ୍ତମାନର ୩ ପରିବର୍ତ୍ତେ ୪ ଥାକିଆ ଆୟକର ସ୍ଲାବ୍‌ ପ୍ରଚଳନ କରିବାକୁ ଟାସ୍କଫୋର୍ସ ସୁପାରିସ୍‌ କରିଛନ୍ତି। ଏଥିସହିତ ବର୍ତ୍ତମାନ ଟିକସ ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ, ବାର୍ଷିକ ୨ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୩୫%ର ଏକ ନୂଆ ସ୍ଲାବ୍‌ ଲାଗୁ କରିବାକୁ ସୁପାରିସ୍‌ରେ କୁହାଯାଇଛି।
ଉଲ୍ଲେଖ କରାଯାଇପାରେ ଯେ, ବର୍ତ୍ତମାନ ସର୍ବନିମ୍ନ ୫% ଓ ସର୍ବାଧିକ ୩୦% ଟିକସ ସ୍ଲାବ୍‌ ରହିଛି। ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫%, ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଆଦାୟ କରାଯାଉଛି। ତେବେ ଟାସ୍କଫୋର୍ସ ପକ୍ଷରୁ ନୂଆ ଟିକସ ସ୍ଲାବ୍‌ ସୁପାରିସ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୦%, ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଏବଂ ୨୦ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୩୦ ପ୍ରତିଶତ ଟିକସ ଆଦାୟ କରିବାକୁ ସୁପାରିସ୍‌ରେ କୁହାଯାଇଛି। ପୁରୁଣା ବ୍ୟବସ୍ଥାରେ ୧୦ ପ୍ରତିଶତ ଟିକସ ଆଦାୟର ବ୍ୟବସ୍ଥା ନାହିଁ। ସୁପାରିସ୍‌ ଗ୍ରହଣ କରାଗଲେ ୫%ର ସ୍ଲାବ୍‌ ପ୍ରତ୍ୟାହାର ହୋଇଯିବ। ଚଳିତ ବର୍ଷ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୨,୫୦୦ ଟଙ୍କାର ରିବେଟ୍‌ ମିଳୁଛି। ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବସ୍ତୁତଃ ଟିକସମୁକ୍ତ ହୋଇଯାଉଛି। ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ଲୋକଙ୍କ ହାତରେ ବଳକା ଅର୍ଥ ରହିବ। ଫଳରେ ସେମାନେ ନିବେଶ ଓ ଖର୍ଚ୍ଚ କରିବାକୁ ସୁଯୋଗ ପାଇବେ। ୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ହାତରେ ଅଧିକ ଅର୍ଥ ଆସିଯିବ ବୋଲି ଟାସ୍କଫୋର୍ସ ଯୁକ୍ତି ବାଢ଼ିଛି। ତେବେ ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ରାଜକୋଷର ଆୟ କମିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଅଗଷ୍ଟ ୧୯ରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ…

କଂଗ୍ରେସକୁ ବଡ଼ ଉପହାର ଦେଲେ ବିଜୟ, ହେଲେ DMK…

ନୂଆଦିଲ୍ଲୀ,୮।୬: TVK ତାମିଲନାଡୁରେ ଏହାର ପ୍ରଥମ ରାଜ୍ୟ ସଭା ଆସନ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛି। ଥାଲାପତି ବିଜୟଙ୍କ କଂଗ୍ରେସକୁ ଆସନ ଦେବାର ନିଷ୍ପତ୍ତି ପରେ, DMK…

ମିଶାଇଲ ଆକ୍ରମଣକୁ ନେଇ ନାଲି ହୋଇଗଲେ ଟ୍ରମ୍ପ, ଫୋନ କରି ନେତାନ୍ୟାହୁଙ୍କୁ ଦେଲେ କଡ଼ା ଚେତାବନୀ

ଓ୍ବାଶିଂଟନ,୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବେ ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧକୁ ନେଇ ମତଭେଦରେ ଅଛନ୍ତି। ଟ୍ରମ୍ପ ସ୍ପଷ୍ଟ…

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଲୋମ ଟାଙ୍କୁରା ଭିଡ଼ିଓ

କିନସାସା,୮।୬: ଡୋମିନିକାନ ଗଣରାଜ୍ୟର ଏକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ଉଭୟ…

TVK ଏଣ୍ଟ୍ରି, DMK-AAP ଆଉଟ, ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ରାହୁଲ, ମମତା, ଅଖିଳେଶ

ନୂଆଦିଲ୍ଲୀ,୮।୬: ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ପରେ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ମଧ୍ୟରେ ସୋମବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି) ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ…

୧,୪୦୦ କି.ମି. ଯାଇ ଦିଲ୍ଲୀ ପ୍ରଫେସରଙ୍କୁ ହତ୍ୟା କରିଥିଲେ ପଶ୍ଚିମବଙ୍ଗ ଦମ୍ପତି

ନୂଆଦିଲ୍ଲୀ,୮ା୬: ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ଗତ ବୁଧବାର ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri