Posted inଫୁରସତ

୪ କି.ମି. ଘୁଞ୍ଚିଲା ମସ୍‌ଜିଦ

ଆଙ୍କାରା: ଗୋଟିଏ ଜାତିର ଇତିହାସ ବଖାଣେ ପୁରାତନ ସ୍ମାରକୀ। ଏହାକୁ ସଂରକ୍ଷଣ କରିବା ଅର୍ଥ ପରପିଢ଼ି ପାଖରେ ସମୃଦ୍ଧ ଇତିହାସକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏପରି ମହତ୍‌ ଉଦ୍ଦେଶ୍ୟ ରଖି ତୁର୍କୀ ସରକାର ଦେଶର ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ୬୦୯ ବର୍ଷ ପୁରୁଣା ‘ଇର-ରିକ୍‌ଜ’ ମସ୍‌ଜିଦକୁ ମୂଳ ସ୍ଥାନରୁ ୪କିମି ଦୂର ସ୍ଥାନାନ୍ତର କରି ଭିନ୍ନ ଉଦାହରଣ ସୃଷ୍ଟି କରିଛି ସେଠାକାର ପ୍ରଶାସନ।
ହାସନକେଏଫ୍‌ କଲଚର ପାର୍କ ପାଇଁ ଇଲୁସ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଛି। ଡ୍ୟାମ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହର ସମେତ ଉକ୍ତ ମସ୍‌ଜିଦ ବୁଡ଼ିଯିବ। ଏଥିପୂର୍ବରୁ ମସ୍‌ଜିଦ୍‌କୁ ସୁରକ୍ଷା ଦେବାକୁ ଯୋଜନା କରାଯାଇଥିଲା। ସେଲ୍ଫ ପ୍ରପଲ୍ଡ ମୋଡ୍ୟୁଲ୍‌ ଟ୍ରାନ୍ସପୋର୍ଟ ସହାୟତାରେ ମସ୍‌ଜିଦ୍‌କୁ ଦୀର୍ଘ ୪କିମି ଦୂରକୁ ନିଆଯାଇଛି। ଟାଇଗ୍ରିସ୍‌ ନଦୀତଟ ଏହାର ନୂଆ ଠିକଣା ପାଲଟିଛି।
ସୂଚନାଯୋଗ୍ୟ, ତୁର୍କୀର ପୁରୁଣା ମସ୍‌ଜିଦ୍‌ ମଧ୍ୟରୁ ‘ଇର-ରିକ୍‌ଜ’ ଗୋଟିଏ। ଆବୁ ଅଲ୍‌ ମେଫାହିରଙ୍କ ଦ୍ୱାରା ୧୪୦୯ରେ ଏହାକୁ ନିର୍ମାଣ କରାଯାଇଥିଲା। ଏହାର ଓଜନ ପ୍ରାୟ ୧୭୦୦ ଟନ୍‌। ତୁର୍କୀରେ ପୁରାତନ ସ୍ମାରକୀ, କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଅତ୍ୟାଧୁନିକ ଉପାୟ ଅବଲମ୍ବନ କରାଯାଉଛି। ଏହି ମସ୍‌ଜିଦ୍‌କୁ ବାଦ୍‌ଦେଲେ ୧୨ ପୁରୁଣା ଅଟ୍ଟାଳିକାକୁ ମଧ୍ୟ ସମାନ ଉପାୟରେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri