୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି ସର୍ତ୍ତ ମଧ୍ୟ ଶରୀର ପାଇଁ ଲାଭଦାୟକ। କଥାଟି ଟିକେ ଅଡ଼ୁଆ ଲାଗୁଛି ହେଲେ ସତ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆଉ ବେଶୀ ସମୟ ସସ୍‌ପେନ୍ସ ଭିତରେ ନ ରଖି ଘଟଣାଟି କ’ଣ କହୁଛୁ। କଥାଟି ହେଲା, ଯଦି ପ୍ଲାଟଫର୍ମ ଟିକେଟ ମାଗଣାରେ ଦରକାର ତେବେ ଏଥିପାଇଁ ଆପଣଙ୍କୁ ୩୦ଥର ଦଣ୍ଡ ବୈଠକ କରିବାକୁ ପଡ଼ିବ। ଏହି ସୁବିଧା ଏବେ ଦିଲ୍ଲୀର ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଏଭଳି ଏକ ମେସିନ୍‌ ଲାଗିଛି ଯାହାର ସାମ୍ନାରେ ୧୮୦ ସେକେଣ୍ଡରେ ୩୦ଥର ଦଣ୍ଡ ବୈଠକ ଲଗାଇଲେ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିପାରିବ। ଶୁକ୍ରବାର ଏହି ମେସିନ୍‌ର ଉଦ୍‌ଘାଟନ କରାଯାଇଥିବା ବେଳେ ଏହା ଭାରତର ପ୍ରଥମ ଦଣ୍ଡ ବୈଠକ ମେସିନ। ଏହାକୁ ‘ଫିଟ୍‌ ଇଣ୍ଡିଆ ଦଣ୍ଡ ବୈଠକ ମେସିନ୍‌’ ନାମରେ ନାମିତ କରାଯାଇଛି। ଉକ୍ତ ମେସିନ୍‌ରେ ଲାଗିଥିବା ଡିସ୍‌ପ୍ଲେରେ ପଏଣ୍ଟ ଦେଖାଯିବ। ଗୋଟିଏ ବୈଠକ ପାଇଁ ୧ ପଏଣ୍ଟ ମିଳିବ। ସେହିପରି ଯଦି ଜଣେ ୩୦ପଏଣ୍ଟ କରିବେ ତେବେ ତାଙ୍କୁ ପ୍ଲାଟଫର୍ମ ଟିକେଟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା।...

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି।...

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି...

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri