୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ୩୯୦୦୦ ଜରିମାନା ଗଣିଲେ ମହିଳା

ଓ୍ବାଶିଂଟନ୍‌,୧୨ା୨: ଆମେରିକାର କଲରାଡୋରେ ରହୁଥିବା ଜଣେ ମହିଳା ୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ଜରିମାନା ଗଣିଛନ୍ତି। ମହିଳା ଜଣଙ୍କ ହରିଣଙ୍କୁ ଦେଖି ବିଭୋର ହୋଇଯାଇଥିଲେ। ହରିଣଗୁଡ଼ିକୁ ଘରକୁ ଆଣି ତାଙ୍କୁ ବ୍ରେଡ୍‌ ଏବଂ ଫଳ ଖାଇବାକୁ ଦେଇଥିଲେ। ଭୋକିଲା ହରିଣଗୁଡ଼ିକ ଏସବୁ ଖାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହୋଇଥିଲା। ଏହାର ଯାଞ୍ଚ ପାଇଁ ପାର୍କ ଏବଂ ବନ୍ୟଜନ୍ତୁ ଅଧିକାରୀଙ୍କ ନିକଟରେ ଦାବି ହୋଇଥିଲା। ତେଣୁ ଅଧିକାରୀ ସଂପୃକ୍ତା ମହିଳାଙ୍କ ଉପରେ ୫୫୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୯ ହଜାର ୧୭୨ ଟଙ୍କା ଜରିମାନା କରିଛନ୍ତି।
କଲରାଡୋ ପାର୍କ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ଜ ନର୍ଥ ଇଷ୍ଟ ଅଞ୍ଚଳର ବନ୍ୟ ଅଧିକାରୀ କୁହନ୍ତି, କଲରାଡୋ ଜଙ୍ଗଲରେ ପଶୁପକ୍ଷୀଙ୍କୁ ନେଇ ପୋଷା ଭାବେ ପାଳନ କରିବା ଆଇନ ବାହାରେ। ବନ୍ୟ ପଶୁପକ୍ଷୀ ଜଙ୍ଗଲର ଫଳମୂଳ ଗଛପତ୍ର ଖାଇ ବଞ୍ଚିବା କଥା। ତେଣୁ ସେମାନଙ୍କୁ ନେଇ ବ୍ରେଡ୍‌ ଏବଂ ଫଳ ଦେବା ଦଣ୍ଡନୀୟ ଅପରାଧ। ଅନ୍ୟପକ୍ଷରେ ଜରିମାନା ଦେଇଥିବା ଲୋରୀ ଡିକ୍ସନ କୁହନ୍ତି, ମୁଁ କିଛିବର୍ଷ ଧରି ଭେଟନାରୀ ଟେକ୍ନିସିଆନ ଭାବେ କାର୍ଯ୍ୟ କରିଆସୁଛି। ଜୀବଜନ୍ତୁଙ୍କ ସହ ସହଜରେ କାମ କରୁଛି। ଯଦି ସେମାନେ ମୋ’ ନିକଟକୁ ଆସିଲେ ସେମାନଙ୍କର ଯତ୍ନ ନେବା କ’ଣ ମୋର କର୍ତ୍ତବ୍ୟ ନୁହେଁ କି? ଏଥିପାଇଁ ମୁଁ ହରିଣଗୁଡ଼ିକୁ ଖାଇବାକୁ ଦେଇଥିଲି।
କଲରାଡୋ ପାର୍କ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ଜ ନର୍ଥ ଇଷ୍ଟ ଅଞ୍ଚଳର ଜିଲା ପ୍ରବନ୍ଧକ ଟ୍ରିନା ଲିଞ୍ଚ କୁହନ୍ତି, ଥଣ୍ଡା ଯୋଗୁ ହରିଣମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଚାଲି ଆସୁଛନ୍ତି। ସେମାନେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରାଯାଉଛି। ତେଣୁ ସେମାନଙ୍କୁ ଅନ୍ୟ କିଛି ଖାଇବାକୁ ଦେବା ଅନୁଚିତ। କାରଣ ଲାଭ ବ୍ୟତୀତ ଏମାନଙ୍କର ଅଧିକ କ୍ଷତି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri