Posted inଖେଳ

୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍‌ ୨୦୨୦

ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ ୩ ନୂଆ ଭେନ୍ୟୁରେ ଖେଳାଯାଇପାରେ। ୮ ଫ୍ରାଞ୍ଚାଇଜର ମାଲିକମାନେ ବିସିସିଆଇର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ମୁମ୍ବାଇଠାରେ ଭେଟିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାଞ୍ଚାଇଜ ଭେନ୍ୟୁ ପରିବର୍ତ୍ତନ ଲାଗି ଅନୁରୋଧ କରିବା ସହ ୩ ଭେନ୍ୟୁ ଯଥା ଲକ୍ଷ୍ନୌ, ଗୁଆହାଟୀ ଓ ଥିରୁଭାନନ୍ତପୁରମର ଭେନ୍ୟୁକୁ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ଅଫିସିଆଲ କହିଛନ୍ତି, କିଙ୍ଗ୍ସ ଏକାଦଶ ପଞ୍ଜାବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଦ୍ୱିତୀୟ ହୋମ ଭେନ୍ୟୁ ଚାହୁଁଥିବାବେଳେ ରାଜସ୍ଥାନ ରୟାଲ୍ସ ତା’ର ଭେନ୍ୟୁ ଅହମ୍ମଦାବାଦରୁ ଗୁଆହାଟୀକୁ ସ୍ଥାନାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛି। ଥିରୁଭାନନ୍ତପୁରମର ଘରୋଇ ଦଳ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଏଠାକୁ ୩ୟ ଭେନ୍ୟୁ କରାଯାଇପାରେ। କାରଣ ଏଠାକର ଗ୍ରାଉଣ୍ଡରେ ସମସ୍ତ ଆବଶ୍ୟକ ସୁବିଧା ରହିଛି ଓ ବହୁ ସଂଖ୍ୟାରେ କ୍ରିକେଟ ପ୍ରଶଂସକ ରହିଛନ୍ତି। ଅହମ୍ମଦାବାଦ ବଦଳରେ ଗୁଆହାଟୀକୁ ହୋମ ଭେନ୍ୟୁ କରିବାକୁ ଚାହୁଁଥିବା ରାଜସ୍ଥାନ ଫ୍ରାଞ୍ଚାଇଜ ପ୍ରସ୍ତାବରେ ଗଭର୍ନିଂ କାଉନ୍ସିଲର କୌଣସି ଅସୁବିଧା ନାହିଁ। ଆଇଏମ୍‌ଜି ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଯାଞ୍ଚ କରିବା ପରେ ଗ୍ରୀନ୍‌ ସିଗ୍‌ନାଲ ମିଳିବ। ସେହିଭଳି ଲକ୍ଷ୍ନୌ ଗ୍ରାଉଣ୍ଡ ଲାଗି ପଞ୍ଜାବ ଫ୍ରାଞ୍ଚାଇଜ ଗତ ସଂସ୍କରଣଠାରୁ ଅନୁରୋଧ କରୁଛି। ନିକଟରେ ସେଠାରେ ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରୁ ରିଭ୍ୟୁ ସିଷ୍ଟମ ବଦଳି ଥିବା ଜଣାପଡ଼ିଛି। ଏଣୁ ଏହି ଗ୍ରାଉଣ୍ଡରେ ପ୍ରଞ୍ଜାବ ଦଳର ଦ୍ୱିତୀୟ ହୋମ ଭେନ୍ୟୁ ହେବା ନେଇ ବିଶେଷ ସମ୍ଭାବନା ରହିଛି। ପୂର୍ବରୁ ଏହି ଦଳ ମୋହାଲି ଓ ହୋଲକାର ଷ୍ଟାଡିୟମରେ ତା’ର ସମସ୍ତ ହୋମ ମ୍ୟାଚ୍‌ ଖେଳୁଥିଲା। ମିଳିଥିବା ସୂଚନା ମୁତାବକ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଏପରି କି ରାଜସ୍ତାନ ମଧ୍ୟ ସିଜନ ଆରମ୍ଭରୁ ଆଇପିଏଲ୍‌ ଦଳ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri