୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ କେତେକ ଲିଜ୍‌ଧାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ସମ୍ପତ୍ତି ଜବତ ପାଇଁ ପ୍ରକ୍ରିୟା ଜାରି ରହିଛି। ଶନିବାର କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ୫ଟି ଖଣିର ଶୁଣାଣି ଥିବାବେଳେ ୩ଟି ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶନିବାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଏସ୍‌ଡି ଶର୍ମା, ଅର୍ଜୁନ ଲୋଧା, ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ, ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ବଡବିଲ ଏବଂ କେନ୍ଦୁଝର ଖଣି କାର୍ଯ୍ୟାଳୟ ଅନ୍ତର୍ଗତ ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିଃର ଶୁଣାଣି ଥିଲା। ଏହି ଶୁଣାଣିରେ ଜିଲାପାଳଙ୍କ କୋର୍ଟ ସାର୍ଟିଫିକେଟ ମାମଲା (ନଂ.୨୮/୨୦୧୮)କୁ ବିଚାର କରି ଏସ୍‌ଡି ଶର୍ମା ଖଣି ଲିଜ୍‌ଧାରୀଙ୍କ ଗାଡିମୋଟର, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ସେହିପରି ଓପିଡିଆର୍‌ ମାମଲା (ନଂ. ୩୩/୨୦୧୮)ର ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିଃ ଉପରେ ୨୯୫, ୭୫, ୩୦୫୦୧ ଟଙ୍କା ଜରିମାନା ହୋଇଥିବାବେଳେ ଖଣି କର୍ତ୍ତୃପକ୍ଷ ଉତ୍ତରାଧିକାରୀ ଦର୍ଶାଉନଥିବା ଏବଂ ଜରିମାନା ଅର୍ଥ ଦାଖଲ ନ କରିବା କାରଣରୁ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସମ୍ପତ୍ତି ଜବତ କରିବାକୁ ୱାରେଣ୍ଟ ଜାରି କରିଛନ୍ତି। ଏଥିସହ ଓପିଡିଆର୍‌ ମାମଲା (ନଂ.୪୦/୨୦୧୮)ର ଅର୍ଜୁନ ଲୋଧା ଲିଜ୍‌ଧାରୀଙ୍କ ମାମଲା ବିଚାର କରି ଲିଜ୍‌ଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ ସହ ତାଙ୍କର ସଂପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ଅପରପକ୍ଷେ ସାର୍ଟିଫିକେଟ ମାମଲା (ନଂ ୪୮/୨୦୧୮) ର ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃର ବିଚାର କରି କେନ୍ଦ୍ରୀୟ ଖଣି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଜରିମାନା ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ମାମଲା (ନଂ.୬୪/୨୦୧୮)ର ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ବଡବିଲର ବିଚାର କରାଯାଇଥିବାବେଳେ ଖଣି କମ୍ପାନୀ ତରଫରୁ ଆଗାମୀ ୭ଦିନ ମଧ୍ୟରେ ଦୁଇଟି କିସ୍ତିରେ ବକେୟା ଜରିମାନା ଅର୍ଥ ପଇଠ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍ ଓ କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri