Posted inଖେଳ

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚରେ ୧ ଇନିଂସ ୯୮ ରନ୍‌ରେ ସିକ୍କିମକୁ ପରାସ୍ତ କରିଛି। ଫଳରେ ଦଳ ୭ ପଏଣ୍ଟ ପାଇଛି। ଓଡିଶା ଦଳ ପ୍ରଥମ ଇନିଂସରେ ୫୫୫/୩ରେ ଇନିଂସ ଘୋଷଣା କରିଥିଲା। ସୌରଭ ୩୫୨ଟି ବଲର ସମ୍ମୁଖୀନ ହୋଇ ୨୨୫ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟତମ ବ୍ୟାଟ୍ସମ୍ୟାନ ଅମ୍ରିତ ଖଟୁଆ ୧୨୨, ବିନିତ ମହାନ୍ତି ୬୩, ଦଳର ଅଧିନାୟକ ସ୍ବସ୍ତିକ ସାମଲ ୬୯ ରନ୍‌ କରିଥିଲେ। ଶୁଭମ ଶତ୍ରୁଜିତ ୩୭ ବଲ୍‌ରେ ଧୂଆଁଧାର ୬୩ ରନ୍‌ କରି ଅପରାଜିତ ରହିଥିଲେ। ସିକ୍କିମ ବୋଲର ସନ୍ଦୀପ, ଦିନେଶ ଓ ହରିତ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ। ମଙ୍ଗଳବାର ଭ୍ରମଣକାରୀ ସିକ୍କିମ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ପ୍ରିତମଙ୍କ ବୋଲିଂର ସାମ୍‌ନା କରି ନ ପାରି ଦଳ ୬୧ ଓଭରରେ ୨୪୯ ରନ କରି ଅଲଆଉଟ ହୋଇ ଯାଇଥିଲା। ପି. ପାର୍ଥ ୧୩୭ ବଲରେ ୧୧୫, ମହମ୍ମଦ ସାହାବାଜ ୯୯ ବଲରେ ୮୭, ଆକାଶ ଲୁଇଟେଲ ୫୧ ବଲରେ ୧୬ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ପ୍ରିତମ ୨୧ ଓଭରରେ ୮୮ ରନ ଦେଇ ୭ଟି ଉଇକେଟ ଅକ୍ତିଆର କରିଥିଲେ। ପୂର୍ବ ଇନିଂସରେ ମଧ୍ୟ ସେ ୪ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଅନ୍ୟତମ ବୋଲର କାର୍ତ୍ତିକ ବିଶ୍ୱାଳ ୮ଓଭରରେ ୨୮ ରନ ଦେଇ ୧ଟି ଓ ଅମ୍ରିତ ଖଟୁଆ ୧ ଓଭରରେ ୧ ରନ ଦେଇ ୧ ଉଇକେଟ ନେଇଥିଲେ। ଅମ୍ପାୟର ଭାରତୀ ଭର୍ଜି, ଅରୁଣ ବାସା ମ୍ୟାଚ ପରିଚାଳନା କରିଥିଲେ। ଏସ. ସୁରେଶ ମ୍ୟାଚ ରେଫରି ଥିବା ବେଳେ ରଜତ ଦାଶ ଓ ବୀରବର ନାୟକ ଅନଲାଇନ ସ୍କୋରର ଥିଲେ। ଆୟୋଜକ ଜିଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନା ଓ କାଉନସିଲ ସଭ୍ୟ ସୁନୀଲ ସାହୁଙ୍କ ସଂଯୋଜନାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ପ୍ରିତମଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା କ୍ରିକେଟ ଆସୋସିଏଶନ୍‌ ଯୁଗ୍ମ ସମ୍ପାଦକ ମେହେତାବ ଖାନ ମୁଖ୍ୟଅତିଥି, ୧୬ ଓ ୧୯ ବର୍ଷରୁ କମ ଓଡିଶା କ୍ରିକେଟ ଚୟନ କର୍ତ୍ତା ଶୋଭନ ଦେବ, ଝାରସୁଗୁଡା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଟବଲ ସମ୍ପାଦକ ଅବଦୁଲ ଗଫାର, କାଉନସିଲ ସଭ୍ୟ ସୁବୋଧ ସାହୁ, ଅଜୟ ହୋତା, ଅଭିନାଷ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri