୨୨୦ ଗ୍ରାହକଙ୍କ କଟାଗଲାଣି ବିଦ୍ୟୁତ୍‌ ସଂଯୋଗ

ଛତ୍ରପୁର,୨୬ା୨(ଡି.ଏନ.ଏ.)ସାଉଥ୍‌କୋ ୟୁଟିଲିଟି ପକ୍ଷରୁ ଛତ୍ରପୁର ଅଞ୍ଚଳରେ ମଙ୍ଗଳବାର ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବିଦ୍ୟୁତ୍‌ ବିଚ୍ଛିନ୍ନ ଆରମ୍ଭ ହୋଇଛି। ଏହି ସବ୍‌ଡିଭିଜନ ଅଧୀନରେ ବିଭିନ୍ନ ଗ୍ରାହକଙ୍କ ଉପରେ ୨ କୋଟି ୪୧ ଲକ୍ଷ ୧୪ ହଜାର ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍‌ ରହିଛି ା ଘରୋଇ ଗ୍ରାହକଙ୍କ ଉପରେ ୧.୨୬ କୋଟି ଟଙ୍କା ବାକି ରହିଥିବା ବେଳେ ବ୍ୟବସାୟୀ ଗ୍ରାହକଙ୍କ ଉପରେ ୧.୦୧ କୋଟି ଟଙ୍କା ଓ ଶିଳ୍ପାୟନ ଉପରେ ୧୪.୧୪ ଲକ୍ଷ ଟଙ୍କା ବାକିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାରଠାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ୭ ଜଣିଆ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ବିଲ୍‌ ବକେୟା ଥିବା ୨୯ ଗ୍ରାହକଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଇଛି ା
ପ୍ରଥମ ଦିନରେ ୨.୮୨ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରାଯାଇଥିବା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଉକ୍ତ ସ୍କ୍ବାଡ୍‌ ଛତ୍ରପୁର ସହରର ରିକାପଲ୍ଲୀ, ଭାଗ୍ୟଲକ୍ଷ୍ମୀନଗର, ମଝି ବଜାର, କଣମଣା ପଞ୍ଚାୟତ ଅଧୀନ ଟାକିରିଆ ବ୍ରହ୍ମପୁର, ଅଗସ୍ତୀନୂଆଗଁା, ଭିକାରିପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡା ବାଉଁଶ, ଦନେଇ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରୁ ବକେୟା ବିଲ୍‌ ମଗାଯାଇଥିଲା ା ଛତ୍ରପୁର ସବ୍‌ଡିଭିଜନରେ ଘରୋଇ ଗ୍ରାହକ ୩୩୫୪୦ ଜଣ ଥିବା ବେଳେ ବ୍ୟବସାୟୀ ଗ୍ରାହକ ୧୮୬୩ ଜଣ ଓ ଶିଳ୍ପାୟନ ଗ୍ରାହକ ୧୦୫ ରହିଥିବା ଛତ୍ରପୁର ସବ୍‌ଡିଭିଜନ ଏସ୍‌ଡିଓ ରାଜ କିଶୋର ବଲ୍ଲଭ ସୂଚନା ଦେଇଛନ୍ତିି। ପୂର୍ବରୁ ସାଉଥ୍‌ କୋ ପକ୍ଷରୁ ଗ୍ରାହକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ବିଲ୍‌ ପୈଠ ନ କଲେ ସଂଯୋଗ କଟାଯିବ ବୋଲି ସୂଚନା ଦିଆଯାଇଥିଲା। ଏଥିସହ କେତେକ ଗ୍ରାହକଙ୍କୁ ମଧ୍ୟ ବକେୟା ବିଲ୍‌ ପୈଠ କରିବାକୁ ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି ା ଅପରପକ୍ଷରେ ଚଳିତ ମାସ ୧୨ରୁ ଏ ପର୍ଯ୍ୟନ୍ତ ୨୨୦ ଜଣଙ୍କ ବିଦ୍ୟୁତ୍‌ ସଂଯୋଗ କଟାଯିବା ସହ ୨୦ଲକ୍ଷ ଟଙ୍କା ଆଦାୟ ହୋଇଥିବା କୁହାଯାଇଛି। ଯଦି କୌଣସି ଗ୍ରାହକ ବିଲ୍‌ ବାକି ରଖିଥିବା ଏବଂ କହିବା ସତ୍ତ୍ୱେ ଏହା ପୈଠ କରୁନାହାନ୍ତି, ଏପରି କି ବିଦ୍ୟୁତ୍‌ ବିଚ୍ଛିନ୍ନ ସମୟରେ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଏସ୍‌ଡିଓ ସୂଚନା ଦେଇଛନ୍ତିି। ଏପରି କି ଯେଉଁ ଗ୍ରାହକମାନଙ୍କ ବିଲରେ କୌଣସି ତ୍ରୁଟି ରହିଥିବ ସେ ସମ୍ପର୍କରେ ଛତ୍ରପୁର ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଆସି ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri