Odisha Elections 2024
Posted inଜାତୀୟ

୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ଦୋଷୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିଶ ଏନ୍‌ଭି ରାମଣ, ଅରୁଣ ମିଶ୍ର, ଆର୍‌ଏଫ୍‌ ନରିମନ, ଆର୍‌ ବନୁମଥି ଓ ଅଶୋକ ଭୂଷଣ ଏହାର ଶୁଣାଣି କରିଛନ୍ତି। ଆଇନ ଅନୁଯାୟୀ କ୍ୟୁରେଟିଭ ପିଟିସନ କ୍ଷମା ଆବେଦନର ଶେଷ ପର୍ଯ୍ୟାୟ ଥିବାରୁ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୭ ବର୍ଷର ଲଢେଇ ପରେ ଆଜିର ଦିନ ହେଉଛି ମୋ ପାଇଁ ବଡ଼ ଦିନ। କିନ୍ତୁ ଯେଉଁଦିନ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ମୋ ପାଇଁ ସବୁଠାରୁ ବଡ଼ ଦିନ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଛାତିରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନ ଦିଏ ନାହିଁ ଧର୍ମ ନାମରେ ସଂରକ୍ଷଣ, ମୁସଲମାନ ରିଜର୍ଭେଶନ ହେବ ଶେଷ: ଶାହା

ଲକ୍ଷ୍ନୌ,୨୩।୫: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ଭାଜପା ଶେଷ କରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ...

ଭୋଟର ଖୁସ, ମିଳିବ ଫ୍ରି ବାଇକ ରାଇଡ ସହ ମାଗଣା ଜଳଖିଆ

ନୂଆଦିଲ୍ଲୀ,୨୩।୫: ଆଜିକାଲି ଭାରତରେ ୧୮ ତମ ଲୋକ ସଭା ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନ ମୋଟ ସାତୋଟି ପର୍ଯ୍ୟାୟରେ ଶେଷ ହେବ। ଯାହାର ୫...

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ...

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର...

ଦୁଇଟି ପର୍ଯ୍ୟାୟ ପୂର୍ବରୁ ଭବିଷ୍ୟବାଣୀ କଲେ ଶିବରାଜ, ଯାହା ଭାଜପାକୁ ଚମକାଇ ଦେବ

ନୂଆଦିଲ୍ଲୀ,୨୩।୫: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ...

ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩ା୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଏପିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ସହ ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅନେକ ପ୍ରଶ୍ନ ଉଠାଇଛନ୍ତି।...

କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ

ନୂଆଦିଲ୍ଲୀ,୨୩।୫: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ଦିଲ୍ଲୀ ପୋଲିସ...

ସରକାରକୁ ଆସିଲେ ଅଗ୍ନିବୀର ଯୋଜନାକୁ ଫାଡି ଡଷ୍ଟବିନ୍‌ରେ ପକାଇଦେବୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଭୋଟ ପାଇଁ ଇଣ୍ଡିଆ ସହଯୋଗୀ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରିଛି। ଏହି କ୍ରମରେ କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri