୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ ସଂସ୍ଥାଗୁଡିକ ପାଇଁ ୫୦୨୮୨.୫୦ କୋଟି ଟଙ୍କା ଆକଳନ କରିଛନ୍ତି। ଏଥିମଧ୍ୟରୁ ୨୦୭୭୧.୬୪ କୋଟି ଟଙ୍କା ରାଜ୍ୟରେ ଏକତ୍ରିତ ପାଣ୍ଠିରୁ ପ୍ରଦାନ କରିବାକୁ କମିଶନ ସୁପାରିସ କରିଛନ୍ତି। ବାକି ୨୯୫୧୦.୮୬ କୋଟି ଟଙ୍କା ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ପୌରସଂସ୍ଥାଗୁଡିକୁ ପ୍ରଦାନ କରାଯିବ ବୋଲି ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚମ ଅର୍ଥ କମିଶନ ରିପୋର୍ଟ ଉପସ୍ଥାପନ ଅବସରରେ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଅବଧିକୁ ଏକବର୍ଷ ବୃଦ୍ଧି କରିଛନ୍ତି। କମିଶନଙ୍କୁ ଦୁଇଟି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପ୍ରଥମ ରିପୋର୍ଟ ୨୦୨୦-୨୧ ପାଇଁ ଏବଂ ଦ୍ୱିତୀୟ ରିପୋର୍ଟ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ଅର୍ଥାତ୍‌ ପଞ୍ଚଦଶ ଅର୍ଥ କମିଶନ ୬ ବର୍ଷ ପାଇଁ ତାଙ୍କର ସୁପାରିସ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ୨୦୨୦-୨୫ ପାଇଁ ବ୍ୟୟବରାଦ ସୁପାରିସ କରିଛନ୍ତି। ଉତ୍ତରାଧିକାରୀ ସୂତ୍ରେ ପ୍ରବର୍ତ୍ତନ ପାଣ୍ଠିରୁ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ୨୦୨୦-୨୧ ନିମନ୍ତେ ୧୨୨୦.୧୪ କୋଟି ରାଜ୍ୟ ଦ୍ରବ୍ୟ ଓ ସେବା କର ଏବଂ ମୋଟରଯାନ ଟିକସକୁ ହସ୍ତାନ୍ତର ବାବଦରେ ୧୪୨୪.୪୪ ଏବଂ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ଅନୁଦାନ ବାବଦରେ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଛନ୍ତି। ସେହିପରି ୨୦୨୦-୨୧ ପାଇଁ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଥିବାବେଳେ ୨୦୨୧-୨୨ ପାଇଁ ୪୧୧୩.୫୬, ୨୦୨୨-୨୩ ପାଇଁ ୪୧୨୨.୭୧, ୨୦୨୩-୨୪ ପାଇଁ ୪୨୨୫.୮୬, ୨୦୨୪-୨୫ ପାଇଁ ୪୩୩୭.୧୩ କୋଟି ଟଙ୍କା ସୁପାରିସ କରିଛନ୍ତି। ୨୦୨୦-୨୫ ମଧ୍ୟରେ ସର୍ବମୋଟ ୨୦୭୭୧.୬୪ କୋଟି ଟଙ୍କା ପଞ୍ଚମ ଅର୍ଥ କମିଶନ ସୁପାରିସ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ତ୍ରୟୋଦଶ ଅର୍ଥ କମିଶନବେଳେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରସଂସ୍ଥାଗୁଡିକ ପାଇଁ ୫୦୪୮.୧୦ କୋଟି ସୁପାରିସ କରିଥିବାବେଳେ ଚତୁର୍ଥ ଅର୍ଥ କମିଶନରେ ୧୨୭୪୦.୦୮ କୋଟି ସୁପାରିସ କରିଥିଲେ। ପଞ୍ଚମ ଅର୍ଥ କମିଶନରେ ୨୦୨୦-୨୬ ପାଇଁ ୨୩୮୪୮.୧୨ କୋଟି ସୁପାରିସ କରିଛନ୍ତି। ଏହି ସୁପାରିସର ଅଭିବୃଦ୍ଧି ହାର ୮୭.୧୯ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri