Posted inଖେଳ

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି ଏବଂ ସମ୍ପୂର୍ଣ୍ଣ କ୍ରୀଡ଼ା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି। ଏଥିରେ ନିରାଶ ହୋଇଥିଲେ ହେଁ ଧୈର୍ଯ୍ୟ ହରାଇ ନାହାନ୍ତି ଏହି ମହିଳା ଟେନିସ ତାରକା। କ୍ରୀଡ଼ା ଜଗତ ସ୍ବାଭାବିକ ସ୍ଥିତିକୁ ଫେରିବାପରେ ସେ ପୁଣି ସଫଳ ପ୍ରତ୍ୟାବର୍ତ୍ତନ କରି ୨୦୨୧ ଅଲିମ୍ପିକ୍ସ ଖେଳିବେ ବୋଲି ଆଶା ରଖିଛନ୍ତି ।
ବିଶ୍ୱର ପୂର୍ବତନ ମହିଳା ଡବଲ୍ସ ନମ୍ବରୱାନ ୩୩ ବର୍ଷୀୟା ସାନିଆ ନିଜର ସନ୍ତାନ ଜନ୍ମ ହେତୁକ ୨ ବର୍ଷ ବ୍ରେକ୍‌ ପରେ ଚଳିତ ବର୍ଷ ପ୍ରାରମ୍ଭରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୟୁକ୍ରେନର ନାଦିଆ କିଚେନୋକଙ୍କୁ ସାଥିକରି ସେ ହୋବାର୍ଟ ଇଣ୍ଟରନ୍ୟାଶନାଲ ଟାଇଟଲ ମଧ୍ୟ ଜିତିଥିଲେ। ତେବେ ଗୋଡ଼ ମାଂଶପେସୀ ଟାଣି ଧରିବାରୁ ସେ ଅଷ୍ଟ୍ରେଲିଆନ ଓପନ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ । ”ମୁଁ ୨୦୨୦ ଅଲିମ୍ପିକ୍ସ ଲକ୍ଷ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲି । ଖେଳିବାକୁ ଶତପ୍ରତିଶତ ଫିଟ୍‌ ନ ଥିଲେ ମୁଁ କେବେହେଲେ ପ୍ରତ୍ୟାବର୍ତ୍ତନ କରି ନ ଥାନ୍ତି। ଟୋକିଓ ଗେମ୍ସ ବିଳମ୍ବ ମୋ ପାଇଁ ନୈରାଶ୍ୟ ଆଣିଛି। କାରଣ ଆସନ୍ତା ବର୍ଷ ବେଳକୁ ମୋର ବୟସ ଆଉ ଏକ ବର୍ଷ ଅଧିକ ହୋଇ ଯାଇଥିବ। ଟେନିସ କୋର୍ଟରେ ଅନେକ ସମୟରେ ବୟସର ପ୍ରଭାବ ପଡ଼ିଥାଏ“ ବୋଲି ସାନିଆ କହିଛନ୍ତି। ଉଚ୍ଚ ସ୍ତରରେ ଟେନିସ ଖେଳିବା ପାଇଁ ସେପରି ଅଭ୍ୟାସ କରିବାକୁ ପଡ଼ିଥାଏ। ଏଥିପାଇଁ ସମୟ ମଧ୍ୟ ଲାଗିଥାଏ। କେତେବେଳେ ବିଜୟ ମିଳିଥାଏ ତ କେତେକେଳେ ପରାଜୟ। ମୋ ରିଦିମ୍‌ ଏବେ ପୁଣି ବାଧାପ୍ରାପ୍ତ ହୋଇଛି। ଆଗାମୀ ଦିନରେ ପୁଣି ମୂଳରୁ ଆରମ୍ଭ କରିବାକୁ ହେବ । ମୋ ମତରେ ୨୦୨୧ ଅର୍ଥ ଅନେକ ବାଟ ଯିବାକୁ ଅଛି। ଅଲିମ୍ପିକ୍ସ ଗୋଟିଏ ବର୍ଷ ବାକିଥିବାରୁ ତା’ ପୂର୍ବରୁ ମୋତେ ଯୋଜନାବଦ୍ଧଭାବେ ଖେଳିବାକୁ ପଡ଼ିବ । ତେବେ ମୁଁ ପୁଣି ସଫଳ ପ୍ରତ୍ୟାବର୍ତ୍ତନ କରିବି ଏବଂ ୨୦୨୧ ଅଲିମ୍ପିକ୍ସ ଖେଳିବାନେଇ ଆଶା ରଖିଛି“ ବୋଲି ସାନିଆ ପ୍ରକାଶ କରିଛନ୍ତି।
ଟେନିସ କୋର୍ଟକୁ ଫେରିବାକୁ ବ୍ୟଗ୍ର ଥିଲେ ହେଁ କରୋନା ଭାଇରସ ସଂକ୍ରମଣ ସଙ୍କଟ ଟଳିବା ବେଳକୁ କ୍ରୀଡ଼ା ଜଗତ ସମ୍ଭବତଃ ଭିନ୍ନ ହୋଇ ଯାଇଥିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଟେନିସ ଗୁରୁତର ପ୍ରଭାବିତ ହୋଇଛି। ଏବେ ଟିଭି ଖୋଲିଲେ କୌଣସି ଖେଳ ସିଧାପ୍ରସାରଣ ହେଉନାହିଁ। ମୋ ଜୀବନକାଳ ମଧ୍ୟରେ ପୂର୍ବରୁ ଏପରି କେବେ ହୋଇ ନ ଥିଲା। ଟିଭି ସୁଇଚ୍‌ ଅନ୍‌ କଲେ କିଛି ନା କିଛି ଖେଳର ସିଧା ପ୍ରସାରଣ ହେଉଥିଲା। ଖେଳ ଦୁନିଆ ସ୍ବାଭାବିକ ସ୍ଥିତିକୁ ଶିଘ୍ର ଫେରିିବା ସମ୍ଭାବନା ମଧ୍ୟ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri