Posted inଖେଳ

୨୦୨୦ ସିଜନ ଶେଷରେ ଫେରାରି ଛାଡିବେ ଭେଟେଲ

ପ୍ୟାରିସ୍‌,୧୨।୫ (ଏଏଫ୍‌ପି): ଜର୍ମାନୀର ଫର୍ମୁଲା-୧ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଚଳିତ ୨୦୨୦ ସିଜନ ପରେ ଫେରାରି ଛାଡିବେ ବୋଲି କହିଛନ୍ତି। ୪ଥର ଫର୍ମୁଲା-୧ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିବା ଏହି ଡ୍ରାଇଭର ଫେରାରି ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଉ ଇଚ୍ଛା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଭେଟେଲଙ୍କ ବଦଳ ଡ୍ରାଇଭରଙ୍କ ସମ୍ପର୍କରେ ଅବଶ୍ୟ କିଛି କୁହାଯାଇନାହିଁ। ଭେଟେଲ ୨୦୧୫ରେ ଫେରାରି ସହିତ ଜଡିତ ରହିଆସିଥିଲେ। ତେବେ ଏହାପୂର୍ବରୁ ସେ ରେଡବୁଲ୍‌ ତରଫରୁ ବିଭିନ୍ନ ପ୍ରତିଯୋଗିତାର ପ୍ରତିନିଧିତ୍ୱ କରିଆସୁଥିଲେ। ଫେରାରି ଛାଡିବା ଏକ ମିଳିତ ନିଷ୍ପତ୍ତି ବୋଲି ୩୨ ବର୍ଷୀୟ ଭେଟେଲ କହିଛନ୍ତି। ୨୦୨୦ ଶେଷ ହେବା ସହିତ ସ୍କୁଡେରିଆ ଫେରାରି ସହିତ ମୋର ସମ୍ପର୍କ ଶେଷ ହେବ। ଏ ନେଇ ଫେରାରି ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ ଭେଟେଲ କହିଛନ୍ତି।

କ୍ରୀଡ଼ାରେ ଦୁଇ ପକ୍ଷ ମିଳିତ ଭାବେ ସାମଞ୍ଜସ୍ୟ ସହ କାର୍ଯ୍ୟ କରିବା ଆବଶ୍ୟକ ହୋଇଥାଏ। କିନ୍ତୁ ଏପରି ଆଉ ସମ୍ଭବ ହେଉ ନ ଥିବାରୁ ଫେରାରି ଛାଡିବାକୁ ନିଷ୍ପତ୍ତି ନେଇଛି ବୋଲି ଭେଟେଲ କହିଛନ୍ତି। ଭେଟେଲ ଫେରାରି ତରଫରୁ ପ୍ରତିନିଧିତ୍ୱ କରି ୧୪ଟି ରେସ୍‌ ଜିତିଛନ୍ତି। ତେବେ ଆର୍ଥିକ ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେଇନାହିଁ ବୋଲି ସେ ସଫେଇ ଦେଇଛନ୍ତି। ଭେଟେଲଙ୍କ ବଦଳ ଡ୍ରାଇଭର ଭାବେ ମର୍ସିଡିଜ୍‌ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କୁ ଫେରାରି ସାମିଲ କରିବ ବୋଲି ଚର୍ଚ୍ଚା ହେଉଛି। ଫେରାରି ପୂର୍ବତନ ଡ୍ରାଇଭରମାନେ ମଧ୍ୟ ଏହି ଦୌଡରେ ରହିଛନ୍ତି ବୋଲି କୁହାଯାଇଛି।
ଭେଟେଲ ଓ ଆମେ ଏ ନେଇ ମିଳିତ ଭାବେ ନିଷ୍ପତ୍ତି ନେଇଛୁ ବୋଲି ଟିମ୍‌ ପ୍ରିନ୍ସିପାଲ ମାଟିଆ ବିନୋଟ୍ଟୋ କହିଛନ୍ତି। ଏହି ନିଷ୍ପତ୍ତି ନିହାତି କଷ୍ଟକର ଥିଲା। ଏହି ନିଷ୍ପତ୍ତି ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ ଓ ଏବେ ଅଲଗା ହେବାର ସମୟ ଆସି ଉପନୀତ ହୋଇଛି ବୋଲି ଉଭୟ ପକ୍ଷ ତରଫରୁ ସ୍ପଷ୍ଟ କରାଯାଇଛି। ଫେରାରି ସହିତ ୧୪ଟି ରେସ୍‌ ଜିତିଥିବା ଫେରାରି କ୍ୟାରିୟରରେ ମୋଟ୍‌ ୫୩ଟି ରେସ୍‌ରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri