୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି ଅଯୋଗ୍ୟଙ୍କୁ ସହାୟତା ଯୋଗାଇବା ପାଇଁ କିଏ ସୁପାରିସ କଲା ତାହା ଏବେ ଅନ୍ଧାରରେ। ଏବେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଅସୁଲ କରିବାକୁ ନେଇ କୃଷି ବିଭାଗ ହରଡ଼ଘଣାରେ ପଡ଼ିଛି। ଜିଲାର ୧୪ଟି ବ୍ଲକ ଅଧୀନରେ ଥିବା ୩୭୩ଟି ପଞ୍ଚାୟତରେ କାଳିଆ ଯୋଜନାରେ ମୋଟ୍‌ ୨ ଲକ୍ଷ ୫୫ହଜାର ୪୨୩ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ସେମାନଙ୍କ ଆକାଉଣ୍ଟକୁ ଖରିଫ ଋତୁ ପାଇଁ ପ୍ରଥମ ଦଫାରେ ହିତାଧିକାରୀ ପିଛା ୫ହଜାର ଲେଖାଏ ଟଙ୍କା ପଠାଯାଇଥିଲା। ମାତ୍ର ଖୋଳତାଡ଼ କରାଯିବାରୁ ସେମାନଙ୍କ ମଧ୍ୟରୁ ୨୦ହଜାର ୧୦ ଜଣ ଅଯୋଗ୍ୟ ବୋଲି ଜଣାପଡ଼ିଛି। ଅଯୋଗ୍ୟଙ୍କ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ସର୍ବାଧିକ ୩୩୪୬ ଜଣ ଥିବାବେଳେ ତିଗିରିଆ ବ୍ଲକରେ ସର୍ବନିମ୍ନ ୨୧୫ ଜଣ ରହିଛନ୍ତି। ସେହିପରି କଟକ ସଦର ବ୍ଲକରେ ୨୭୮୯, ବାରଙ୍ଗରେ ୨୯୨, କଣ୍ଟାପଡ଼ାରେ ୬୯୦, ନିଆଳିରେ ୧୮୬୯, ସାଲେପୁରରେ ୬୨୯, ନିଶ୍ଚିନ୍ତକୋଇଲିରେ ୧୮୭୦, ମାହାଙ୍ଗାରେ ୩୧୩୮, ଆଠଗଡ଼ରେ ୧୬୮୯, ବଡ଼ମ୍ବାରେ ୧୨୭୪, ନରସିଂହପୁରରେ ୫୪୩, ବାଙ୍କୀରେ ୨୫୮ ଓ ଡମପଡ଼ାରେ ୧୪୦୮ ଜଣ ରହିଛନ୍ତି।
କାଳିଆ ଯୋଜନାରେ ହିତାଧିକାରୀ ଚିହ୍ନଟ କରିବା ପାଇଁ ପ୍ରଥମେ ପଞ୍ଚାୟତ ସ୍ତରରେ କମିଟି ଗଠନ ହୋଇଥିଲା। ଏଥିରେ ଭିଏଡବ୍ଲ୍ୟୁ, ଭିଏଲ୍‌ଡବ୍ଲ୍ୟୁଙ୍କ ସହିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମବାୟ ସମିତି ସମ୍ପାଦକ ପ୍ରମୁଖ ସଭ୍ୟ ଥିଲେ। ଏହାପରେ ବ୍ଲକ ସ୍ତରରେ ମଧ୍ୟ ଏକ କମିଟି ଗଠନ ହୋଇଥିଲା। ଯେଉଁଥିରେ ବିଡିଓ ମୁଖ୍ୟ ଥିଲେ। ବ୍ଲକସ୍ତରୀୟ କମିଟି ସୁପାରିସ ଅନୁଯାୟୀ ଚୂଡ଼ାନ୍ତ ହିତାଧିକାରୀ ଚୟନ କରାଯାଇଥିଲା। ମାତ୍ର ଦୁଇଟି କମିଟି ସତ୍ତ୍ବେ ଏତେ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ କିଭଳି ବାହାରିଲେ ଓ ସେମାନଙ୍କ ଆକାଉଣ୍ଟକୁ କିଭଳି ଟଙ୍କା ଗଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।
ଜିଲା ଉପକୃଷି ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ କୁହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଟଙ୍କା ଅସୁଲ ପାଇଁ ସରକାର ଯୋଜନା କରୁଛନ୍ତି। ଯେଉଁମାନେ ପେନ୍‌ସନ୍‌ଭୋଗୀ କିନ୍ତୁ କାଳିଆ ଯୋଜନାରେ ସହାୟତା ପାଇଛନ୍ତି ସେମାନଙ୍କ ପେନ୍‌ସନ୍‌ରୁ ଟଙ୍କା ଭରଣା କରାଯିବ। ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଦରମାରୁ ଟଙ୍କା ଭରଣା କରାଯିବ। ସେହିପରି ଯେଉଁ ପରିବାରରେ ଏକାଧିକ ହିତାଧିକାରୀ ଲାଭବାନ ହୋଇଛନ୍ତି ସେମାନଙ୍କୁ ଦ୍ୱିତୀୟ କିସ୍ତି ଦିଆଯିବ ନାହିଁ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri