୨୦ରୁ ଊର୍ଦ୍ଧ୍ୱ ମଦଭାଟି ଭାଙ୍ଗିଲେ ଏସ୍‌ଏଚ୍‌ଜି

ଔପଦା, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡସାହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଶୀତବଣ ପାହାଡଘେରା ବେତେଇ ଗ୍ରାମ ଜଙ୍ଗଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବେଆଇନ ମହୁଲି ମଦଭାଟିକୁ ସ୍ଥାନୀୟ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ମିଳିତ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି।
ବେତେଇ ତତ୍‌ସଲଗ୍ନ ନିଘଞ୍ଚ ମଡିଚୁଆ ଗ୍ରାମର ଝରଣା ନିକଟରେ ମଦ ମାଫିଆମାନଙ୍କ ଦ୍ୱାରା ପ୍ରାୟ ୨୦ରୁ ବେଆଇନ ମହୁଲ ମଦଭାଟି ଚାଲୁଥିଲା। ଏଥିରୁ ପ୍ରତିଦିନ ହଜାର ହଜାର ଲିଟର ଦେଶୀ ମହୁଲି ମଦ ପ୍ରସ୍ତୁତ ହୋଇ ବଣ ଭିତର ଦେଇ ବାହାରକୁ ଚାଲାଣ ହେଉଥିଲା ା ଏଥିରୁ ବାହାରୁଥିବା ବିଷାକ୍ତ ମହୁଲ ପୋଚର ଅବଶିଷ୍ଟାଂଶ ଗାଁର ଗୋରୁ ଛେଳି ଆଦି ଗୃହପାଳିତ ପ୍ରାଣୀମାନେ ଖାଇ ମୃତ୍ୟୁମୁଖରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ପ୍ରାୟ ୫ ଗୋଟି ବଳଦ ଓ କେତେକ ଛେଳି ମରିଯାଇଥିବା ସ୍ଥଳେ ଗୋରୁଙ୍କର ସ୍ବାସ୍ଥ୍ୟବସ୍ଥା ଦୟଦୀୟ ହୋଇପଡିଛି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ୫ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଗ୍ରାମବାସୀ ମିଳିତ ହୋଇ ମଦଭାଟିକୁ ଠାବ କରି ଚଢାଉ କରିଥିଲେ ା ମଦଭାଟି ଚଳାଉଥିବା ମାଫିଆମାନେ ଜାଣି ପାରି ପଳାଇଥିଲେ ା ଏହାପରେ ମହିଳାମାନଙ୍କ ସହିତ ଗ୍ରାମବାସୀ ଗୋଟିଏ ପରେ ଗୋଟିଏ ଭାଟି ଭାଙ୍ଗିବା ସହିତ ମଦ ତିଆରି ସାମଗ୍ରୀ ନେଇଯାଇଥିଲେ। ମା’ ତାରିଣୀ ଏସଏଚ୍‌ଜିର ରବିନା ବେହେରା, ସମ୍ବାରି ବେହେରା, ଗମେଇ ବେହେରା, ସମାରି ମାନିକ, ରଜନୀ ଦେଉରି, ସୁନେଇ କଁଅର ଏବଂ ଜୟ ବଡାମ ଏସ୍‌ଏଚଜି କୌଶଲ୍ୟା ଖଣ୍ଡେଂ, ପଦ୍ମିନି ରାଉତ, ସତ୍ୟଭାମା ନୟିକ, ଦୈପଦୀ କଁଅର, ଅପୁର୍ବା ଖଟୂଆ, ଗାୟତ୍ରୀ ଏସଏଚଜିର ସୁକାନ୍ତି ବିଶ୍ୱାଳ, ଫୁଲମଣୀ ରାଉତ, ଚମ୍ପେଶ୍ୱରୀ ଏସଏଚଜିର ଗୁରୁବାରୀ ବେହେରା ରବିନା ବେହେରା, ସୁମିତ୍ରା ବେହେରାଙ୍କ ନେତୃତ୍ୱରେ ମହିଳା ଓ ଗ୍ରାମବାସୀ ମଦଭାଟି ଭାଙ୍ଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri