୨୦ନମ୍ବର ଜାତୀୟ ରାଜପଥଠାରୁ କୋଗାଁ ରାସ୍ତା : ଶିଳାନ୍ୟାସର ୫ ମାସ ପରେ ବି ହୋଇନି କାମ

ଯାଜପୁର ରୋଡ, ୯ା୯(ନି.ପ୍ର.)- କୋରେଇ ବ୍ଲକ ଅର୍ନ୍ତଗତ ତଳଗଡ ଗ୍ରାମ ପଞ୍ଚାୟତ ଜାତୀୟ ରାଜପଥ ୨୦ ନମ୍ବରରୁ କୋଗାଁକୁ ରାସ୍ତା ନିର୍ମାଣକୁ ଭିତ୍ତିପ୍ରସ୍ତର ହେବାର ୫ ମାସ ବିତିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଠିକାଦାର ରାସ୍ତା କାମ ପାଇଁ ମାଟି ମୁଠେ ପାକାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମାର୍ଚ୍ଚ ୨୦୧୯ରେ ୨କୋଟି ୫୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତାକୁ ତତ୍କାଳୀନ ବିଧାୟକ ଆକାଶ ଦାସ ନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ପାଇଁ ଟେଣ୍ଡରକରି ଠିକଦାର ଚୟନ କରିଥିଲା। ଏହି ରାସ୍ତାଟି ଝୁମ୍ପାଣ, କପିଳଙ୍ଗ, ଇଟାପୁର, ପିମ୍ପଲ, କୋଗାଁ ପ୍ରଭୃତି ଗ୍ରାମକୁ ସଂଯୋଗ କରୁଛି। ରାସ୍ତାଟି କାମ କରା ନ ଯିବାରୁ ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ଖାଲଖମା ହୋଇ ପାଣି ଜମିରହୁଛି। ଉକ୍ତ ରାସ୍ତା ଦେଇ ପିଲାମାନେ ସ୍କୁଲ, କଲେଜକୁ ଯାତାୟାତ କରିବାକୁ ବିପଦ ମଣୁଛନ୍ତି। ଏ ସମ୍ପର୍କରେ ଯାଜପୁର ରୋଡ୍‌ ଆରଡି ସବ୍‌ଡିଭିଜନ ଏସ୍‌ଡିଓଙ୍କୁ ଗ୍ରାମବାସୀ ଭେଟିବାକୁ ଗଲେ ଏସ୍‌ଡିଓଙ୍କ ଦେଖା ମୁଳୁ ନ ଥିବା କହିଛନ୍ତି। ଅପରପକ୍ଷେ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଦୁର୍ଗା ପୂଜା ପୂର୍ବରୁ ରାସ୍ତାକୁ ପ୍ରଥମେ ମରାମତି କରିବା ପାଇଁ ବରିଷ୍ଠ ବିଜେଡି ନେତା ବାବୁଲାଲ୍‌ ଗୁରୁ ଦାବି କରିଛନ୍ତି। ରାସ୍ତା ମରାମତି କରା ନ ଗଲେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏ ସମ୍ପର୍କରେ କୋରେଇ ଆର୍‌ଡି କନିଷ୍ଠ ଯନ୍ତ୍ରୀ ରଞ୍ଜନ ବେହେରାଙ୍କୁ ପଚାରିବାରୁ, ଠିକାଦାର ବିଳମ୍ବରେ ରାସ୍ତା କାମ ନେଇ ଚୁକ୍ତି କରିଥିଲେ। ବର୍ଷାଦିନ ଆସିଯିବାରୁ ରାସ୍ତା କାମ ହୋଇପାରି ନ ଥିଲା। ନଭେମ୍ବରରେ କାମ ଆରମ୍ଭ ହେବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri