୨ଘଣ୍ଟା ଅପେକ୍ଷା ପରେ ସଙ୍ଗରୋଧ କେନ୍ଦ୍ରକୁ ଗଲେ

ଦେଓଗାଁ, ୧୭ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକକୁ ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ଆଗମନ ଲାଗିରହିଛି ା ହେଲେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଠିକ୍‌ଭାବେ ନେବାରେ ପ୍ରଶାସନିକ ବିଫଳତା ପଦାରେ ପଡିଛି ା ବସ୍‌ ଯୋଗେ ଆସୁଥିବା ପ୍ରବାସୀମାନେ ଦେଓଗାଁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ କେଉଁ ସଙ୍ଗରୋଧ କେନ୍ଦ୍ରକୁ ଯିବେ ଜାଣି ନ ପାରି ଏଣେତେଣେ ବୁଲିଥିବା ନଜରକୁ ଆସିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା
ରବିବାର ଦେଓଗଁା ବସ୍‌ଷ୍ଟାଣ୍ଡରେ ୨ଟି ବସ୍‌ରେ ୬୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ତାମିଲନାଡୁର ତିରପୁରରୁ ଆସି ପହଞ୍ଚତ୍ଥିଲେ ା ହେଲେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ପାଇଁ ୨ଘଣ୍ଟା ଧରି କୌଣସି ପ୍ରଶାସନିକ ଅଧିକାରୀ ଆସି ନ ଥିଲେ। ଫଳରେ ଦୀର୍ଘ ସମୟ ଧରି ସେମାନେ ଏଣେତେଣେ ବୁଲାବୁଲି କରୁଥିଲେ। ସ୍ଥାନୀୟ ଥାନାଧିକାରୀ ରଞ୍ଜନ ବରିହା ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ୨ଘଣ୍ଟା ବିଳମ୍ବରେ ସାଲେପାଲି ସରପଞ୍ଚ ନୀଳାଞ୍ଚଳ କୁଅଁର ଘଟଣାସ୍ଥଳରେ ପହଞ୍ଚି ଥିଲେ। କେତେକ ଶ୍ରମିକଙ୍କୁ ସେ ସାଲେପାଲି ସଙ୍ଗରୋଧ କେନ୍ଦ୍ରକୁ ନେବାର ବ୍ୟବସ୍ଥା କରିଥିଲେ ା ପରେ ଜରାସିଂହା ପଞ୍ଚାୟତର ୧୨ଶ୍ରମିକଙ୍କୁ ବିଡିଓ ନବୀନ କୁମାର ପାଢ଼ୀ ଗାଇବାହାଲ ସଙ୍ଗରୋଧ କେନ୍ଦ୍ରକୁ ନେବାର ବ୍ୟବସ୍ଥା କରିଥିଲେ। ସଇଁନ୍ତଳା ବଡମାଲର ଜଣେ ପ୍ରବାସୀ ନିଜସ୍ବ ଉଦ୍ୟମରେ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ସେହିପରି ଶନିବାର ସ୍ଥାନୀୟ କଲେଜଛକଠାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷାରେ ରହିଥିବା ୧୨ଜଣ ପ୍ରବାସୀଙ୍କୁ କୁତୁର୍ଲା କେନ୍ଦ୍ରକୁ ନିଆଯାଇଥିବା ବେଳେ ସେମାନେ ସେଠାରେ ରହିବାକୁ ଅମଙ୍ଗ ହୋଇଥିଲେ ା ଫଳରେ ରବିବାର ସକାଳେ କେତେକ ଲୋକ ସେମାନଙ୍କୁ ବାଇକ ଯୋଗେ ଗୌରଗୋଠ ସଙ୍ଗରୋଧ କେନ୍ଦ୍ରକୁ ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହେଉଛି ା ପ୍ରବାସୀମାନେ ଆସିବା ପରେ ତୁରନ୍ତ ସଙ୍ଗରୋଧ କେନ୍ଦ୍ରକୁ ନେବାରେ ଅବହେଳା ହେଉଥିବା ତଥା ସେମାନେ ବୁଲାବୁଲି କରୁଥିବା ସ୍ଥାନକୁ ସାନିଟାଇଜ କରାଯାଉ ନ ଥିବାରୁ ପ୍ରଶାସନର ଖାମଖିଆଲ ନୀତିର ସମାଲୋଚନା କରାଯିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ା ଏ ସମ୍ପର୍କରେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ପାଖ ଗାଁର ସଙ୍ଗରୋଧ କେନ୍ଦ୍ରକୁ ଶ୍ରମିକମାନେ ଚାଲିଚାଲି ଗଲେ ମଧ୍ୟ କୌଣସି ଅସୁବିଧା ନାହିଁ। ତେବେ ଗାଡି ବାବସ୍ଥା କରି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ା ଏ ଦିଗରେ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?