୨ଘଣ୍ଟା ଅପେକ୍ଷା ପରେ ସଙ୍ଗରୋଧ କେନ୍ଦ୍ରକୁ ଗଲେ

ଦେଓଗାଁ, ୧୭ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକକୁ ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ଆଗମନ ଲାଗିରହିଛି ା ହେଲେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଠିକ୍‌ଭାବେ ନେବାରେ ପ୍ରଶାସନିକ ବିଫଳତା ପଦାରେ ପଡିଛି ା ବସ୍‌ ଯୋଗେ ଆସୁଥିବା ପ୍ରବାସୀମାନେ ଦେଓଗାଁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ କେଉଁ ସଙ୍ଗରୋଧ କେନ୍ଦ୍ରକୁ ଯିବେ ଜାଣି ନ ପାରି ଏଣେତେଣେ ବୁଲିଥିବା ନଜରକୁ ଆସିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା
ରବିବାର ଦେଓଗଁା ବସ୍‌ଷ୍ଟାଣ୍ଡରେ ୨ଟି ବସ୍‌ରେ ୬୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ତାମିଲନାଡୁର ତିରପୁରରୁ ଆସି ପହଞ୍ଚତ୍ଥିଲେ ା ହେଲେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ପାଇଁ ୨ଘଣ୍ଟା ଧରି କୌଣସି ପ୍ରଶାସନିକ ଅଧିକାରୀ ଆସି ନ ଥିଲେ। ଫଳରେ ଦୀର୍ଘ ସମୟ ଧରି ସେମାନେ ଏଣେତେଣେ ବୁଲାବୁଲି କରୁଥିଲେ। ସ୍ଥାନୀୟ ଥାନାଧିକାରୀ ରଞ୍ଜନ ବରିହା ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ୨ଘଣ୍ଟା ବିଳମ୍ବରେ ସାଲେପାଲି ସରପଞ୍ଚ ନୀଳାଞ୍ଚଳ କୁଅଁର ଘଟଣାସ୍ଥଳରେ ପହଞ୍ଚି ଥିଲେ। କେତେକ ଶ୍ରମିକଙ୍କୁ ସେ ସାଲେପାଲି ସଙ୍ଗରୋଧ କେନ୍ଦ୍ରକୁ ନେବାର ବ୍ୟବସ୍ଥା କରିଥିଲେ ା ପରେ ଜରାସିଂହା ପଞ୍ଚାୟତର ୧୨ଶ୍ରମିକଙ୍କୁ ବିଡିଓ ନବୀନ କୁମାର ପାଢ଼ୀ ଗାଇବାହାଲ ସଙ୍ଗରୋଧ କେନ୍ଦ୍ରକୁ ନେବାର ବ୍ୟବସ୍ଥା କରିଥିଲେ। ସଇଁନ୍ତଳା ବଡମାଲର ଜଣେ ପ୍ରବାସୀ ନିଜସ୍ବ ଉଦ୍ୟମରେ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ସେହିପରି ଶନିବାର ସ୍ଥାନୀୟ କଲେଜଛକଠାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷାରେ ରହିଥିବା ୧୨ଜଣ ପ୍ରବାସୀଙ୍କୁ କୁତୁର୍ଲା କେନ୍ଦ୍ରକୁ ନିଆଯାଇଥିବା ବେଳେ ସେମାନେ ସେଠାରେ ରହିବାକୁ ଅମଙ୍ଗ ହୋଇଥିଲେ ା ଫଳରେ ରବିବାର ସକାଳେ କେତେକ ଲୋକ ସେମାନଙ୍କୁ ବାଇକ ଯୋଗେ ଗୌରଗୋଠ ସଙ୍ଗରୋଧ କେନ୍ଦ୍ରକୁ ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହେଉଛି ା ପ୍ରବାସୀମାନେ ଆସିବା ପରେ ତୁରନ୍ତ ସଙ୍ଗରୋଧ କେନ୍ଦ୍ରକୁ ନେବାରେ ଅବହେଳା ହେଉଥିବା ତଥା ସେମାନେ ବୁଲାବୁଲି କରୁଥିବା ସ୍ଥାନକୁ ସାନିଟାଇଜ କରାଯାଉ ନ ଥିବାରୁ ପ୍ରଶାସନର ଖାମଖିଆଲ ନୀତିର ସମାଲୋଚନା କରାଯିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ା ଏ ସମ୍ପର୍କରେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ପାଖ ଗାଁର ସଙ୍ଗରୋଧ କେନ୍ଦ୍ରକୁ ଶ୍ରମିକମାନେ ଚାଲିଚାଲି ଗଲେ ମଧ୍ୟ କୌଣସି ଅସୁବିଧା ନାହିଁ। ତେବେ ଗାଡି ବାବସ୍ଥା କରି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ା ଏ ଦିଗରେ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି।...

ବଲାଙ୍ଗୀର ଭାଜପା ଉତ୍ସାହିତ, ତ୍ରିମୁଖୀ ଲଢ଼େଇ ସମ୍ଭାବନା

ବଲାଙ୍ଗୀର,୨୪ା୩ (ବୀରେନ୍ଦ୍ର କୁମାର ଝାଙ୍କର): ବିଜେଡି-ଭାଜପା ମେଣ୍ଟ କଳ୍ପନାଜଳ୍ପନାର ଅବସାନ ପରେ ବଲାଙ୍ଗୀର ଜିଲାରେ ଭାଜପା କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କୁହାଯାଉଥିଲା...

ତେଲଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ଖପ୍ରାଖୋଲ, ୨୧ା୩(ଅଭୟ ତ୍ରିପାଠୀ): ତେଲଙ୍ଗାନା ରାଜ୍ୟ ପଇଦାପଲ୍ଲୀରେ ଏକ ଇଟାଭାଟିରେ ଦାଦନ ଶ୍ରମିକଭାବେ କାମ କରୁଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ବୈଶାଖୁ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ...

ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ...

ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri