୧୯ ବର୍ଷରେ ବେଷ୍ଟ୍‌ ସେଲିଂ ଲେଖକ: ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌ ‘ପୀୟୂଷ’

ଭୁବନେଶ୍ୱର,୪ା୩(ବ୍ୟୁରୋ): ପ୍ୟାଶନ ଆଗରେ ହାର୍‌ ମାନିଛି ବୟସ। ଲେଖିବାର ମନିଶା ୧୯ ବର୍ଷୀୟ ପୀୟୂଷ ଗୁପ୍ତାଙ୍କୁ ଦେଇଛି ନୂଆ ପରିଚୟ। ବି.ଟେକ୍‌ ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଯୁବ ଲେଖକ ଆମାଜନ୍‌ରେ ବେଷ୍ଟ୍‌ ସେଲିଂ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି। ପୀୟୂଷଙ୍କ ଦ୍ୱାରା ଲିଖିତ ଇଂଲିଶ ଉପନ୍ୟାସ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଗତ ଫେବୃୟାରୀ ମାସରେ ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆମାଜନ୍‌ରେ ସର୍ବାଧିକ ବିକ୍ରି ହୋଇଛି। ପ୍ରଥମଥର ପାଇଁ ଓଡ଼ିଶାର ଜଣେ ଯୁବ ଲେଖକଙ୍କୁ ଏଭଳି ସଫଳତା ମିଳିଛି।
ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌। ଭୁବନେଶ୍ୱରର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)ରେ ଇଞ୍ଜିନିୟରିଂ ପଢୁଥିବା ପୀୟୂଷ ଏବେ ପାଲଟିଛନ୍ତି ଜଣେ ଜଣାଶୁଣା ଲେଖକ। ଗତବର୍ଷ ତାଙ୍କ ଦ୍ୱାରା ଲିଖିତ ପ୍ରଥମ ପୁସ୍ତକ ‘ଟେକ୍ନିକାଲି, ଆଇ ଲଭ୍‌ ୟୁ’ ଲୋକାର୍ପିତ ହେବା ପରେ ଏହା ପାଠକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା। ପ୍ରେମ ଓ ରୋମାନ୍ସ ଉପରେ ଆଧାରିତ ଏହି ଉପନ୍ୟାସ ପୁସ୍ତକ ଅଥର୍‌ ପେଜ୍‌ ପକ୍ଷରୁ ‘ବେଷ୍ଟ୍‌ ଡେବ୍ୟୁ ନୋବେଲ୍‌’ ଆଓ୍ବାର୍ଡ ପାଇଥିଲା। ପ୍ରଥମ ପୁସ୍ତକର ଲୋକପ୍ରିୟତା ପରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଦ୍ୱିତୀୟ ପୁସ୍ତକ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଲେଖା ଆରମ୍ଭ କରିଥିଲେ। ନିକଟରେ ଏହା ଲୋକାର୍ପିତ ହୋଇଥିବାବେଳେ ଆମାଜନ୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ମାତ୍ର କିଛିଦିନ ମଧ୍ୟରେ ଏହା କ୍ରାଇମ୍‌, ଥ୍ରିଲର୍‌ ଓ ମିଷ୍ଟ୍ରି ସେକ୍ସନରେ ଶ୍ରେଷ୍ଠ ପୁସ୍ତକଭାବେ ବିବେଚିତ ହୋଇଥିଲା। ବାସ୍ତବ ଘଟଣାରୁ ଅନୁପ୍ରାଣିତ ହୋଇ ଏହି ପୁସ୍ତକ ସେ ଲେଖିଥିବାବେଳେ ଏଥିରେ କ୍ରାଇମ୍‌, ସସ୍‌ପେନ୍ସ ଓ ରୋମାନ୍ସର ରୋମାଞ୍ଚକର କାହାଣୀ ରହିଛି। ବିଶେଷକରି ବର୍ତ୍ତମାନ ସମୟରେ ମହିଳାଙ୍କ ସପକ୍ଷରେ ଥିବା ଆଇନର ଫାଇଦା ଉଠାଇ କେତେକ ମହିଳା ମିଥ୍ୟା ବଳାତ୍କାର ମାମଲାରେ କିଭଳି ନିର୍ଦ୍ଦୋଷଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି ତାହାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। ଆମ ଚାରିପାଖେ ଘଟୁଥିବା ବାସ୍ତବ ଘଟଣାର ନିଚ୍ଛକ ପ୍ରତିଛବି ଏଥିରେ ପ୍ରତିଫଳିତ ହୋଇଛି ବୋଲି ପୀୟୂଷ କହିଛନ୍ତି।
ନିଜର ଏହି ସଫଳତା ସମ୍ପର୍କରେ ପୀୟୁଷ କୁହନ୍ତି, କଲେଜ ଜୀବନର ପ୍ରଥମବର୍ଷରୁ ଲେଖାଲେଖି ଆରମ୍ଭ କରିଥିଲି। ପ୍ରଥମେ ରୋମାନ୍ସ ଉପରେ ଲେଖିବା ପରେ ଏଥର କିଛି ଭିନ୍ନ ଲେଖିବାକୁ ଚାହିଁଲି। ମୁଁ ବହୁତ ଖବରକାଗଜ ପଢ଼େ। ଅନେକ ସମୟରେ ନିର୍ଦ୍ଦୋଷଙ୍କୁ ମିଥ୍ୟା ବଳାତ୍କାର ମାମଲାରେ ଫସାଇ ଦିଆଯାଇଥିବା ମୋ ନଜରକୁ ଆସେ। ସେହିଠାରୁ ହିଁ ଏହି ଉପନ୍ୟାସର କାହାଣୀ ମୋ ଭାବନାକୁ ଆସିଥିଲା। ଗତବର୍ଷ ଜାନୁୟାରୀରୁ ଲେଖିବା ଆରମ୍ଭ କରିଥିଲି। ଆଗକୁ ଆହୁରି ବହି ଲେଖିବି ବୋଲି ଭାବୁଛି। ବହି ପଢୁ ପଢୁ ମୁଁ ଦିନେ ହଠାତ୍‌ ଲେଖିବା ପାଇଁ ଚିନ୍ତା କରିଥିଲି ଓ ତା’ ପରଠାରୁ ଲେଖୁଛି। ଏହା ଏବେ ମୋର ଅଭ୍ୟାସ ହୋଇଗଲାଣି। ଜାତୀୟସ୍ତରରେ ଓଡ଼ିଆ ଲେଖକଙ୍କୁ କିଭଳି ସ୍ବତନ୍ତ୍ର ପରିଚୟ ମିଳିବ ତାହା ମୋର ଲକ୍ଷ୍ୟ। ଯେଉଁମାନେ ଲେଖିବା ପାଇଁ ଭାବୁଛନ୍ତି, ହେଲେ କେଉଁଠାରୁ ଆରମ୍ଭ କରିବେ ଜାଣି ପାରୁନାହାନ୍ତି, ସେମାନଙ୍କୁ ମୁଁ ଏତିକି କହିବି ଯେ, ଯେତେ ପାରୁଛ ସେତେ ପଢ। ବଡ଼ ବଡ଼ ଲେଖକ କ’ଣ ଲେଖୁଛନ୍ତି ଓ କେମିତି ଲେଖୁଛନ୍ତି ତାହା ଜାଣ। ଯାହାର ଏଥିପ୍ରତି ଦୁର୍ବଳତା ଥିବ ସେ ନିଶ୍ଚୟ ଦିନେ ନା ଦିନେ ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?