୧୯ ବର୍ଷରେ ବେଷ୍ଟ୍‌ ସେଲିଂ ଲେଖକ: ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌ ‘ପୀୟୂଷ’

ଭୁବନେଶ୍ୱର,୪ା୩(ବ୍ୟୁରୋ): ପ୍ୟାଶନ ଆଗରେ ହାର୍‌ ମାନିଛି ବୟସ। ଲେଖିବାର ମନିଶା ୧୯ ବର୍ଷୀୟ ପୀୟୂଷ ଗୁପ୍ତାଙ୍କୁ ଦେଇଛି ନୂଆ ପରିଚୟ। ବି.ଟେକ୍‌ ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଯୁବ ଲେଖକ ଆମାଜନ୍‌ରେ ବେଷ୍ଟ୍‌ ସେଲିଂ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି। ପୀୟୂଷଙ୍କ ଦ୍ୱାରା ଲିଖିତ ଇଂଲିଶ ଉପନ୍ୟାସ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଗତ ଫେବୃୟାରୀ ମାସରେ ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆମାଜନ୍‌ରେ ସର୍ବାଧିକ ବିକ୍ରି ହୋଇଛି। ପ୍ରଥମଥର ପାଇଁ ଓଡ଼ିଶାର ଜଣେ ଯୁବ ଲେଖକଙ୍କୁ ଏଭଳି ସଫଳତା ମିଳିଛି।
ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌। ଭୁବନେଶ୍ୱରର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)ରେ ଇଞ୍ଜିନିୟରିଂ ପଢୁଥିବା ପୀୟୂଷ ଏବେ ପାଲଟିଛନ୍ତି ଜଣେ ଜଣାଶୁଣା ଲେଖକ। ଗତବର୍ଷ ତାଙ୍କ ଦ୍ୱାରା ଲିଖିତ ପ୍ରଥମ ପୁସ୍ତକ ‘ଟେକ୍ନିକାଲି, ଆଇ ଲଭ୍‌ ୟୁ’ ଲୋକାର୍ପିତ ହେବା ପରେ ଏହା ପାଠକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା। ପ୍ରେମ ଓ ରୋମାନ୍ସ ଉପରେ ଆଧାରିତ ଏହି ଉପନ୍ୟାସ ପୁସ୍ତକ ଅଥର୍‌ ପେଜ୍‌ ପକ୍ଷରୁ ‘ବେଷ୍ଟ୍‌ ଡେବ୍ୟୁ ନୋବେଲ୍‌’ ଆଓ୍ବାର୍ଡ ପାଇଥିଲା। ପ୍ରଥମ ପୁସ୍ତକର ଲୋକପ୍ରିୟତା ପରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଦ୍ୱିତୀୟ ପୁସ୍ତକ ‘ଦି ଷ୍ଟୋରି ଦ୍ୟାଟ୍‌ ନେଭର୍‌ ଷ୍ଟାର୍ଟେଡ୍‌’ ଲେଖା ଆରମ୍ଭ କରିଥିଲେ। ନିକଟରେ ଏହା ଲୋକାର୍ପିତ ହୋଇଥିବାବେଳେ ଆମାଜନ୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ମାତ୍ର କିଛିଦିନ ମଧ୍ୟରେ ଏହା କ୍ରାଇମ୍‌, ଥ୍ରିଲର୍‌ ଓ ମିଷ୍ଟ୍ରି ସେକ୍ସନରେ ଶ୍ରେଷ୍ଠ ପୁସ୍ତକଭାବେ ବିବେଚିତ ହୋଇଥିଲା। ବାସ୍ତବ ଘଟଣାରୁ ଅନୁପ୍ରାଣିତ ହୋଇ ଏହି ପୁସ୍ତକ ସେ ଲେଖିଥିବାବେଳେ ଏଥିରେ କ୍ରାଇମ୍‌, ସସ୍‌ପେନ୍ସ ଓ ରୋମାନ୍ସର ରୋମାଞ୍ଚକର କାହାଣୀ ରହିଛି। ବିଶେଷକରି ବର୍ତ୍ତମାନ ସମୟରେ ମହିଳାଙ୍କ ସପକ୍ଷରେ ଥିବା ଆଇନର ଫାଇଦା ଉଠାଇ କେତେକ ମହିଳା ମିଥ୍ୟା ବଳାତ୍କାର ମାମଲାରେ କିଭଳି ନିର୍ଦ୍ଦୋଷଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି ତାହାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। ଆମ ଚାରିପାଖେ ଘଟୁଥିବା ବାସ୍ତବ ଘଟଣାର ନିଚ୍ଛକ ପ୍ରତିଛବି ଏଥିରେ ପ୍ରତିଫଳିତ ହୋଇଛି ବୋଲି ପୀୟୂଷ କହିଛନ୍ତି।
ନିଜର ଏହି ସଫଳତା ସମ୍ପର୍କରେ ପୀୟୁଷ କୁହନ୍ତି, କଲେଜ ଜୀବନର ପ୍ରଥମବର୍ଷରୁ ଲେଖାଲେଖି ଆରମ୍ଭ କରିଥିଲି। ପ୍ରଥମେ ରୋମାନ୍ସ ଉପରେ ଲେଖିବା ପରେ ଏଥର କିଛି ଭିନ୍ନ ଲେଖିବାକୁ ଚାହିଁଲି। ମୁଁ ବହୁତ ଖବରକାଗଜ ପଢ଼େ। ଅନେକ ସମୟରେ ନିର୍ଦ୍ଦୋଷଙ୍କୁ ମିଥ୍ୟା ବଳାତ୍କାର ମାମଲାରେ ଫସାଇ ଦିଆଯାଇଥିବା ମୋ ନଜରକୁ ଆସେ। ସେହିଠାରୁ ହିଁ ଏହି ଉପନ୍ୟାସର କାହାଣୀ ମୋ ଭାବନାକୁ ଆସିଥିଲା। ଗତବର୍ଷ ଜାନୁୟାରୀରୁ ଲେଖିବା ଆରମ୍ଭ କରିଥିଲି। ଆଗକୁ ଆହୁରି ବହି ଲେଖିବି ବୋଲି ଭାବୁଛି। ବହି ପଢୁ ପଢୁ ମୁଁ ଦିନେ ହଠାତ୍‌ ଲେଖିବା ପାଇଁ ଚିନ୍ତା କରିଥିଲି ଓ ତା’ ପରଠାରୁ ଲେଖୁଛି। ଏହା ଏବେ ମୋର ଅଭ୍ୟାସ ହୋଇଗଲାଣି। ଜାତୀୟସ୍ତରରେ ଓଡ଼ିଆ ଲେଖକଙ୍କୁ କିଭଳି ସ୍ବତନ୍ତ୍ର ପରିଚୟ ମିଳିବ ତାହା ମୋର ଲକ୍ଷ୍ୟ। ଯେଉଁମାନେ ଲେଖିବା ପାଇଁ ଭାବୁଛନ୍ତି, ହେଲେ କେଉଁଠାରୁ ଆରମ୍ଭ କରିବେ ଜାଣି ପାରୁନାହାନ୍ତି, ସେମାନଙ୍କୁ ମୁଁ ଏତିକି କହିବି ଯେ, ଯେତେ ପାରୁଛ ସେତେ ପଢ। ବଡ଼ ବଡ଼ ଲେଖକ କ’ଣ ଲେଖୁଛନ୍ତି ଓ କେମିତି ଲେଖୁଛନ୍ତି ତାହା ଜାଣ। ଯାହାର ଏଥିପ୍ରତି ଦୁର୍ବଳତା ଥିବ ସେ ନିଶ୍ଚୟ ଦିନେ ନା ଦିନେ ସଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri