Odisha Elections 2024

୧୭ ବର୍ଷରେ ଖର୍ଚ୍ଚ ହେଲାଣି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା :କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୨୮ା୭(ସ୍ବ.ପ୍ର.): ଅନିୟମିତ ବର୍ଷା ଯୋଗୁ ଚଳିତବର୍ଷ ନାଉଗାଁ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। କେଉଁଠି ତଳି ଘେରା ଫାଟି ଆଁ କଲାଣି ତ ଆଉ କେଉଁଠି ବର୍ଷା ଅଭାବରୁ ଗଜା ମରୁଡି ଦେଖାଦେଇଛି। କଁା ଭାଁ କେତେବେଳେ କେମିତି ବର୍ଷା ହେଉଥିବାବେଳେ ତାହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି। ଫଳରେ ଚାଷ କାଯର୍‌ୟ ଆଗେଇ ପାରୁନାହିଁ। ଏହି ସମୟରେ ଚାଷୀମାନେ କେନାଲ, ଉଠାଜଳସେଚନ ପ୍ରକଳ୍ପ ଓ ସ୍ଲୁଇସ୍‌ ଗେଟ୍‌ ଉପରେ ନିର୍ଭର କରି ଜଳସେଚନ କରିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏସବୁ ପ୍ରକଳ୍ପ କାଗଜକଲମରେ ସୀମିତ ରହିଛି। ଏହି ବ୍ଲକରେ ପ୍ରବାହିତ ଗୋବରୀ ନଦୀରେ ୨୦୦୨ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ବାଂଶ ସ୍ଲୁଇସ ଗେଟ। ପରବର୍ତ୍ତୀ ସମୟରେ ଗୋବରୀରେ ବନ୍ଧ ନିର୍ମାଣ, ଜଳ ନିଷ୍କାସନ ପାଇଁ କଲ୍‌ଭର୍ଟ ପ୍ରତିଷ୍ଠା ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଅଦ୍ୟାବଧି ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏହି ସ୍ଲୁଇସ ଗେଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷଜମିକୁ ଜଳ ଯୋଗାଣ ସହିତ ବର୍ଷାଦିନେ ଉଦ୍‌ବୃତତ୍ତ ଜଳ ନିଷ୍କାସନ। ଏହି ପ୍ରକଳ୍ପ ଦ୍ୱାରା ନାଉଗାଁ, ବାଂଶ, ଶିଖର ଆଦି ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ।

କିନ୍ତୁ ପ୍ରତିବର୍ଷ ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଲାଗୁନାହିଁ। ଅର୍ଥାତ୍‌ ଚାଷଜମିକୁ ଅଦ୍ୟାବଧି ମୁନ୍ଦାଏ ପାଣି ଯାଇପାରୁ ନାହିଁ କି ବର୍ଷାଦିନେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଡ୍ରେନଜ ବିଭାଗ ପକ୍ଷରୁ ଗତ ୧୫ ବର୍ଷ ହେବ ଉକ୍ତ ସ୍ଲୁଇସ ଗେଟ ମରାମତି ଓ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଯେଉଁ ଲକ୍ଷ୍ୟ ନେଇ ଉକ୍ତ ପ୍ରକଳ୍ପ କରାଯାଇଥିଲା ତାହା ପୂରଣ ହୋଇପାରୁନାହିଁ। ଫଳରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି। ନିୟମାନୁସାରେ ଜୁନ୍‌ ମାସରେ କୌଣସି ପ୍ରକଳ୍ପ ପାଇଁ ମାଟି କାମ କରାଯାଇ ନ ଥାଏ। କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। କେତେବେଳେ ରାଜନେତାଙ୍କ ଚିଠାରେ ତାଙ୍କ ସମ୍ପର୍କୀୟ ତ ଆଉ କେତେବେଳେ ଯନ୍ତ୍ରୀଙ୍କ ସମ୍ପର୍କୀୟ ଏଠାରେ କାମ କରୁଛନ୍ତି। କେତେକସ୍ଥଳେ ଟେଣ୍ଡର ଆହ୍ବାନ କରାଯାଇ ମରାମତି କାମ ହେଉଥିଲେ ମଧ୍ୟ ତାହା କେବଳ ଲୋକଦେଖାଣିଆ ବୋଲି ବାଂଶ ଗ୍ରାମର ହାଡ଼ିବନ୍ଧୁ ସେଠୀ, ସୁବାସ ଚନ୍ଦ୍ର ସ୍ବାଇଁ, ସୁବଳ ଦାସ, ଉଲ୍ଲାସ ବିଶ୍ୱାଳ, ଚାନ୍ଦପୁରା ଗ୍ରାମର ରବିନାରାୟଣ ପରିଡ଼ା, ନିରଞ୍ଜନ ବେହେରା, ସିତୁରା ଗ୍ରାମର ନାରାୟଣ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି ବନ୍ଧ ମରାମତି ଓ ସ୍ଲୁଇସ ଗେଟ୍‌ କାମ ପ୍ରତିବର୍ଷ ବର୍ଷାଦିନେ କରାଯାଉଛି। କିଛିଦିନ ତଳେ ଉକ୍ତ ପ୍ରକଳ୍ପ ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଡ୍ରେନେଜ୍‌ ବିଭାଗ ପକ୍ଷରୁ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପାଇଥିବା ଠିକାଦାର ଖରାଦିନେ କାମ ନ କରି ବର୍ଷାଦିନେ ଯେନତେନ କାମ ସାରିଦେବାକୁ ଯୋଜନା ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ୟୟ ଅଟକଳ ଅନୁଯାୟୀ କାମ ନ କରି ପୂର୍ବରୁ ନଦୀବନ୍ଧରେ ରହିଥିବା ପଥରକୁ ଖସାଇ ସେହି ପୁରୁଣା ଜାଗାରେ ପଥର ଥୋଇ ଅର୍ଥ ହଡ଼ପ କରିବାକୁ ଯୋଜନା ଚାଲିଛି। ଏ ସମ୍ପର୍କରେ ଗ୍ରାମବାସୀ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ବ୍ଲକ୍‌ ଉପାଧ୍ୟକ୍ଷା ମାମିନା ଦଳାଇ, ପୂର୍ବତନ ସରପଞ୍ଚ ସଚ୍ଚିଦାନନନ୍ଦ ପରିଡ଼ା ପ୍ରମୁଖ ପୁରୁଣା ସ୍ଲୁଇସ ଗେଟ୍‌ ଭାଙ୍ଗି ସେଠାରେ ଆଉ ଏକ ନୂତନ ସ୍ଲୁଇସ ଗେଟ୍‌ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ଆଶିଷ ମିଶ୍ର କହିଛନ୍ତି ଯେ, ବାଂଶ ସ୍ଲୁଇସ ଗେଟ୍‌ ମରାମତିରେ ଅନିୟମିତତା ହୋଇଥିବା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ମିଳିଛି। ଏହାକୁ ଭିତ୍ତି କରି ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri