୧୭ ବର୍ଷରେ ଖର୍ଚ୍ଚ ହେଲାଣି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା :କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୨୮ା୭(ସ୍ବ.ପ୍ର.): ଅନିୟମିତ ବର୍ଷା ଯୋଗୁ ଚଳିତବର୍ଷ ନାଉଗାଁ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। କେଉଁଠି ତଳି ଘେରା ଫାଟି ଆଁ କଲାଣି ତ ଆଉ କେଉଁଠି ବର୍ଷା ଅଭାବରୁ ଗଜା ମରୁଡି ଦେଖାଦେଇଛି। କଁା ଭାଁ କେତେବେଳେ କେମିତି ବର୍ଷା ହେଉଥିବାବେଳେ ତାହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି। ଫଳରେ ଚାଷ କାଯର୍‌ୟ ଆଗେଇ ପାରୁନାହିଁ। ଏହି ସମୟରେ ଚାଷୀମାନେ କେନାଲ, ଉଠାଜଳସେଚନ ପ୍ରକଳ୍ପ ଓ ସ୍ଲୁଇସ୍‌ ଗେଟ୍‌ ଉପରେ ନିର୍ଭର କରି ଜଳସେଚନ କରିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏସବୁ ପ୍ରକଳ୍ପ କାଗଜକଲମରେ ସୀମିତ ରହିଛି। ଏହି ବ୍ଲକରେ ପ୍ରବାହିତ ଗୋବରୀ ନଦୀରେ ୨୦୦୨ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ବାଂଶ ସ୍ଲୁଇସ ଗେଟ। ପରବର୍ତ୍ତୀ ସମୟରେ ଗୋବରୀରେ ବନ୍ଧ ନିର୍ମାଣ, ଜଳ ନିଷ୍କାସନ ପାଇଁ କଲ୍‌ଭର୍ଟ ପ୍ରତିଷ୍ଠା ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଅଦ୍ୟାବଧି ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏହି ସ୍ଲୁଇସ ଗେଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷଜମିକୁ ଜଳ ଯୋଗାଣ ସହିତ ବର୍ଷାଦିନେ ଉଦ୍‌ବୃତତ୍ତ ଜଳ ନିଷ୍କାସନ। ଏହି ପ୍ରକଳ୍ପ ଦ୍ୱାରା ନାଉଗାଁ, ବାଂଶ, ଶିଖର ଆଦି ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ।

କିନ୍ତୁ ପ୍ରତିବର୍ଷ ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଲାଗୁନାହିଁ। ଅର୍ଥାତ୍‌ ଚାଷଜମିକୁ ଅଦ୍ୟାବଧି ମୁନ୍ଦାଏ ପାଣି ଯାଇପାରୁ ନାହିଁ କି ବର୍ଷାଦିନେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଡ୍ରେନଜ ବିଭାଗ ପକ୍ଷରୁ ଗତ ୧୫ ବର୍ଷ ହେବ ଉକ୍ତ ସ୍ଲୁଇସ ଗେଟ ମରାମତି ଓ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଯେଉଁ ଲକ୍ଷ୍ୟ ନେଇ ଉକ୍ତ ପ୍ରକଳ୍ପ କରାଯାଇଥିଲା ତାହା ପୂରଣ ହୋଇପାରୁନାହିଁ। ଫଳରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି। ନିୟମାନୁସାରେ ଜୁନ୍‌ ମାସରେ କୌଣସି ପ୍ରକଳ୍ପ ପାଇଁ ମାଟି କାମ କରାଯାଇ ନ ଥାଏ। କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। କେତେବେଳେ ରାଜନେତାଙ୍କ ଚିଠାରେ ତାଙ୍କ ସମ୍ପର୍କୀୟ ତ ଆଉ କେତେବେଳେ ଯନ୍ତ୍ରୀଙ୍କ ସମ୍ପର୍କୀୟ ଏଠାରେ କାମ କରୁଛନ୍ତି। କେତେକସ୍ଥଳେ ଟେଣ୍ଡର ଆହ୍ବାନ କରାଯାଇ ମରାମତି କାମ ହେଉଥିଲେ ମଧ୍ୟ ତାହା କେବଳ ଲୋକଦେଖାଣିଆ ବୋଲି ବାଂଶ ଗ୍ରାମର ହାଡ଼ିବନ୍ଧୁ ସେଠୀ, ସୁବାସ ଚନ୍ଦ୍ର ସ୍ବାଇଁ, ସୁବଳ ଦାସ, ଉଲ୍ଲାସ ବିଶ୍ୱାଳ, ଚାନ୍ଦପୁରା ଗ୍ରାମର ରବିନାରାୟଣ ପରିଡ଼ା, ନିରଞ୍ଜନ ବେହେରା, ସିତୁରା ଗ୍ରାମର ନାରାୟଣ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି ବନ୍ଧ ମରାମତି ଓ ସ୍ଲୁଇସ ଗେଟ୍‌ କାମ ପ୍ରତିବର୍ଷ ବର୍ଷାଦିନେ କରାଯାଉଛି। କିଛିଦିନ ତଳେ ଉକ୍ତ ପ୍ରକଳ୍ପ ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଡ୍ରେନେଜ୍‌ ବିଭାଗ ପକ୍ଷରୁ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପାଇଥିବା ଠିକାଦାର ଖରାଦିନେ କାମ ନ କରି ବର୍ଷାଦିନେ ଯେନତେନ କାମ ସାରିଦେବାକୁ ଯୋଜନା ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ୟୟ ଅଟକଳ ଅନୁଯାୟୀ କାମ ନ କରି ପୂର୍ବରୁ ନଦୀବନ୍ଧରେ ରହିଥିବା ପଥରକୁ ଖସାଇ ସେହି ପୁରୁଣା ଜାଗାରେ ପଥର ଥୋଇ ଅର୍ଥ ହଡ଼ପ କରିବାକୁ ଯୋଜନା ଚାଲିଛି। ଏ ସମ୍ପର୍କରେ ଗ୍ରାମବାସୀ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ବ୍ଲକ୍‌ ଉପାଧ୍ୟକ୍ଷା ମାମିନା ଦଳାଇ, ପୂର୍ବତନ ସରପଞ୍ଚ ସଚ୍ଚିଦାନନନ୍ଦ ପରିଡ଼ା ପ୍ରମୁଖ ପୁରୁଣା ସ୍ଲୁଇସ ଗେଟ୍‌ ଭାଙ୍ଗି ସେଠାରେ ଆଉ ଏକ ନୂତନ ସ୍ଲୁଇସ ଗେଟ୍‌ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ଆଶିଷ ମିଶ୍ର କହିଛନ୍ତି ଯେ, ବାଂଶ ସ୍ଲୁଇସ ଗେଟ୍‌ ମରାମତିରେ ଅନିୟମିତତା ହୋଇଥିବା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ମିଳିଛି। ଏହାକୁ ଭିତ୍ତି କରି ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri