Posted inଖେଳ

୧୫୦୦ତମ ମ୍ୟାଚ୍‌ରେ ଫେଡରରଙ୍କ ବିଜୟ

ବାସେଲ, ୨୨।୧୦ (ଏଏଫ୍‌ପି)- ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ନିଜ କ୍ୟାରିୟରର ୧୫୦୦ତମ ମ୍ୟାଚ୍‌ ଖେଳିଛନ୍ତି। ସୁଇସ୍‌ ଇନ୍‌ଡୋର୍ସ ପ୍ରତିଯୋଗିତା ଅବସରରେ ଫେଡରର ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ମ୍ୟାଚ୍‌ରେ ବିଜୟ ଲାଭ କରି ସେ ଏହାକୁ ଆହୁରି ସ୍ମରଣୀୟ କରିଛନ୍ତି। ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୮ ବର୍ଷୀୟ ଫେଡରର ୬-୨, ୬-୧ ସିଧାସଳଖ ସେଟ୍‌ରେ ଜର୍ମାନୀର ଯୋଗ୍ୟତା ଅର୍ଜନକାରୀ ଖେଳାଳି ପିଟର୍‌ ଗୋଜୋଓ୍ବଜିକଙ୍କୁ ହରାଇଛନ୍ତି। ବାସେଲରେ ଏହା ତାଙ୍କର କ୍ରମାଗତ ୨୧ତମ ବିଜୟ ଥିଲା। ସେହିଭଳି ମୋଟ୍‌ ଉପରେ ଏହି ଟୁର୍ନାମେଣ୍ଟରେ ତାଙ୍କ ବିଜୟ-ପରାଜୟ ୭୨-୯ରେ ପହଞ୍ଚତ୍ଛି। ଯଦି ଫେଡରର ଏଠାରେ ଚାମ୍ପିୟନ ହୁଅନ୍ତି ତେବେ କ୍ୟାରିୟରର ୧୦ମ ଥର ଲାଗି ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ୍‌ ହାସଲ କରିବେ। ସେହିଭଳି ମୋଟ୍‌ ଉପରେ ଏହା ତାଙ୍କ ୧୦୩ତମ ଟାଇଟଲ୍‌ ବିଜୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri