୧୫୦ ପରିବାର ସ୍ଥାନାନ୍ତର

ବନ୍ତଳା,୧୫ା୮ (ଡି.ଏନ.ଏ.) ମହାନଦୀରେ ବନ୍ୟା ଯୋଗୁ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡା ପଞ୍ଚାୟତର ୪ ଗାଁ ପାଣି ଘେରରେ ରହିଛି। ତେବେ ଉକ୍ତ ଗାଁରୁ ପ୍ରାୟ ୧୫୦ ପରିବାରକୁ ପ୍ରଶାସନ ପକ୍ଷରୁ ନିକଟସ୍ଥ ହାଇସ୍କୁଲ, ୟୁପି ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଅନୁଗୋଳ ଉପଜିଲାପାଳ, ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ପୁରୁଣାକୋଟ ରେଞ୍ଜର, ଟିକରପଡା ରେଞ୍ଜର, ପୁରୁଣା କୋଟ ରାଜସ୍ବ ଅଧିକାରୀ ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନଙ୍କ ନିମନ୍ତେ ରିଲିଫ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ସେହିପରି ବନ ବିଭାଗ ପକ୍ଷରୁ ୮ଟି ଡଙ୍ଗା ଯୋଗାଇ ଦିଆଯାଇଛି।
ବୁଧବାର ରାତିରେ ହଠାତ ବନ୍ୟା ପାଣି ପଞ୍ଚାୟତର ଘାଟ ସାହିକୁ ପ୍ରବେଶ କରିଥିଲା। ଫଳରେ ସାହି ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ। କେତେଜଣ ସେହି ରାତିରେ ଘର ଛାଡ଼ି ନିକଟସ୍ଥ ସ୍କୁଲକୁ ଚାଲି ଯାଇଥିଲେ। ସକାଳେ ବ୍ଲକ ଓ ତହସିଲର ଅଧିକାରୀମାନେ ପହଞ୍ଚି ଅନ୍ୟମାନଙ୍କୁ ସ୍ଥାନାନ୍ତର କରି ହାଇସ୍କୁଲ, ୟୁପି ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟରେ ରଖିଥିଲେ। ପରେ ଘଟଣାସ୍ଥଳକୁ ଉପଜିଲାପାଳ ବାସୁଦେବ ଶତପଥୀ, ବିଡିଓ ମାୟାଧର ବେହେରା, ତହସିଲଦାର ବିଚିତ୍ରାନନ୍ଦ ନାୟକ, ଅତିରିକ୍ତ ତହସିଲଦାର, ପୁରୁଣାକୋଟ ରେଞ୍ଜର ଗଜେନ୍ଦ୍ର ବେହେରା, ଟିକରପଡା ରେଞ୍ଜର ଜୟନ୍ତ ପଟ୍ଟନାୟକ, ପୁରୁଣାକୋଟ ରାଜସ୍ବ ଅଧିକାରୀମାନେ ପହଞ୍ଚିଥିଲେ। ଘାଟସାହିର ୭୨ ପରିବାର, ନୂଆସାହି, କେଉଟ ସାହି, ବସଷ୍ଟାଣ୍ଡ ସାହି, ରେଞ୍ଜ ଅଫିସ ସାହିର ୧୫୦ ପରିବାର ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। କେତେଜଣ ବିପନ୍ନଙ୍କ ଘର ପାଣିରେ ଭାଙ୍ଗି ଯାଇଛି। ସେହିପରି ଗଇନ୍ଦି, ମଝିପଡା, ବେହେରା ସାହି, ରାମି ମୁଣ୍ଡା ଗ୍ରାମ ପାଣି ଘେରରେ ରହିଛି। ଉକ୍ତ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିପନ୍ନ ଚିତ୍ତରଞ୍ଜନ ନାଏକ, ବିନୋଦ ବେହେରା, ମାନସ ବେହେରା, ସାନନ୍ଦ ନାଏକ, ଦୀପକ ବେହେରା ପ୍ରମୁଖ ବନ୍ୟା ସମ୍ପର୍କରେ ପ୍ରଶାସନ ଆଗୁଆ ସୂଚନା ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ ରିଲିଫ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଘାଟ ସାହି, ନୂଆସାହି ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହିତ ତିନିଦିନ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ବନ୍ତଳା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିପନ୍ନମାନଙ୍କ ପାଖରେ ପହଞ୍ଚିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଶାସନକୁ ୮ ଟି ଡଙ୍ଗା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri