୧୫ରୁ ମିଳିବ ଗୋରେଖନାଥ ପୀଠରେ ପ୍ରସାଦ

ରଘୁନାଥପୁର,୧୪ା୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ କେରକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠ ରୋଷଘରେ ତାଲା ପଡିବା ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବା ନେଇ ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗିଥିବା ବିବାଦ ସୋମବାର ସମାଧାନ ହୋଇଛି। ଆସନ୍ତା ୧୫ ତାରିଖ ତଥା ମକର ସଂକ୍ରାନ୍ତି ଠାରୁ ପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଟ୍ରଷ୍ଟବୋର୍ଡ ସଭ୍ୟ ଜୀବନ ବଲ୍ଲଭ ମହାନ୍ତି କହିଛନ୍ତି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଜଗତ୍‌ସିଂପୁରସ୍ଥିତ ସବକଲେକ୍ଟରଙ୍କ କାର୍ଯ୍ୟାଳୟରେ ଗତ ୨ତାରିଖରୁ ଗୋରେଖନାଥ ପୀଠରେ ବନ୍ଦ ଥିବା ପ୍ରସାଦ ବ୍ୟବସ୍ଥାକୁ ନେଇ ଏକ ବୈଠକ ବସିଥିଲା। ଏଥିରେ ପୂଜକ ରମେଶ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ପଣ୍ଡା, ଜ୍ଞାନରଞ୍ଜନ ପଣ୍ଡା, ସୁଦର୍ଶନ ଦାଶ, ବୀରବର ଦାଶ, ଛପଡ଼ା ସରପଞ୍ଚ ବିଜୟ ସ୍ବାଇଁ, ଟ୍ରଷ୍ଟ ବୋର୍ଡ ସଭ୍ୟ ପ୍ରଦୀପ୍ତ ମହାନ୍ତି, କ୍ଷୀରୋଦ ମହାନ୍ତି, ସୁଶାନ୍ତ ଦାଶ, ଆଇନଜୀବୀ ଜୀବନବଲ୍ଳଭ ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପଣ୍ଡା, ମ୍ୟାନେଜିଂ ଟ୍ରଷ୍ଟି ମହେନ୍ଦ୍ର ପ୍ରସାଦ ମହାନ୍ତି, ରେଭିନ୍ୟୁ ଅଫିସର ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଟ୍ରଷ୍ଟବୋର୍ଡ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୩ଲକ୍ଷ ଟଙ୍କା ପରିବର୍ତ୍ତେ ୨ଲକ୍ଷ ୫୦ହଜାର ଟଙ୍କା ଦେୟ ଦେବାକୁ ସ୍ଥିର ହୋଇଥିଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୬୨ହଜାର ଟଙ୍କା ଟ୍ରଷ୍ଟବୋର୍ଡରେ ଜମା କରିବା ପାଇଁ ପୂଜକମାନଙ୍କୁ ନିର୍ଦ୍ଦେଶ ରହିଥିଲା। ମାନସିକ ରୋଷେଇ ବାବଦ ଜଣକ ପିଛା ୧ଟଙ୍କା ଜମା କରିବା ପାଇଁ ସ୍ଥିର ହୋଇଥିଲା। ପୂଜକଙ୍କ ପକ୍ଷରୁ ପ୍ରସ୍ତୁତ ପ୍ରସାଦର ମୂଲ୍ୟ ୬୦ଟଙ୍କା ରଖାଯିବା ପାଇଁ ସ୍ଥିର ହୋଇଛି। ପ୍ରଭୁଙ୍କ ମହିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୂଜକମାନେ ନିଷ୍ପତ୍ତିକୁ ସ୍ବାଗତ କରିଥିବା ଜଞାନରଞ୍ଜନ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri