୧୫ ସୁଦ୍ଧା ପାଇଖାନା ନିର୍ମାଣ ବକେୟା ପ୍ରଦାନ ନିର୍ଦ୍ଦେଶ: ଘରକୁ ଯାଇ କାର୍ଯ୍ୟାଦେଶ ଦେଲେ ବିଡିଓ

ଛତ୍ରପୁର,୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାହ୍ୟ ମଳମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ଲୋକେ ଖୋଲାରେ ଶୌଚ ହେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପାଇଖାନା ନିର୍ମାଣ ପାଇଁ ନୂତନ ଭାବେ ପଞ୍ଜୀକୃତ ୧୯,୪୭୪ ହିତାଧିକାରୀଙ୍କୁ ବୁଧବାରଠାରୁ ସମସ୍ତ ବ୍ଲକରେ କାର୍ଯ୍ୟାଦେଶ ପ୍ରଦାନ ଆରମ୍ଭ ହୋଇଛି। ସ୍ପେଶାଲ ଡ୍ରାଇଭରେ ଗୁରୁବାର ସୁଦ୍ଧା ସମସ୍ତ ପଞ୍ଜୀକୃତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ବିଡିଓମାନଙ୍କୁ ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା କିଭଳି ସମସ୍ତ ପାଇଖାନା ନିର୍ମାଣ କାର୍ଯ୍ୟ ସାରିବ ତାହା ଉପରେ ଧ୍ୟାନ ଦେବାକୁ ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଡିଓମାନେ ହିତାଧିକାରୀଙ୍କ ଘରକୁ ଯାଇ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ଦେଉଛନ୍ତି। ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ବ୍ଲକର ବିଭିନ୍ନ ଗାଁକୁ ଯାଇ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ଜିଲାର କେତେକ ଗ୍ରାମାଞ୍ଚଳରେ ପୂର୍ବରୁ ନିର୍ମାଣ ହୋଇଥିବା ୨୮,୬୪୨ ପାଇଖାନା ବାବଦ ଅର୍ଥ ହିତାଧିକାରୀମାନଙ୍କୁ ମିଳି ନ ଥିବାରୁ ସମ୍ପୃକ୍ତ ବ୍ଲକର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀମାନଙ୍କୁ ପିଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟକୁ ସେମାନଙ୍କ ବକେୟା ଟଙ୍କା ଟ୍ରାନ୍ସଫର କରିବାକୁ ପିଡି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ା ଆହୁରି ଜଣାଯାଇଛି, ଜିଲାର ୨୦,୧୫୩ ଜଣ ଏଲଓବି ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କାର୍ଯ୍ୟ ଫେବୃୟାରୀ ୧୫ ସୁଦ୍ଧା ସାରି ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri