ଜୟପୁର,୪ା୧୨(ନି.ପ୍ର)-ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଥିବାରୁ ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଜୟପୁରରୁ ମାଲକାନଗିରି ବସ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଅବିଭକ୍ତ କୋରପୁଟ ଜିଲାରେ ୩୫ରୁ ଅଧିକ ସରକାରୀ ବସ୍ ଚଳାଚଳକୁ ବନ୍ଦ କରାଯାଇଛି ା ୧ ତାରିଖଠାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଜୟପୁର ଜୋନର ପାଖାପାଖି ୧୪ଟି ରୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ା ମାଓବାଦୀମାନେ ଯେପରି କିଛି କାଣ୍ଡ ନ ଘଟାଇ ପାରନ୍ତି ସେଥିଲାଗି ଜିଲା ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଲକାନଗିରି ଜିଲା ରୁଟ୍ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣୀ ରୁଟ୍ରେ ୪ଟି ବସ୍ ବନ୍ଦ କରାଯାଇଛି। ଆନ୍ଧ୍ରର ଆରକୁ ଗୋଟିଏ ବସ୍, ପାବତୀପୁରମ ଗୋଟିଏ, କାଶୀପୁର ଦୁଇଟି, ଭଦ୍ରାଚଳମ ଦୁଇଟି ,ଗୁଣପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ୮ଟି ବସକୁ ବନ୍ଦ କରାଯାଇଛି ା ଜିଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବା ସହ କୋମ୍ବିଂ ଅପରେଶନ୍ ଜୋରଦାର କରାଯାଇଛି । ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିବାରୁ ଜିଲା ପୋଲିସ ତରଫରୁ ଭୟଭୀତ ହେବାର କିଛି ଆଶଙ୍କା ନାହିଁ ବୋଲି କୁହାଯାଇଛି। ଅନ୍ୟପଟେ ପିଏଲଜିଏ ସପ୍ତାହକୁ ସଫଳ କରିବା ଲାଗି ମାଓବାଦୀମାନେ କୋରାପୁଟ, ମାଲକାନଗିରି, ରାୟଗଡା ଜିଲାର ସୀମାନ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଆହ୍ବାନ ଦେଇଛନ୍ତି। ଏହି ସପ୍ତାହ ପାଳନ ସମୟରେ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ନେତାମାନେ ଅଞ୍ଚଳ ଗସ୍ତ କରି ସଂଗଠନକୁ ଅଧିକ ଶକ୍ତିଶାଳୀ କରାଯିବା, ପୋଲିସ ତଥା ସୁରକ୍ଷା ବଳଙ୍କ ମଧ୍ୟରେ ଅଧିକରୁ ଅଧିକ ଭୟ ସୃଷ୍ଟି କରାଇବା,ଯେଉଁ ଅଞ୍ଚଳରେ ସଂଗଠନ ଦୁର୍ବଳ ଅଛି,ସେଠି ସ୍ଥାନୀୟ ଲୋକଙ୍କୁ କିଭଳି ଅକ୍ତିଆର କରାଯିବ ସେ ନେଇ କ୍ୟାଡରଙ୍କୁ ଅବଗତ କରାଯାଇଛି। ଜୟପୁର ଷ୍ଟେଶନ ମାଷ୍ଟର ପ୍ରମୋଦ କୁମାର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ବସ ଚଳାଚଳ ପ୍ରଭାବିତ ହୋଇଛି। ଆସନ୍ତା ୯ ତାରିଖରୁ ସ୍ବାଭାବିକ ହେବ ା
Posted inଆମ ଜିଲା ଖବର, କୋରାପୁଟ View All
ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…
ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…
‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ
ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…
ବାଇକ୍ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍ଅପ୍: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…
ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି): ପିକ୍ଅପ୍ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍.ଏଚ୍ ୫୭ ର ଟୋଲଗେଟ…
ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…
ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…
କାମ ସାରି ବାଇକ୍ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍, କଚାଡ଼ି ହୋଇ…
ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…
ଆରଏମ୍ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ
ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…
୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…
ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…
ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…
ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…
Archives

