୧୨ରେ ନନ୍ଦନକାନନ ପାଳିବ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୧।୮(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ତାରିଖ ତଥା ସୋମବାର ୫ମ ଥର ପାଳନ ହେବ ବିଶ୍ୱ ହସ୍ତୀ ଦିବସ। ଏହି ଦିନ ନନ୍ଦନକାନନ ବନ୍ଦ ଥିବାରୁ କର୍ମଚାରୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ଗହଣରେ ପାଳନ କରାଯିବ। ଏହି ଉପଲକ୍ଷେ କନଫେରନ୍ସ ହଲରେ ପର୍ଯ୍ୟଟନବିଭାଗ ଏସିଏଫ୍‌ ଅମୂଲ୍ୟ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୮ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏହି ଦିବସରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୦ଜଣ ଛାତ୍ରୀଛାତ୍ରଙ୍କ ସହ ମାହୁନ୍ତଙ୍କୁ ସମ୍ମାନିତ କରାଯିବ। ଚଳିତବର୍ଷ ବିଶ୍ୱହସ୍ତୀଦିବସ ନିରାଡମ୍ବରଭାବେ ପାଳନ ହେବାକୁ ଯାଉଛି। ନା ରହିବ ହାତୀଙ୍କ ପିଠିରେ ପିପିଲି ଚାନ୍ଦୁଆ ନା ରହିବ ହାତୀଙ୍କ ଶରୀରରେ ରଙ୍ଗିନ ଚକଖଡିର ଚିତ୍ରିତ। ୩ କିମ୍ବା ୪ ହାତୀକୁ ନେଇ ଏହି ହସ୍ତୀ ଦିବସ ପାଳନ ହେବ। ସୋମବାର ନନ୍ଦନକାନନ ବନ୍ଦ ଥିବାରୁ ୧୧ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନନ୍ଦନକାନନରେ ପ୍ରେମା, ବାସନ୍ତୀ, କମଳା, ଗୌରୀ, ଜୁଲି, ଚନ୍ଦନ, ହୀରା ଓ ମାମାକୁ ମିଶାଇ ୮ଟି ହାତୀ ରହିଛନ୍ତି। ନନ୍ଦନକାନନର ଛୋଟହାତୀ ମାମା ହୋଇଥିବାବେଳେ ସବୁଠାରୁ ବଡ ହାତୀ ପ୍ରେମା। ଛୋଟ ହାତୀ ମାମା ସାଜିବ ହସ୍ତୀ ଦିବସରେ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଜଣାପଡ଼ିଛି।

ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ସହକାରୀ ବନ ସଂରକ୍ଷକ ଅମୂଲ୍ୟ କୁମାର ପରିଡା କୁହନ୍ତି, ପର୍ଯ୍ୟଟକମାନେ କମିବାର ମୁଖ୍ୟ କାରଣ ବାତ୍ୟା ଫନୀ। ଯେଉଁ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥାନ୍ତି ସେମାନେ ପୁରୀ, କୋଣାର୍କ, ଧଉଳି, ଖଣ୍ଡଗିରି ସହ ନନ୍ଦନକାନନକୁ ବୁଲିବା ତାଲିକାରେ ରଖିଥାନ୍ତି। ବାତ୍ୟାରେ କ୍ଷତି ହୋଇଥିବା ପୁରୀର ପ୍ରାକୃତିକ ପରିବେଶ ଫେରି ନାହିଁ ବୋଲି ପର୍ଯ୍ୟଟକଙ୍କ ଧାରଣା ଥିବାରୁ ସେମାନଙ୍କ ସଂଖ୍ୟା କମଛି। ଏବେ ନନ୍ଦନକାନନ ପକ୍ଷରୁ ନୂଆ ପଶୁପକ୍ଷୀ ଆଣିବାର ପ୍ରକ୍ରିିୟା ଆରମ୍ଭ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ଆନ୍ନାକୋଣ୍ଡା ନନ୍ଦନକାନନକୁ ଆସିବ। ଏହାପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri