୧୨ ବର୍ଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୧୪୧୭

ଭୁବନେଶ୍ୱର, ୧୮ା୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ବଳାତ୍କାର, ଲୁଟ୍‌, ଠକେଇ, ଜମି ହଡପ, ଅପହରଣ ଭଳି ବଡ଼ ବଡ଼ ଅପରାଧ ପ୍ରାୟ ପ୍ରତିଦିନ ଘଟୁଛି। ଏ ସବୁ ଅପରାଧର ତଦନ୍ତ, ପ୍ରମାଣ ଯୋଗାଡ଼ କରିବାରେ କମିଶନରେଟ୍‌ ପୋଲିସକୁ ଦୀର୍ଘ ସମୟ ଲାଗିଯାଉଛି। ଏହା ପଛରେ ଅଭିଯୁକ୍ତଙ୍କ ସହ ପୋଲିସର ଭିତିରି ବୁଝାମଣା ରହୁଛି। ଫଳରେ ବହୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ରାଜଧାନୀରେ ୨୦୦୭ରୁ ୨୦୧୮ ପର୍ଯ୍ୟନ୍ତ ଅର୍ଥାତ୍‌ ୧୨ ବର୍ଷରେ ୧୪୧୭ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦଣ୍ଡ ଦେଇପାରିନାହାନ୍ତି। ଏଥିପାଇଁ ରାଜଧାନୀ ବାସିନ୍ଦାଙ୍କ କେବଳ ପୋଲିସ ନୁହେଁ, ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଭରସା ତୁଟିଯାଉଛି। ଅନେକଙ୍କୁ ତଳ ସ୍ତରରୁ ଶୀଘ୍ର ପଦୋନ୍ନତି ଦିଆଯାଇ ଥାନା ଅଧିକାରୀଭାବେ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ଅଭିଜ୍ଞତା ଅଭାବରୁ ଠିକ୍‌ ଭାବେ ତଦନ୍ତ ନ ହେବା ସହ ଦୁର୍ବଳ ଚାର୍ଜଶିଟ୍‌ ଦାଖଲ ଦ୍ୱାରା ଅଭିଯୁକ୍ତ ଖସିଯାଉଛନ୍ତି। ଅନ୍ୟ ଏକ କାରଣ ହେଲା ପୋଲିସ ଅଧିକାରୀମାନେ କୋର୍ଟକୁ ବିଚାର ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି, ଯଦ୍ଦ୍ବାରା ମଧ୍ୟ ଦଣ୍ଡ ହାର କମୁଛି। କିଛିମାସ ପୂର୍ବେ ଅତିରିକ୍ତ ଜିଲା ଦୌରାଜଜ(ଦ୍ୱିତୀୟ) ଏସ୍‌.ଏସ୍‌. ଦାଶ ୨ଟି ମାମଲାରେ ତଦନ୍ତକାରୀ ଅଫିସରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଛନ୍ତି, ଯାହା କି ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମ।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୧୨ ବର୍ଷରେ ୧୪୧୭ଜଣ ନିର୍ଦ୍ଦୋଷରେ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରୁ ଚୋରି ଘଟଣାରେ ୧୦୯ ଜଣ ଥିବାବେଳେ ହତ୍ୟାକାଣ୍ଡରେ ୨୮, ଡକାୟତିରେ ୮, ସିନ୍ଧିଚୋରିରେ ୪୭, ଧମକାଇ ଲୁଟ୍‌ ଘଟଣାରେ ୩୦, ଠକେଇରେ ୫, ଦଙ୍ଗା କରିବା ଘଟଣାରେ ୧୧, ବଳାତ୍କାର ମାମଲାରେ ୫୧, ମୋଟର ଯାନ ଅପରାଧରେ ୩୮ ଓ ମିସ୍‌କେସ୍‌ରେ ସର୍ବାଧିକ ୧୦୯୦ ଜଣ ନିର୍ଦ୍ଦୋଷରେ କୋର୍ଟରୁ ଖସିଯାଇଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ୨୦୧୪ରେ ସର୍ବାଧିକ ୨୩୧ଜଣ ଏବଂ ୨୦୧୮ରେ ସର୍ବନିମ୍ନ ୧୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପୋଲିସ ଅଫିସର ପୁରୁଣା ତଥା ଚିରାଚରିତ ଢଙ୍ଗରେ ତଦନ୍ତ କରୁଛନ୍ତି। ଫଳରେ ହାଇଟେକ୍‌ ଅପରାଧୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଫେଲ୍‌ ମାରୁଛି। ଏହାସହ କୋର୍ଟରେ ମାମଲା ପରିଚାଳନା ଠିକଭାବେ ହେଉନାହିଁ। ଅନେକ କ୍ଷେତ୍ରରେ ପୋଲିସ ଲାଞ୍ଚ ନେଇ ଚାର୍ଜଶିଟ୍‌ରେ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଉଛନ୍ତି। ଫଳରେ ଅଭିଯୁକ୍ତ କୋର୍ଟରୁ ଖସି ଯାଉଛନ୍ତି।
ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ବହୁ ପୋଲିସ ଅଫିସରଙ୍କ ତଦନ୍ତ ପ୍ରକ୍ରିୟାରେ ଜ୍ଞାନ ନାହିଁ। ଏପରିକି ସେମାନେ କୋର୍ଟରେ ଦାଖଲ କରୁଥିବା ଚାର୍ଜଶିଟ୍‌ରେ ଭୁଲ କରୁଛନ୍ତି। ଆଉ ଏଥିପାଇଁ କୋର୍ଟ ଅଭିଯୁ୍‌କ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଜିପି ଏକ ସର୍କ୍ୟୁଲାର ଜାରି କରିଛନ୍ତି। ତଦନୁଯାୟୀ ଯେଉଁ ପୋଲିସ ଅଫିସରଙ୍କ ଯୋଗୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଗତ ୧୨ ବର୍ଷ ମଧ୍ୟରେ ଏତେ ଜଣ ନିର୍ଦ୍ଦୋଷରେ ଖସିଯାଇଥିଲେ ମଧ୍ୟ କେଉଁ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ଦଣ୍ଡ ହାର କମୁଥିବା ସମ୍ପର୍କରେ ବୈଠକ କରାଯାଇ ଆଲୋଚନା କରାଯାଇଥିଲା। ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାର ଅନେକ କାରଣ ରହିଛି। ଅନେକ ସମୟରେ ସିଆରପିସି ଧାରା ୧୬୧ ଅନୁଯାୟୀ ପୋଲିସ ବୟାନ ରେକର୍ଡ କରିବା ସମୟରେ ପୀଡ଼ିତା ଯାହା କହିଥାନ୍ତି କୋର୍ଟରେ ତାହାକୁ ବଦଳାଇ ଦେଇଥାନ୍ତି। ଫଳରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖସିଯାଉଥିବା ଦେଖିବାକୁ ମିଳୁଛି। ହେଲେ କିଭଳି ଦଣ୍ଡ ହାର ବଢ଼ାଯିବ ସେନେଇ ଉପଯୁକ୍ତ ବ୍ୟବସ୍ଥା କରାଯିବ ବୋଲି ମହାନ୍ତି କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri