୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ ତ୍ରୈମାସରେ ଅର୍ଥ ବ୍ୟବସ୍ଥା ଗତି ଧୀମା ହୋଇଯାଇଛି। ଖାଉଟି ଚାହିଦା ଏବଂ ଘରୋଇ ନିବେଶ କମିବା ଫଳରେ ଏଭଳି ସ୍ଥିତି ଉପୁଜିଛି। ଚତୁର୍ଥ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୩.୧% ସ୍ତରକୁ ଖସିଛି। ସେହିଭଳି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଜିଡିପି ୪.୨% ସ୍ତରକୁ ଖସିଥିବା ଶୁକ୍ରବାର ସରକାର ଜାରି କରିଥିବା ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ୬.୧% ରହିଥିଲା। ହେଲେ ଘରୋଇ ବଜାର ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିବାରୁ ଏହା ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଜଣାପଡ଼ିଛି।
ସରକାର ସାରା ଦେଶରେ ମାର୍ଚ୍ଚ୨୫ଠାରୁ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ବୃଦ୍ଧି କରାଯାଇଛି। ବିଭିନ୍ନ କଟକଣା ଯୋଗୁ ଆର୍ଥତ୍କ ବର୍ଷ ଆରମ୍ଭରୁ ବାଣିଜ୍ୟ କାରବାରକୁ ଶକ୍ତ ଧକ୍କା ଲାଗିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଅଭିବୃଦ୍ଧି ୪.୭% ସ୍ତରରେ ରହିଥିଲା। ଏହା ଚତୁର୍ଥ ତ୍ରୈମାସରେ ୪.୬% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ମାତ୍ର ଗତ କିଛି ମାସ ଧରି ବଜାରରେ ଉପୁଜିଥିବା ସମସ୍ୟା ଯୋଗୁ ଏହି ପୂର୍ବାନୁମାନ ମୁତାବକ ବଜାର ଅଭିବୃଦ୍ଧି ହାସଲ କରିପାରି ନାହିଁ। ମାତ୍ର ଚତୁର୍ଥ ତ୍ରୈମାସରେ ବଜାର ବିଶେଷଜ୍ଞମାନେ ଯେଉଁ ହାରରେ ଜିଡିପି ରହିବ ବୋଲି ଅନୁମାନ କରିଥିଲେ ସେହି ହାରଠାରୁ ଅଭିବୃଦ୍ଧି ଉନ୍ନତ ରହିଛି। ଚତୁର୍ଥ ତ୍ରୈମାସ ଜିଡିପି .୧୫% ରହିବା ନେଇ ବ୍ଲୁମ୍‌ବର୍ଗର ୨୮ ବିଶେଷଜ୍ଞ ଅନୁମାନ ଲଗାଇଥିଲେ। ସେହିଭଳି ଅଭିବୃଦ୍ଧି ୧.୧%କୁ ଖସିବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଥିଲା।
ମାର୍ଚ୍ଚରେ ବିକାଶ ହାର ଏତେଟା ଭଲ ରହିବନି ବୋଲି ପୂର୍ବରୁ ଅନେକ ଘଟଣା ସୂଚାଇ ଦେଇଥିଲା। ପରଫରମାନ୍ସ ହ୍ରାସ ହେବାକୁ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କମାଇଥିଲେ। ଏହି ସମୟରେ ପ୍ରମୁଖ ଯାନ ନିର୍ମାତାଙ୍କର ବିକ୍ରିରେ ବୃହତ୍‌ ପରିମାଣରେ ହ୍ରାସ ଘଟିଛି। ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ମାର୍ଚ୍ଚରେ ୧୬.୭ ଖସିଛି। ଫେବୃୟାରୀରେ ଏହା ୪.୫% ବଢ଼ିଥିଲା। ବଜେଟ ପ୍ରସ୍ତୁତି ସମୟରେ ସରକାର ଜିଡିପିର ଆଗୁଆ ପୂର୍ବାନୁମାନ ଲଗାଇଥିଲେ। ୨୦୧୯-୨୦ରେ ଏହା ୫% ରହିବ ବୋଲି କୁହାଯାଇଥିଲା। ସେହିଭଳି ଜିଡିପି ୫% ରହିବା ନେଇ ଫେବୃୟାରୀ ୧୯ରେ ପୁଣି ଥରେ ପୂର୍ବାନୁମାନ କରାଗଲା। ଲକ୍‌ଡାଉନ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ କିଭଳି ରହିବ ତାହା ଜୁନ୍‌ ତ୍ରୈମାସ ଜିଡିପି ଡାଟାରୁ ସାମ୍ନାକୁ ଆସିବ। ମାନୁଫାକ୍‌ଚରିଂ ଏବଂ ସର୍ଭିସ କ୍ଷେତ୍ର ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବାରୁ କ୍ଷୟକ୍ଷତି ନେଇ ଆଗକୁ ଜଣାପଡ଼ିବ। ବିକାଶ ହାର ୪୫% କ୍ଷତିଗ୍ରସ୍ତ ହେବା ନେଇ ଗୋଲ୍ଡ ମ୍ୟାନ ସ୍ୟାଚ୍‌ ପକ୍ଷରୁ ଆକଳନ କରାଯାଇଛି। ମୌମୁମୀ ଉନ୍ନତ ରହିଲେ ଏହା ଗ୍ରାମାଞ୍ଚଳ ପାଇଁ ଉନ୍ନତ ରହିବ। କାରଣ ସହରରୁ ଫେରୁଥିବା ପ୍ରବାସୀ କୃଷି କ୍ଷେତ୍ରରେ କାମ ପାଇଯିବେ। କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷୁଦ୍ର ବାଣିଜ୍ୟ ଏବଂ କୃଷକଙ୍କ ସବ୍‌ସିଡି ହାରରେ ଋଣ ପ୍ରଦାନ ନେଇ ଯୋଜନା ରଖାଯାଇଛି। ପ୍ୟାକେଜରେ ବିତ୍ତୀୟ ସହାୟତା ମାତ୍ର ୧% ରହିଛି। ଏଣୁ ଅର୍ଥ ବ୍ୟବସ୍ଥା ଉପରେ କିଭଳି ପ୍ରଭାବ ଦେଖାଉଛି ତାହା ଦେଖିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଚଳିତ ତ୍ରୈମାସରେ ରିଜର୍ଭ ବ୍ୟାଙ୍କ ୪୦% ରେପୋ ରେଟ୍‌ ହ୍ରାସ କରିଛି। ଫେବୃୟାରୀ ପରଠାରୁ ରେପୋରେ ୧୧୫ % ହ୍ରାସ ଘଟିଥିବା ଜଣାପଡ଼ିଛି। ହେଲେ ବ୍ୟାଙ୍କଗୁଡିକ ରେପୋ ହାର ହ୍ରାସର ଲାଭ ଗ୍ରାହକଙ୍କୁ କେତେ ପରିମାଣରେ ଦେଉଛନ୍ତି ତାହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri