ବିତ୍ତୀୟ ନିଅଣ୍ଟ ଜିଡିପିର ୪.୬% ଛୁଇଁଲା

ନୂଆଦିଲ୍ଲୀ,୨୯।୫: ଆର୍ଥତ୍କ ବର୍ଷ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ( ସରକାରଙ୍କ ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଦୂରତ୍ୱ) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ୪.୬% ଛୁଇଁଛି। ରାଜକୋଷକୁ ଆକଳନ ଅନୁସାରେ ରାଜସ୍ବ ଆସୁ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ପରିବର୍ତ୍ତିତ ବିତ୍ତୀୟ ନିଅଣ୍ଟ ୩.୮% ରହିବ ବୋଲି ଆକଳନ କରାଯାଇଥିଲା। ହେଲେ ଏହା ଧାର୍ଯ୍ୟ ଲକ୍ଷ୍ୟ ଟପି ୪.୨% ଛୁଇଁଥିବା ଜଣାପଡିଛି। କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ(ସିଜିଏ) ରିପୋର୍ଟ ମୁତାବକ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ ୪.୫୯% ରହିବ ବୋଲି କୁହାଯାଇଛି। ଏହି ସମୟରେ ରାଜସ୍ବ ନିଅଣ୍ଟ ୩.୨୭% ରହିଛି। ଏହି ସମୟରେ ଇଫେକ୍ଟିଭ ରେଭେନ୍ୟୁ ଡେଫିସିଟ୍‌ ୨.୩୬% ରହିବ।
ଫେବୃୟାରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ବଜେଟରେ ବିତ୍ତୀୟ ନିଅଣ୍ଟ ୩.୮% ରହିବ ବୋଲି ଧାର୍ଯ୍ୟ କରାଯାଇଥିଲା। ପ୍ରକୃତ ପକ୍ଷେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୩.୩% ଠାରୁ ଉଚ୍ଚରେ ରହିଥିଲା। ଲଗାତର ଭାବେ ସରକାରଙ୍କ ରାଜସ୍ବ ଖସୁଥିବାରୁ ବିତ୍ତୀୟ ନିଅଣ୍ଟ ବଢୁଥିବା ଜଣାପଡିଛି। ୧୯.୩୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିବା ନେଇ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ସରକାରଙ୍କୁ ୧୭.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିଥିଲା। ସରକାରଙ୍କ ମୋଟ ଖର୍ଚ୍ଚ ୨୬.୮୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ୨୬.୯୮ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଥିଲା। ୨୦୧୯-୨୦ରେ ରାଜସ୍ବ ନିଅଣ୍ଟ ମୋଟ ଜିଡିପିର ୩.୨୭% ରହିଛି। ଏହା ୨.୪% ରହିବ ବୋଲି ପୂର୍ବ ଆକଳନରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri