Posted inଜାତୀୟ

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ଉକ୍ତ ଆଦିବାସୀ ନାବାଳିକାଙ୍କୁ କିଣିଥିବା ଅସ୍‌ଓ୍ବାରାର ୩୫ ବର୍ଷୀୟ ଗୋବିନ୍ଦ ଠାକୁର ତାଙ୍କୁ ବିବାହ କରିଛନ୍ତି। ସବୁଠୁ ଲଜ୍ଜାକର କଥା ହେଉଛି ନାବାଳିକାଙ୍କ ସ୍ବାମୀ ତାଙ୍କ ବାପାଙ୍କଠାରୁ ବୟସରେ ବଡ଼। ବିବାହ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଝିଅକୁ ଉଦ୍ଧାର କରିଛି।
ତଳେ ଝିଅଟି ଏକ ଯାତ୍ରା ଦେଖିବାକୁ ଯାଇଥିଲା। ଗୋବିନ୍ଦ ମଧ୍ୟ ସେଠାକୁ ଯାଇଥିଲେ। ଜଗମଲ ଗମାର ନାମକ ଜଣେ ଏଜେଣ୍ଟଙ୍କ ଜରିଆରେ ଝିଅଙ୍କ ବାପା ଗୋବିନ୍ଦ ସହ ତାଙ୍କର ଭେଟ କରାଇଥିଲେ। ଗୋବିନ୍ଦ ତାଙ୍କୁ ଦେଖିବା ପରେ ୫୦,୦୦୦ ଟଙ୍କାରେ କିଣିବା ପାଇଁ ରାଜି ହୋଇଥିଲେ। ଅଗଷ୍ଟରେ ପରିବାର ଲୋକେ ଝିଅଙ୍କ ବିବାହ ଗୋବିନ୍ଦଙ୍କ ସହ କରାଇଥିଲେ। ବିବାହ ପରେ ବାପା ଝିଅଙ୍କୁ ନିଜ ଘରକୁ ଆଣିବାକୁ ଗୋବିନ୍ଦଙ୍କ ଘରକୁ ଯାଇଥିଲେ। କିନ୍ତୁ ଗୋବିନ୍ଦ ଝିଅଙ୍କୁ ଛାଡ଼ିବାକୁ ମନାକରିଦେଇଥିଲେ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିକ୍ରି ପାଇଁ ଦେଢ଼ଲକ୍ଷ ଟଙ୍କା ଛିଣ୍ଡିଥିଲା। ସେଥିରୁ ଗୋବିନ୍ଦ ୫୦ ହଜାର ଦେଇଥିଲେ ଓ ଅବଶିଷ୍ଟ ୧ ଲକ୍ଷ ଟଙ୍କା ବିବାହ ପରେ ଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଗୋବିନ୍ଦଙ୍କୁ ହଇରାଣ କରିବା ପାଇଁ ଏଜେଣ୍ଟ ଜଗମଲ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଫଳରେ ଗୋବିନ୍ଦ ବାକି ଲକ୍ଷେ ଟଙ୍କା କନ୍ୟାପିତାଙ୍କୁ ଦେଇନାହାନ୍ତି। ବନାସକାନ୍ଥା ଜିଲା ହଡାଡ୍‌ ଥାନାର ସାମାଜିକ ନ୍ୟାୟ ବିଭାଗ ସୁରକ୍ଷା ଅଧିକାରୀ ଶିଶୁ ବିବାହ ନିରୋଧୀ ଆଇନ ବଳରେ କନ୍ୟାପିତା, ଗୋବିନ୍ଦ ଓ ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଝିଅଟିକୁ ମଙ୍ଗଳବାର କୁବେରନଗର ଅଞ୍ଚଳରେ ରହୁଥିବା ସ୍ବାମୀଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରି ମହିଳା ସୁରକ୍ଷା ଗୃହ ‘ଓଢ଼ାବ’କୁ ପଠାଇ ଦିଆଯାଇଛି। ଏହି ଘଟଣା କେନ୍ଦ୍ର ସରକାରଙ୍କ ‘ବେଟୀ ବଚାଓ ବେଟୀ ପଢ଼ାଓ’ ଯୋଜନା ପ୍ରତି ଉପହାସ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri