୧୦ ଟଙ୍କିଆ କଏନ୍‌ ଚଳୁ ନ ଥିବା ଗୁଜବ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଭବାନୀପାଟଣାରେ ଦଶ ଟଙ୍କିଆ କଏନ୍‌ ଚଳୁ ନାହିଁ ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଏପରି ଗୁଜବ ଯୋଗୁ କୌଣସି ଦୋକାନୀ ଆଉ କଏନ୍‌ ରଖୁନାହାନ୍ତି। ଫଳରେ ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅପପ୍ରଚାର କରୁଛନ୍ତି ଦଶ ଟଙ୍କିଆ ମୁଦ୍ରା ଦୁଇ ପ୍ରକାର। ଗୋଟିଏରେ ୧୫ଟି ଗାର ଦିଆଯାଇଥିବା ବେଳେ ଆଉ ଗୋଟିଏରେ ୧୦ଟି ଗାର। ସେହିପରି ଦୁଇ ପ୍ରକାରର ମୁଦ୍ରାରେ ଭିନ୍ନତା ରହିଛି। ଏହି ଭିନ୍ନତା ଯୋଗୁ ଅନେକ ଲୋକ ନକଲି କହୁଥିବା ବେଳେ ଆଉ ଚଳୁ ନାହିଁ ବୋଲି କିଛି କହୁଛନ୍ତି। ଫଳରେ ଦଶ ଟଙ୍କିଆ ମୁଦ୍ରାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏଥିରେ କେତେ ସତ୍ୟତା ରହିଛି ଜାଣିବା ପାଇଁ ଭବାନୀପାଟଣା ଏସ୍‌ବିଆଇରେ ପଚରାଯିବାରୁ ଦଶ ଟଙ୍କିଆ ମୁଦ୍ରାକୁ ନେଇ ଲୋକେ ମନଗଢ଼ା କଥା କହୁଛନ୍ତି। ଦଶ ଟଙ୍କିଆ ମୁଦ୍ରା ଅଚଳ ନୁହେଁ କି ନକଲି ନୁହେଁ। ବ୍ୟାଙ୍କ ପକ୍ଷରୁ ତାହାକୁ ଗ୍ରହଣ କରାଯାଉଛି। କେହି ଏଥିପାଇଁ ଚିନ୍ତିତ ହେବାର ନାହିଁ। ଯେଉଁମାନେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ସେମାନଙ୍କ ସମ୍ପର୍କରେ ଜଣାଇବା ପାଇଁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri