ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୩୧।୧(ଡି.ଏନ୍‌.ଏ.): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ କାମକୁ ସମାନ ଦରମା, ଅବସରକାଳୀନ ସହାୟତାରୁ ଆୟକର ବ୍ୟବସ୍ଥାକୁ ବାଦ୍‌ ଦେବା ଆଦି ୧୨ ଦଫା ଦାବିରେ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ହୋଇଛି। ସକାଳୁ କଳାହାଣ୍ଡି ରିଜିଅନ ଏସ୍‌ବିଆଇ ଅଫିସର ଆସୋସିଏଶନର ସଭାପତି ତ୍ରିନାଥ ସୁନା, ରିଜିଓନାଲ ସେକ୍ରେଟାରି ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏଶନ ଭୁବନେଶ୍ୱର ମଣ୍ଡଳ ନିମାଇଁ ଚରଣ ପାଣି, ରିଜିଓନାଲ ସେକ୍ରେଟାରି ଏସ୍‌ବିଆଇ ଓଏ ଶଶିଭୂଷଣ ପଣ୍ଡା ଓ ଜୋନାଲ ସେକ୍ରେଟାରି ଏସ୍‌ବିଆଇ ଏସ୍‌ଏ କଳାହାଣ୍ଡି ରିଜିଅନ ଶ୍ୟାମ ଥନାପତିଙ୍କ ସହ ବିଭିନ୍ନ ବ୍ୟାଙ୍କ ସଂଗଠନର କର୍ମଚାରୀ ପ୍ରମୁଖ ଭବାନୀପାଟଣା ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି।
ତେବେ ଆସନ୍ତା ୨ ତାରିଖ ରବିବାର ଛୁଟିଦିନ ପଡ଼ୁଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ଲଗାତର ୩ ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଲୋକେ ସଞ୍ଚୟ ଜମାଖାତାରୁ ଟଙ୍କା ଉଠାଣ ଓ ଜମା କରିବା ନେଇ ହନ୍ତସନ୍ତ ହେବା ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତିରେ ଘଟିବ ବିରଳ ସଂଯୋଗ: ବୃଷ-ମିଥୁନ ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ଘରକୁ ଆସିବ ଖୁସିଖବର!

ଅକ୍ଟୋବର ୨୯ ତାରିଖ ରାତିରେ ଚନ୍ଦ୍ରମା ବୃଷ ରାଶିରୁ ବାହାରି ତୁଳା ରାଶିକୁ ଗୋଚର କରିବେ। ରାତି ୧୦ଟା ୭ ମିନିଟରେ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ…

ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ…

ବାଘୁଆ ଜଳଭଣ୍ଡାର ଜଳସ୍ତର ବୃଦ୍ଧି: ୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ବୁଗୁଡ଼ା,୨୯ା୧୦(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୂଆ ଜଳଭଣ୍ଡାରର ସୁରକ୍ଷିତ ଓ ଜଳସ୍ତରର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ଜଳଭଣ୍ଡାରର ୨ଟି…

ଚତୁର୍ଥ ଟି-୨୦ରେ ଇଶାନ କିଶନ IN, ବୈଭବ OUT! କାହାକୁ ମିଳିଲା ସ୍ଥାନ, ସମ୍ଭାବ୍ୟ ପ୍ଲେଇଂ-୧୧ ଉଡାଇଦେବ ହୋସ୍‌

ନୂଆଦିଲ୍ଲୀ, ୨୯।୧୦: ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଖେଳାଯିବ। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିରିଜରେ ୩-୦ରେ ଅପରାଜେୟ…

ଭାଙ୍ଗିଲା ଋଷିକୂଲ୍ୟା ନଦୀବନ୍ଧ, ବରଙ୍ଗବଡ଼ମାଧପୁର ମୁଖ୍ୟ ରାସ୍ତାରେ ସୁଅ ଛୁଟିଛି ପାଣି

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ସାଙ୍ଗକୁ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଗୋବା ନିକଟରେ ନଦୀବନ୍ଧ ଭାଙ୍ଗିଯାଇଛି। ଫଳରେ ନଦୀଜଳ ଆଖପାଖ ଅଞ୍ଚଳକୁ ପ୍ରବେଶ କରିବା…

ଗଞ୍ଜାମରେ ପ୍ରଶାସନ ସଜାଗ: ସ୍ଥିତି ସମୀକ୍ଷା ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଜଳସ୍ତର ଓ ଜଳପ୍ରବାହ ବୃଦ୍ଧି…

ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ…

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?