ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପାଦନ

କଣିହାଁ,୪।୩(ଡି.ଏନ.ଏ.) – ଫେବୃୟାରୀ ଯାଇ ମାର୍ଚ୍ଚ ହେଲାଣି। ହେଲେ ଏଯାଏ ତାଳଚେର ଉପଖଣ୍ଡରେ ଆରମ୍ଭ ହୋଇନି କେନ୍ଦୁପତ୍ର ଉତ୍ପାଦନ। ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନ ଥିବା ବେଳେ ଚଳିତବର୍ଷ ଗୋଛା କଟେଇରେ ଏପରି ବିଳମ୍ବ ଉତ୍ପାଦନ ହ୍ରାସ ଆଶଙ୍କାକୁ ପୁନଃ ଉଜ୍ଜୀବିତ କରିଛି। ସେହିପରି ଗୋଛା କଟା ଆରମ୍ଭ ହେଉ ନ ଥିବାରୁ ତୋଳାଳିମାନଙ୍କ ହାତକୁ ଦୁଇପଇସା ଆସିପାରୁ ନାହିଁ। ଏ ନେଇ କେନ୍ଦୁପତ୍ର ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳର ବହୁ ଖଟିଖିଆ କେନ୍ଦୁପତ୍ର ଉତ୍ପାଦନ ଉପରେ ନିର୍ଭରଶୀଳ। କିନ୍ତୁ ବିଭାଗୀୟ ଅବହେଳାକୁ ଯୋଗୁ ଗ୍ରାମାଞ୍ଚଳରୁ ପତ୍ରଫଡ଼ି ଦିନକୁ ଦିନ ହ୍ରାସ ପାଉଥିବାବେଳେ ଦୀର୍ଘ ୭ ବର୍ଷ ହେବ କଣିହାଁ ମହକୁମାରୁ ରେଞ୍ଜ କାର୍ଯ୍ୟାଳୟ ଉଠିଯାଇଛି। ବର୍ତ୍ତମାନ ବଜ୍ରକୋଟ ଓ ଶିପୁର ରେଞ୍ଜ କାର୍ଯ୍ୟାଳୟ ଅଧୀନରେ କାମ ଚାଲିଥିବାବେଳେ ତାଳଚେର ଉପଖଣ୍ଡରେ ଏସିଏଫ କାର୍ଯ୍ୟାଳୟ ରହିଛି। ତେବେ ଚଳିତବର୍ଷ ଉତ୍ପାଦନ ସମୟ ଗଡ଼ି ଯାଉଥିଲେ ମଧ୍ୟ ଗୋଛା କଟା ଆରମ୍ଭ ହୋଇ ନ ଥିବାରୁ ତୋଳାଳି ଶ୍ରମିକ ପାର୍ବତୀ ବାଘ, ରୀନା ମେହେର, ଜାନକୀ ବେହେରା, ପହଲି ସାହୁ, ମାଳତୀ ନାଏକ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ପ୍ରତ୍ୟେକ ବର୍ଷ କେନ୍ଦୁପତ୍ର ଉତ୍ପାଦନ ପାଇଁ ଫେବୃୟାରୀ ମାସରୁ ଗୋଛାକଟେଇ କରାଯାଇଥାଏ। ଚଳିତବର୍ଷ ଏଥିରେ ବହୁ ବିଳମ୍ବ କରାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଉତ୍ପାଦନ କାର୍ଯ୍ୟ ଆରମ୍ଭ କରୁନାହାନ୍ତି ତାହା ବୁଝାପଡ଼ୁ ନାହିଁ। ପ୍ରତିବର୍ଷ କେନ୍ଦୁପତ୍ର ତୋଳି ଫଡିରେ ବିକ୍ରି କରି ଆମେ ସ୍ବାବଲମ୍ବୀ ହେଉ। ହେଲେ ଏଯାଏ ଆମ ହାତକୁ କିଛି ବି ଅର୍ଥ ଆସିପାରି ନାହିଁ। ତୁରନ୍ତ ଗୋଛାକଟା ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। କେତେଜଣ ସିଜିନାଲ କର୍ମଚାରୀ କହିଛନ୍ତି, କଣିହାଁ ବ୍ଲକର ବହୁ ପତ୍ରଫଡି ତାଳଚେର ରେଞ୍ଜରେ ସାମିଲ ହୋଇଛି। ଏବେ ତାଳଚେର ରେଞ୍ଜ କାର୍ଯ୍ୟାଳୟକୁ ମଧ୍ୟ ହଟାଇବାକୁ କିଛି ଅସାଧୁ ଅଧିକାରୀ ମସୁଧା କରୁଛନ୍ତି। ଫେବୃୟାରୀ ମାସରେ ବିଭିନ୍ନ ଫରେଷ୍ଟ ସେକ୍ସନରେ ଗୋଛା କଟା ପାଇଁ ପୂଜା ହୋଇଥିଲା। ତେବେ ଏଯାଏ କାହିଁକି ଉତ୍ପାଦନ କରାଯାଇ ନାହିଁ ତାହା କର୍ତ୍ତୃପକ୍ଷ ଦର୍ଶାଇନାହାନ୍ତି। ଗତବର୍ଷ କେନ୍ଦୁପତ୍ର ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ନ ଥିବା ବେଳେ ଚଳିତବର୍ଷ ମଧ୍ୟ ସେପରି ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ଏ ନେଇ ତାଳଚେର ଉପଖଣ୍ଡ କେନ୍ଦୁପତ୍ର ବିଭାଗ ଏସିଏଫ ପ୍ରକାଶ ଦାସ କହିଛନ୍ତି, ଉତ୍ପାଦନ ହ୍ରାସ ପାଇଛି। ପ୍ରତିକୂଳ ପାଣିପାଗ ସହିତ ଅନ୍ୟାନ୍ୟ କାରଣ ଯୋଗୁ ଏପରି ହେଉଛି। ତଥାପି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା ଜାରି ରହିଛି। ଗୋଛା କଟେଇରେ ବିଳମ୍ବ ହୋଇଛି। ମାର୍ଚ୍ଚ ୪ରୁ ଏହା ଆରମ୍ଭ ହେବ ବୋଲି ଆଲୋଚନା କରାଯାଇଥିବା ଏସିଏଫ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri