ହ୍ବିଶିଲ୍‌ବ୍ଲୋୟରଙ୍କୁ ସମର୍ଥନ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଭାରତୀୟ ବନସେବା ଅଧିକାରୀ ତଥା ହ୍ବିଶିଲ୍‌ବ୍ଲୋୟର (ଦୁର୍ନୀତିଧରାଳି) ସଞ୍ଜୀବ ଚତୁର୍ବେଦୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ କରାଯାଇଥିବା ଦୁର୍ନୀତି ଅଭିଯୋଗଗୁଡ଼ିକର ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ସେ କରିଥିବା ଆର୍‌ଟିଆଇ ଆବେଦନ ଉପରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ସମ୍ବେଦନାମୂଳକ ଶୁଣାଣି କରିଛନ୍ତି। ୨୦୦୨ ବ୍ୟାଚ୍‌ର ଏହି ବନସେବା ଅଧିକାରୀ ଜଣକ ୨୦୧୭ରେ ଏପରି ଏକ ଆର୍‌ଟିଆଇ ଆବେଦନ କରିଥିଲେ, ଯାହା ଉପରେ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମନା କରିଦେଇଥିଲେ। ଏହା ବିରୋଧରେ ଚତୁର୍ବେଦୀ ସିଆଇସିର ଦ୍ୱାରସ୍ଥ ହୋଇଥିଲେ। ସିଆଇସି ଏହାର ଉତ୍ତରରେ ଜଣାଇଥିଲେ ଯେ ଏହା ଉପରେ ପିଏମ୍‌ଓ ଠିକ୍‌ ଓ ନିର୍ଦ୍ଦିଷ୍ଟ ଉତ୍ତର/ସୂଚନା ଦେଇନାହାନ୍ତି। ସିଆଇସି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେନ୍ଦ୍ରୀୟ ପବ୍ଲିକ୍‌ ଇନ୍‌ଫର୍ମେଶନ ଅଫିସରଙ୍କୁ ୧୫ ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପିଏମ୍‌ଓ ସୂଚନା ଦେବାକୁ ଏଡ଼ାଇ ଚାଲୁଥିବା ବେଳେ ଚତୁର୍ବେଦୀ ସିଆଇସିରେ ଆଉ ଏକ ଅଭିଯୋଗ ଦାଏର କରି ଏହାର ଅକ୍ଟୋବର ୧୬ ତାରିଖର ଆଦେଶନାମା ଉପରେ ଆର୍‌ଟିଆଇ ଆଇନର ୧୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ଆଉ ଦୁଇଥର ଶୁଣାଣି ପରେ କମିଶନ ଚଳିତମାସ ପ୍ରାରମ୍ଭରେ ଚତୁର୍ବେଦୀଙ୍କ ଆବେଦନ ଉପରେ ସୂଚନା ଦେବା ଲାଗି ପିଏମ୍‌ଓର ଆପତ୍ତିକୁ ଖାରଜ କରିଦେଇଛନ୍ତି। ମୁଖ୍ୟ ସୂଚନା ଆୟୁକ୍ତ ସୁଧୀର ଭାର୍ଗବ ତାଙ୍କ ଆଦେଶନାମାରେ କହିଛନ୍ତି ଯେ, ପିଏମ୍‌ଓ ଯେଉଁ ଉତ୍ତର ଦେଇଛି ତାହା ଠିକ୍‌ ନୁହେଁ। ତେବେ ପିଏମ୍‌ଓ କ’ଣ ସିଆଇସିଙ୍କ ଆଦେଶ ମାନିବ ନା ଚତୁର୍ବେଦୀଙ୍କ ଦ୍ୱାରା ମଗାଯାଇଥିବା ସୂଚନା ଦେବାକୁ ନାନା ଆଳ ଦେଖାଇ ମନା କରିବ?
ଉଚ୍ଚ ସ୍ତରୀୟ ନିଯୁକ୍ତି
କେନ୍ଦ୍ର ସରକାର ଆଇପିଏସ୍‌ ଅଫିସର ସାମନ୍ତ ଗୋଏଲଙ୍କୁ ଭାରତର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଆଉ ଜଣେ ଆଇପିଏସ୍‌ ଅଫିସର ଅରବିନ୍ଦ କୁମାରଙ୍କୁ ମଧ୍ୟ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ ନିଯୁକ୍ତି ଦୁଇବର୍ଷ ପାଇଁ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଉଭୟ ଅଫିସରଙ୍କ ପ୍ରତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସମର୍ଥନ ରହିଛି। କୌତୂହଳର ବିଷୟ ହେଲା, ଏହି ଦୁଇ ବରିଷ୍ଠ ପଦବୀରେ ନିଯୁକ୍ତିରେ ୧୯୮୪ ବ୍ୟାଚ୍‌ର ଅଫିସରଦ୍ୱୟ ମୋଦି ସରକାରର ସୁରକ୍ଷା ଓ ଗୋଇନ୍ଦା ସଂସ୍ଥାରେ ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀ ଭାବେ ଉଭା ହୋଇଛନ୍ତି। ଜଣାପଡ଼ିଛି ଯେ, ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ର, ଭାରତ-ତିବ୍ବତୀୟ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଏସ୍‌.ଏସ୍‌. ଦେସ୍ବାଲ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ, ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ସି. ମୋଦି, ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ମୁଖ୍ୟ ସୁଦୀପ ଲାଖଟାକିଆ ଏବଂ ବେସାମରିକ ବିମାନ ଚଳାଚଳ ବ୍ୟୁରୋ (ବିସିଏଏସ୍‌) ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା- ଏମାନେ ସମସ୍ତେ ହେଉଛନ୍ତି ୧୯୮୪ ବ୍ୟାଚ୍‌ ଅଫିସର।
ଆୟକର ଅଧିକାରୀଙ୍କ ପଦାବନତି
କେନ୍ଦ୍ର ସରକାର ଦୁର୍ନୀତି ଅଭିଯୋଗରେ ଆୟକର ବିଭାଗର ଏକ ଡଜନ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଚାରିଜଣ ଅଫିସରଙ୍କୁ ସେମାନଙ୍କ ବିରୋଧରେ ଭିଜିଲାନ୍ସ କେସ୍‌ ରହିଥିବା କାରଣରୁ ପଦାବନତ କରିଛନ୍ତି। ଯୁଗ୍ମ କମିଶନର ପାହ୍ୟାର ଏହି ଚାରିଜଣ ଅଫିସରଙ୍କୁ ଡେପୁଟି କମିଶନର ପାହ୍ୟାକୁ ଖସାଇ ଦିଆଯାଇଛି। ସିବିଡିଟି ମୁଖ୍ୟ ପି.ସି. ମୋଦି ମଧ୍ୟ ଟିକସଦାତାମାନଙ୍କର ଅଭିଯୋଗଗୁଡ଼ିକର ସମାଧାନ କରିବାରେ ଆୟକର ଅଧିକାରୀମାନଙ୍କର ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ ପୂର୍ବକ ଅଫିସରମାନଙ୍କୁ ଏକ ଚିଠି ଦେଇଛନ୍ତି। ବିଭାଗର ଆଞ୍ଚଳିକ ମୁଖ୍ୟମାନଙ୍କୁ ମୋଦି ଲେଖିଥିବା ଚିଠିରେ ସେମାନେ ଯେପରି ଟିକସଦାତାମାନଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକର ସମାଧାନ କରିବାରେ ତତ୍ପରତା ପ୍ରଦର୍ଶନ କରନ୍ତି, ସେଥି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଜଣାଯାଏ, ବର୍ତ୍ତମାନ ସୁଦ୍ଧା ୨,୬୪୭ଟି ଅଭିଯୋଗ ମଧ୍ୟରୁ ୮୮୫ଟିର ଫଇସଲା ନ ହୋଇ ମାସାଧିକ କାଳ ହେଲା ପଡ଼ିରହିଛି। ସେହିପରି ୩୪,୦୨୬ଟି ଇ-ନିବାରଣ (ଅନ୍‌ଲାଇନ ଆପତ୍ତି ସମାଧାନ ବ୍ୟବସ୍ଥା) ମାମଲା ଏବେ ବି ଅସମାହିତ ହୋଇ ପଡ଼ିରହିଛି ବୋଲି ମୋଦି ଦର୍ଶାଇଛନ୍ତି। ବିଧିବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରିବାକୁ ସେ ଅଫିସରମାନଙ୍କୁ ଆଦେଶ ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?