ହୋମ୍‌ ଡେଲିଭରିରେ ବାଧା ସୃଷ୍ଟିକରୁଛି ପୋଲିସ: ଡେଲିଭରି ଏଜେଣ୍ଟକୁ ରାସ୍ତାରେ ଗୋଡ଼ାଇ ପିଟୁଛି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରଠୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲେ ପୋଲିସ ଭୟ ରହୁଥିବାରୁ ଲୋକେ ଅନ୍‌ଲାଇନ୍‌ରେ ମେଡିସିନ, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରୁଛନ୍ତି। ଏଥିପାଇଁ ଅନୁମତି ରହିଥିଲେ ମଧ୍ୟ ଲୋକଙ୍କ ଘରକୁ ସାମ୍ରଗୀ ଡେଲିଭରି କରିବାକୁ ଯାଉଥିବାବେଳେ ଏଜେଣ୍ଟଙ୍କୁ ପୋଲିସ ଅଟକାଇ ପିଟୁଥିବା ଅଭିଯୋଗ ହେଉଛି। ପୋଲିସର ଦାଦାଗିରି ଯୋଗୁ ସହର ମଧ୍ୟରେ କୌଣସି ଇ-କମର୍ସ ପ୍ଲାଟଫର୍ମ କିମ୍ବା ଡିପାର୍ଟମେଣ୍ଟାଲ ଷ୍ଟୋର୍‌ ହୋମ୍‌ ଡେଲିଭରି ସେବା ବାଧାପ୍ରାପ୍ତ ହେଉଛି। ଫ୍ଲିପ୍‌କାର୍ଟ, ଆମାଜନ୍‌, ସ୍ବିଗି ଓ ଜୋମାଟୋ ଭଳି ବଡ଼ ବଡ଼ ଇ-କମର୍ସ ପ୍ଲାଟଫର୍ମକୁ ଛାଡିଦେଲେ ହୋମ୍‌ ଡେଲିଭରି କରୁଥିବା ଭୁବନେଶ୍ୱରରେ ଏକାଧିକ ଛୋଟବଡ଼ ସଂସ୍ଥା ରହିଛନ୍ତି। ପନିପରିବାରୁ ଆରମ୍ଭକରି ମାଛ, ମାଂସ ଓ ଗ୍ରସେରୀ ସାମଗ୍ରୀ ଡେଲିଭରଗି କରିବା ପାଇଁ ସହରରେ ବହୁ ଷ୍ଟାର୍ଟଅପ୍‌ ସଂସ୍ଥା ରହିଛି। ବର୍ତ୍ତମାନ ସଂସ୍ଥାଗୁଡ଼ିକର ଗୁରୁତ୍ୱ ସବୁଠାରୁ ଅଧିକ ରହିଥିଲେ ମଧ୍ୟ ପୋଲିସର ଦାଦାଗିରି ଯୋଗୁ ଏମାନେ ଲୋକଙ୍କ ନିକଟରେ ସେବା ପହଞ୍ଚାଇ ପାରୁନାହାନ୍ତି। ଭୁବନେଶ୍ୱରରେ ମାଛ, ମାଂସ ଆଦିର ହୋମ୍‌ ଡେଲିଭରି କରୁଥିବା ଷ୍ଟାର୍ଟଅପ୍‌ ‘ଇ-ମିଟ୍‌’ର ମୁଖ୍ୟ ସୌମ୍ୟରଞ୍ଜନ ଏନେଇ କହିଛନ୍ତି, ସରକାର ଅନୁମତି ଦେଉଛନ୍ତି, ହେଲେ ପୋଲିସ ଓଲଟା କରୁଛି। ଆମ ଡେଲିଭରି ଏଜେଣ୍ଟମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି। ପ୍ରଡକ୍ଟ ଛଡ଼ାଇ ଫିଙ୍ଗାଫୋପଡ଼ା କରିବା ସହ ଗାଡ଼ି ଛଡ଼ାଇ ରଖିଦେଉଛି। ସେହିଭଳି କଟକରେ ବିଗ୍‌ବଜାର ଓ ରିଲିଆନ୍ସ ଫ୍ରେସ୍‌କୁ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିଥିବାବେଳେ ପୋଲିସ ପାଇଁ ଠିକ୍‌ ଭାବେ ଲୋକଙ୍କ ନିକଟରେ ସେବା ପହଞ୍ଚତ୍ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri