ହୋମ୍‌ କ୍ୱାରାଣ୍ଟାଇନ୍‌ ସତର୍କତା

ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ

ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଇନ୍‌ଷ୍ଟିଚ୍ୟୁଟ କ୍ୱାରାଣ୍ଟାଇନରେ ସାତ ଦିନ ରହିବା ପରେ, ସାତ ଦିନ ହୋମ୍‌ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଉଛି। ଜୀବନ ଜୀବିକାକୁ ବଞ୍ଚାଇବାକୁ ସରକାର ଅନେକ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। କ୍ୱାରାଣ୍ଟାଇନ ସମୟକୁ ମଧ୍ୟ କମାଇ ଦିଆଯାଇଛି। ହୋମ୍‌ କ୍ୱାରାଣ୍ଟାଇନରେ ଯଦି ଜଣେ ବ୍ୟକ୍ତି କରୋନା ଲକ୍ଷଣଯୁକ୍ତ ହୋଇଥାନ୍ତି ତେବେ ସେ ଚିକିତ୍ସକଙ୍କ ପରାମର୍ଶ ନେଇ ଡାକ୍ତରଖାନା ଯାଇପାରିବେ। କିନ୍ତୁ ସେହି ବ୍ୟକ୍ତିଜଣକ ଯଦି ଲକ୍ଷଣଯୁକ୍ତ ନ ହୁଅନ୍ତି ସେମାନେ ସମସ୍ତଙ୍କ ପରି ସର୍ବସାଧାରଣ ଜୀବନ ବଞ୍ଚାଇପାରିବେ। ଏହା ବ୍ୟତୀତ ସହରାଞ୍ଚଳରେ ଯେଉଁମାନଙ୍କ ଘରେ ଅଲଗା ଘର ସହ ସମସ୍ତ ସୁବିଧା ରହିଥିବ ସେମାନେ ଚାହିଁଲେ ହୋମ୍‌ କ୍ୱାରାଣ୍ଟାଇନରେ ରହିପାରିବେ। ତେଣୁ ହୋମ୍‌ କ୍ୱାରାଣ୍ଟାଇନରେ ରହିଲେ ଗୃହିଣୀମାନେ କେବଳ ନୁହନ୍ତି ଗୃହ ମୁଖ୍ୟଙ୍କ ଦାୟିତ୍ୱ ମଧ୍ୟ ବଢ଼ିଯାଏ। କରୋନା ଲକ୍ଷଣଯୁକ୍ତ ରହୁଥିବା ବ୍ୟକ୍ତିଟିର ଘରେ ଯଦି ପରିଣତ ବୟସର ବୟସ୍କ, ଛୋଟ ଶିଶୁ ବା ଅନ୍ୟ କୌଣସି ରୋଗରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀ ଥାଆନ୍ତି ତାହାଲେ ଏ କ୍ଷେତ୍ରରେ ସତର୍କତା ଜରୁରୀ।
ହୋମ୍‌ କ୍ୱାରାଣ୍ଟାଇନରେ ରହୁଥିଲେ ପ୍ରଥମେ ସେହି ବ୍ୟକ୍ତିଟିର ନିଜ ଘର ସହ ବାଥରୁମ୍‌ ସଂଲଗ୍ନ ହୋଇଥିବ। ତାଙ୍କର ସମସ୍ତ ନିତିଦିନିଆ ବ୍ୟବହାରକାରୀ ଜିନିଷପତ୍ର ତାଙ୍କରି ରୁମ୍‌ରେ ହିଁ ରହିବ। ଘରକୁ ଯେତେ ସମ୍ଭବ ଦୁଇତିନିଥର ସାନିଟାଇଜ ରଖିବାକୁ ଚେଷ୍ଟା କରନ୍ତୁ। ଲୋକଟି ରହୁଥିବା ଘରେ ଯେପରି ଖୋଲା ପବନ ଆତଯାତ ହେଉଥିବ ସେ ଦିଗକୁ ଅଣଦେଖା କରନ୍ତୁ ନାହିଁ। ଏହି ସାତ ଦିନ ନିଜ ଘରେ ନିଜ ଲୋକଙ୍କ ଠାରୁ ଅଲଗା ରହିବା ଅତ୍ୟନ୍ତ ପ୍ରୟୋଜନ। ମନେରଖନ୍ତୁ ସେହି ଲୋକଟି ଧୈର୍ଯ୍ୟ ଯେପରି ପରିବାରର ଅନ୍ୟ ଲୋକଙ୍କ ପାଇଁ ଭଲ ହେବ। ଆବଶ୍ୟକ ନ ଥିଲେ କ୍ୱାରାଣ୍ଟାଇନରେ ରହୁଥିବା ଲୋକଟି ଯେତେ କମ୍‌ ଘରର ଅନ୍ୟ ସଦସ୍ୟଙ୍କ ସହ କଥା ହୁଅନ୍ତୁ। ଦୂରତା ବଜାୟ ରଖନ୍ତୁ। ତେବେ ବିଶୋଧିତ ମାକ୍ସ ଲଗାଇ କଥା ହୋଇପାରିବେ। କ୍ୱାରାଣ୍ଟାଇନର ବ୍ୟକ୍ତିଟି ଯଦି ପୂର୍ବରୁ ଶ୍ୱାସଜନିତ କୌଣସି ସମସ୍ୟାକୁ ସାମ୍ନା କରୁଥାଏ ତେବେ ଶୋଇବା ବେଳେ ମାସ୍କ ବ୍ୟବହାର ନ କଲେ ଚଳିବ। ନିଜ ଘର ଭିତରେ ସମ୍ଭବ ହୋଇପାରୁଥିବା ଯୋଗ, ବ୍ୟାୟାମ, ପ୍ରାଣାୟାମ ଜାରି ରଖନ୍ତୁ। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇ ଦେଇଥାଏ। ଦେଶୀ ଓ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ଗରିଷ୍ଠ ଖାଦ୍ୟ ଆଉ କାର୍ବୋହାଇଡ୍ରେଟକୁ କମ୍‌ କରନ୍ତୁ। ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦରକାର। ଦେଶୀ ମାଛ, ମାଂସ, କ୍ଷୀର, ଛେନା, ରାବିଡ଼, ଦହି ଇତ୍ୟାଦି ଖାଇପାରିବେ କିନ୍ତୁ ଆପଣ ଏହା ଭିତରେ ଏକ ଭଲ ସନ୍ତୁଳନ ରକ୍ଷା କରନ୍ତୁ। ପ୍ରକୃତି ପ୍ରଦତ୍ତ ଋତୁ ଅନୁଯାୟୀ ଫଳ ଖାଆନ୍ତୁ କିନ୍ତୁ ଭିଟାମିନ ସି’ ଯୁକ୍ତ ଫଳ ବର୍ତ୍ତମାନ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ। କମଳା ଓ ଲେମ୍ବୁ ଖାଆନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ସର୍ବନିମ୍ନ ଦିନକୁ ଆଠଘଣ୍ଟା ପାଖାପାଖି ଶୋଇବା ଜରୁରୀ। ଯୋଗ ପ୍ରାଣାୟମ ଅଭ୍ୟାସ ଭଲ ନିଦର କାରଣ ହୋଇଥାଏ। ଜଣେ ସଂକ୍ରମିତ ହୋଇଥାନ୍ତୁ ବା ନ ହୋଇଥାନ୍ତୁ ଦିନକୁ ଯେତେଥର ପାରିବେ ହାତ ଧୁଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଓ ୟୁଜ୍‌ ଆଣ୍ଡ୍‌ ଥ୍ରୋ ମାସ୍କ ନ ହୋଇଥିଲେ କପଡ଼ା ମାସ୍କକୁ ପ୍ରତିଦିନ ସଫା କରନ୍ତୁ। ଘରେ କେହି ହୋମ୍‌ କ୍ୱାରାଣ୍ଟାଇନରେ ରହୁଥିବାବେଳେ ବାହାର ଲୋକଙ୍କୁ ଘରକୁ ଆସିବାକୁ ଅନୁମତି ଦିଅନ୍ତୁ ନାହିଁ କାରଣ ଏହାଦ୍ୱାରା ସଂକ୍ରମଣର ଭୟ ରହିଥାଏ। ଘରେ କୌଣସି ଗୃହପାଳିତ ପଶୁପକ୍ଷୀ ବା ଘରକୁ ଲାଗିଥିବା ଅନ୍ୟ ଘରେ ଗୋରୁ, ଛେଳି, ମେଣ୍ଢା ରହୁଥିଲେ ସେମାନଙ୍କଠାରୁ ଯଥେଷ୍ଟ ଦୂରରେ ରୁହନ୍ତୁ। କାରଣ କରୋନା ରାକ୍ଷସ ଦୁଇଦାଢ଼ କତୁରି ପରି ସେମାନଙ୍କୁ ସଂକ୍ରମିତ କରିପାରେ କିମ୍ବା ସେମାନେ ଆପଣଙ୍କୁ ସଂକ୍ରମିତ କରିପାରନ୍ତି। ଘରେ କରୋନା ଲକ୍ଷଣକୁ ଜାଣି କ୍ୱାରାଣ୍ଟାଇନରେ ରହୁଥିଲେ ପରିବାରବର୍ଗଙ୍କୁ ସବୁକଥା ଜଣାନ୍ତୁ, କିଛି କଥା ଲୁଚାନ୍ତୁ ନାହିଁ। ଅତ୍ୟଧିକ ମାନସିକ ଚାପକୁ ସାମ୍ନା କରି ଡାକ୍ତରଖାନାକୁ ନ ଦୌଡ଼ି ବରଂ ଯୋଗାଯୋଗ ମାଧ୍ୟମ ଦ୍ୱାରା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଜଣଙ୍କଠାରେ କୌଣସି ଲକ୍ଷଣ ନ ଥାଇ ମଧ୍ୟ ସରକାରଙ୍କ ସମସ୍ତ କୋଭିଡ୍‌ ନିୟମ ପାଳନ ହେବା ଅତ୍ୟନ୍ତ ଜରୁରୀ କାରଣ ଅନେକ ରୋଗୀ ବିନା ଲକ୍ଷଣରେ ସଂକ୍ରମିତ ହେଉଛନ୍ତି । ଅନେକ କ୍ଷେତ୍ରରେ ଦେଖାଯାଉଛି ଜଣେ ଅନ୍ୟ ରୋଗରେ ମୃତ୍ୟୁବରଣ କରୁଥିଲେ ବି ତା’ ପୋଷ୍ଟମର୍ଟମ ବେଳେ ଜଣାପଡ଼ୁଛି ଯେ ସେ ରୋଗୀ ଜଣକ କରୋନା ପଜିଟିଭ। କ୍ୱାରାଣ୍ଟାଇନରେ ରହୁଥିବା ଲୋକଟିର ମାନସିକ ସ୍ଥିରତା ବଜାୟ ରଖିବା ପାଇଁ ତାଙ୍କୁ ଆଧ୍ୟାମତ୍ିକ ଏବଂ ମନସ୍ତାତ୍ତ୍ୱିକ ପ୍ରେରଣା ଯୋଗାଉଥିବା ବହି ପଢ଼ିବାକୁ ଦିଅନ୍ତୁ। ଲୋକଟି ସହ ତାଙ୍କ ପିଲାଦିନର କଥା, ସ୍ମରଣୀୟ ଅନୁଭୂତି ଓ ବନ୍ଧୁବାନ୍ଧବଙ୍କ ସହ ଟେଲିଫୋନରେ ବି ହେଉ ଯୋଗାଯୋଗ ରଖନ୍ତୁ। ଭିଡିଓ କଲିଂ ଜରିଆରେ କଥା ହୁଅନ୍ତୁ କିନ୍ତୁ କୌଣସି ପରିସ୍ଥିତିରେ ସଂସ୍ପର୍ଶରେ ଆସନ୍ତୁନାହିଁ। ଏହି ସମୟରେ ରୋଗୀଟିର ଘରେ ଏସି ବ୍ୟବହାର ନ କରିବା ଭଲ। ଆଉ ଯଦି ବ୍ୟବହାର କରୁଥାନ୍ତି ଏହାର ତାପମାତ୍ର ୨୬ରୁ ଅଧିକ ଯେପରି ନ ରୁହେ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ।
କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ପ୍ରମାଣସିଦ୍ଧ ଚିକିତ୍ସା ପଦ୍ଧତି କିମ୍ବା ଫଳପ୍ରଦ ପ୍ରତିଷେଧକ ଟିକା ବାହାର କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱବ୍ୟାପୀ ପାରସ୍ପରିକ ସହଯୋଗରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି କ୍ରମରେ ଭାରତର ବଛା ବଛା ତିରିଶଟି ଡାକ୍ତରଖାନାରେ କୋଭିଡ୍‌-୧୯ର ଉପଚାର ପ୍ରକ୍ରିୟା ନିମନ୍ତେ ଆବଶ୍ୟକ ନୈଦାନିକ ପରୀକ୍ଷଣ କରାଯିବ ବୋଲି ଜଣାଯାଇଛି। ଏଥିରେ ପ୍ରାୟ ୧୫୦୦ ପାଖାପାଖି ରୋଗୀଙ୍କୁ ସାମିଲ କରାଯିବାକୁ ଥିବାବେଳେ ଦେଶ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ରୋଗୀ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ପ୍ରାଥମିକ ଭାବେ ୧୫୦୦ ରୋଗୀଙ୍କଠାରେ ଏ ପ୍ରକାର ଚିକିତ୍ସା ପଦ୍ଧତିର ଫଳାଫଳ ନିର୍ଣ୍ଣୟ କରିବାକୁ ଥିବା ବେଳେ ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ମଧ୍ୟ ବଢ଼ାଯିବ ବୋଲି ‘ହୁ’ର ଭାରତୀୟ ସଂଯୋଜିକା ତଥା ଆଇସିଏମ୍‌ଆର ଅଧୀନ ଜାତୀୟ ଏଡ୍‌ସ ଗବେଷଣା ପ୍ରତିଷ୍ଠାନର ମହାମାରୀ ଚିକିତ୍ସା ବିଜ୍ଞାନ ବିଭାଗ ମୁଖ୍ୟ ଡା.ଶୀଲା ଗଡ଼ବୋଲେ କହିଛନ୍ତି। ତେବେ ପରୀକ୍ଷଣ ବେଳେ କୌଣସି ସ୍ତରରେ କୌଣସି ବି ରୋଗୀଙ୍କଠାରେ ବିପରୀତ ପ୍ରତିକ୍ରିୟା ଦେଖାଗଲେ, ସେହିଠାରୁ ହିଁ ନୈଦାନିକ ପରୀକ୍ଷଣକୁ ବନ୍ଦ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଟିକା ଉପଲବ୍ଧ ନହେବା ଯାଏ ହୋମ୍‌ କ୍ୱାରାଣ୍ଟାଇନ୍‌ ଉପରେ ଗୁରୁତ୍ୱ ଦେବା ସହ ସତର୍କତା ପାଳନ କରିବା ଆବଶ୍ୟକ।
ସର୍ଜରି ବିଶେଷଜ୍ଞ, କ୍ୟାଣ୍ଟନମେଣ୍ଟ ରୋଡ଼,କଟକ, ମୋ-୯୪୩୭୨୭୭୭୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri