ହେଲାନାହିଁ ମାଛ ପିଣ୍ଡି ବ୍ୟବସ୍ଥା

ନୟାଗଡ଼ ଅଫିସ,୧୦।୭-କିଛି ଦିନ ତଳେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ଦିଆନକ ବନ୍ଧ ନାମକ ଏକ ପୋଖରୀ ଉପରେ ଘର ତିଆରି କରାଯାଇ ଚିଲିକା ଫ୍ରେସ୍‌ ଖୋଲା ହେଲା। ହେଲେ ୨ ବର୍ଷ ତଳେ ଦିଆନକ ବନ୍ଧଠାରେ ଅସ୍ଥାୟୀ ଭାବେ ହେବାକୁ ଥିବା ମାଛପିଣ୍ଡି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ରାଜପଥ କଡରେ କଟା ହେଉଛି ମାଛ, ଛେଳି ଓ କୁକୁଡା। ଏ ନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଯେ, ସହରର ବିଭିନ୍ନ ସ୍ଥାନରେ ମାଛ , ମାଂସ ବିକ୍ରି କରୁଥିବା ବେପାରୀମାନେ ମାଛ ମାର୍କେଟ କରାଯାଇ ଗୋଟିଏ ସ୍ଥାନରେ ଆମିଷଦ୍ରବ୍ୟ ବିକ୍ରି କରିବା ଲାଗି ଦୁଇ ବର୍ଷ ତଳେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଏନ୍‌ଏସି (ବର୍ତ୍ତମାନ ମ୍ୟୁନିସିପାଲିଟି) ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଦିଆନକ ବନ୍ଧଠାରେ ଅସ୍ଥାୟୀ ମାଛ ମାର୍କେଟ କରାଯାଇ ପରେ ଏହାକୁ ପ୍ରିୟଦର୍ଶନୀ ମାର୍କେଟକୁ ସ୍ଥାନାନ୍ତର କରାଯିବ ଓ ସେଠାରେ ସ୍ଥାୟୀ ମାଛ ମାର୍କେଟ କରାଯିବ ବୋଲି କୁହାଯାଇଥିଲା। ବେପାରୀମାନେ ଆଉ ରାସ୍ତାକଡ଼ରେ ବିକ୍ରି ନ କରି ଏକାଠି ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି କରିବେ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା ନ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ଫଳରେ ଯିଏ ଯେଉଁଠି ପାରିଲା ମାଛ, ମାଂସ, କୁକୁଡ଼ା ବିକ୍ରି କରୁଛନ୍ତି। ରାଜୀବ ମାକେର୍ଟ ପଛପଟ, ଗୁଣ୍ଡିଚା ମନ୍ଦିର ନିକଟ, ସଦର ଥାନା ନିକଟ, ଖଣ୍ଡପଡ଼ା ରୋଡ଼ ଏହିଭଳି ଅନେକ ସ୍ଥାନରେ ମାଛ, ମାଂସ ବେପାରୀ ତାଙ୍କ ପସରା ଖୋଲି ଦେଇଛନ୍ତି। ଯାହାଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବେପାରୀମାନେ ହଇରାଣ ହେଉଥିବାର ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଛେଳି କଟା ହେଉଥିବାରୁ ଏହି ବାଟ ଦେଇ ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମନରେ ଏହାର କୁପ୍ରଭାବ ପକାଉଛି । ସେହିଭଳି ସକାଳେ ମନ୍ଦିରକୁ ଯାଉଥିବା ଲୋକଙ୍କ ମନରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି।
ଯେ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡ଼ରେ ବିକ୍ରି କରୁଥିବା ମାଛ ମାଂସ ବେପାରୀଙ୍କୁ ଉଠାଇ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୟାଗଡ଼ ମ୍ୟୁନିସିପାଲିଟି ଏହାକୁ ପାଳନ କରୁନାହିଁ। ରାଜୀବ ମାର୍କେଟ ପଛପଟେ ଥିବା ମାଛ ମାର୍କେଟ ସ୍ଥାନାନ୍ତର ହେବା ନେଇ କୁହାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦିଆନକ ବନ୍ଧ ନିକଟରେ ସଫା କରାଯାଇ ମାଛ ମାର୍କେଟ କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ମାତ୍ର କିଛି ଦିନ କାମ ହେବା ପରେ ଏହା ବନ୍ଦ ହୋଇଯିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଲୋକମାନେ ଏହି ସ୍ଥାନକୁ ଶୌଚାଳୟରେ ପରିଣତ କରିଦେଲେ। ବର୍ତ୍ତମାନ ଏହି ସ୍ଥାନଟି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଅନ୍ୟପକ୍ଷେ କିଛି ଦୂରରେ ବନ୍ଧ ଉପରେ ଚିଲିକା ଫ୍ରେସ ଖୋଲାଯାଇ ଆମିଷ ବିକ୍ରି କରାଯାଉଛି। କିନ୍ତୁ ସେଠାରେ ମାଛ ପିଣ୍ଡି କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜୀବ ମାର୍କେଟ ପଛ ପଟେ ଦୋକାନ କରିଥିବା ଜଣେ ମାଛ ବେପାରୀ କୁହନ୍ତି ଏନ୍‌ଏସି ତରଫରୁ ଆମକୁ ପିଣ୍ଡି ଦିଆ ନ ଯିବାରୁ ବାଧ୍ୟ ହୋଇ ଆମେମାନେ ରାସ୍ତାକଡ଼ରେ ବସି ବେପାର କରୁଛୁ। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିତ୍କାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri