Posted inଖେଳ

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌ ବିଜୟ ହାସଲ କରିଛି। ବୁଧବାର ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସବ୍‌ଜୁନିୟର ଓଡ଼ିଶା ଏଫ୍‌ସି ଦଳ ୧୨-୦ ଗୋଲରେ ଏକପାଖିଆ ଭାବେ ପଞ୍ଜାବ ଫୁଟ୍‌ବଲ କ୍ଲବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ପ୍ରଣୟ ଟୋପଓ୍ବାଲ ହ୍ୟାଟ୍ରିକ ଗୋଲ କରିଥିଲେ। ପୁରା ମ୍ୟାଚ୍‌ରେ ଓଡ଼ିଶା ଖେଳାଳିମାନେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ମ୍ୟାଚ୍‌ର ୨୩, ୨୪ ଓ ୨୫ତମ ମିନିଟ୍‌ରେ ଯଥାକ୍ରମେ ସିଦ୍ଧାର୍ଥ ଅଟ୍ରି, ଆଦିତ୍ୟ ଅଧିକାରୀ ଓ ଅକ୍ଷତ ମେହେରଙ୍କ ଗୋଲ ବଳରେ ଓଡ଼ିଶା ୩-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୩୪, ୩୮, ୪୨ ଓ ୪୪ତମ ମିନିଟ୍‌ରେ ଗୋଲସ୍କୋର କରି ଓଡ଼ିଶା ପ୍ରଥମାର୍ଦ୍ଧ ସୁଦ୍ଧା ୮-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ୫୨ ଓ ୫୬ତମ ମିନିଟ୍‌ରେ ଯଥାକ୍ରମେ ସୌରଭ ଯାଦବ ଓ ସମୀର ନକୁଲଙ୍କ ଗୋଲ ବଳରେ ଓଡ଼ିଶାର ଅଗ୍ରଣୀ ୧୦-୦କୁ ବୃଦ୍ଧି ପାଇଥିଲା। ପୂର୍ବରୁ ପ୍ରଥମାର୍ଦ୍ଧରେ ୨ଟି ଗୋଲ କରିଥିବା ପ୍ରଣୟ ୫୫ତମ ମିନିଟ୍‌ରେ ପ୍ରତିପକ୍ଷ ନେଟ୍‌ ମଧ୍ୟକୁ ସଫଳତାର ସହ ବଲ ପଠାଇ ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ଓଡ଼ିଶା ପାଇଁ ଅନ୍ତିମ ଗୋଲ ଆଦି ଜୋଶୀ ଦେଇଥିଲେ। ଜାନୁୟାରୀ ୨୫ରେ ଓଡ଼ିଶା ଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚରେ କନ୍‌ସାଇଣ୍ଟ ଫୁଟ୍‌ବଲ ଦଳକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri