ହାତୀ ଆକ୍ରମଣ ନେଇ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପୁରୀ ଜିଲା ପିପିଲି ଓ ବଳଙ୍ଗାରେ ଏକ ଦନ୍ତାହାତୀ ଆକ୍ରମଣରେ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଥିଲେ। ସେହିଭଳି ସୋମବାର ମଧ୍ୟ ରାଜଧାନୀରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ରେ ମାମଲା ହୋଇଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ଦାବି କରିଛନ୍ତି। ସେହିଭଳି ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏଭଳି ବହୁ ନିରୀହ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ କମିଶନଙ୍କୁ ନିବେଦନ କରିଛନ୍ତି।
ପ୍ରଦୀପ୍ତ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି, ଗୋଟିଏ ବଣୁଆ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟ ଭିତରୁ ବାହାରି ଆସିଲା, ତାହା କିପରି ବନ ବିଭାଗ ଅଧିକାରୀମାନେ ଜାଣିପାରିଲେ ନାହିଁ। ଜଙ୍ଗଲ ନ ଥିବା ଅଞ୍ଚଳରେ ଦିନ ତମାମ ବୁଲି ତାଣ୍ଡବ ରଚିଥିଲେ ମଧ୍ୟ ହାତୀକୁ କାବୁ କରିବାକୁ ପ୍ରକୃତ ତତ୍ପରତା ପ୍ରକାଶ କଲେନାହିଁ। ଯେତେବେଳେ କଣାସ ଅଞ୍ଚଳରେ ରହିଥିବା ଉକ୍ତ ହାତୀର ଫଟୋ ସ୍ଥାନୀୟ ଲୋକେ ଉଠାଇ ବନ ବିଭାଗ ଅଧିକାରୀଙ୍କୁ ପଠାଇଲେ, ସେତେବେଳେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ହାତୀଟି ଚାରିଆଡ଼େ ଘୂରିବୁଲି ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇ ଜଣକ ପରେ ଆଉଜଣକୁ ଆକ୍ରମଣ କଲା। ବନ ବିଭାଗ ଓ ସରକାର ତତ୍ପରତା ପ୍ରକାଶ କରିବାବେଳକୁ ଉନ୍ମତ୍ତ ହାତୀ ୪ ଜୀବନ ନେବା ସହ ବହୁ ଲୋକଙ୍କୁ ଆହତ କରିସାରିଥିଲା। ଘଟଣା ପରେ ସରକାର ମୃତକଙ୍କ ପରିବାରକୁ ୪ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ୫ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ଚିକିତ୍ସା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ସରକାରୀ ସହାୟତା ନାମକୁ ମାତ୍ର। ସେହିଭଳି ଏହି ଘଟଣାରେ ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ କାର୍ଯ୍ୟଧାରା ପଦାରେ ପଡିଥିବା ପ୍ରଦୀପ୍ତ ଦର୍ଶାଇଛନ୍ତି। ଅଧିକାରୀମାନେ ହାତୀର ଗତିବିଧି ସମ୍ପର୍କରେ ଯଦି ଟିକିନିକି ନଜର ରଖିଥାନ୍ତେ ଓ ଖବର ପାଇବା ପରେ ତୁରନ୍ତ ଟ୍ରାଙ୍କୁଲାଇଜ୍‌ କରି ଉକ୍ତ ଦନ୍ତାହାତୀକୁ କାବୁ କରିପାରିଥାନ୍ତେ, ନିଶ୍ଚିତ ଏପରି ହୃଦୟବିଦାରକ ଘଟଣା ଘଟି ନ ଥାନ୍ତା। ମାତ୍ର ସେପରି କୌଣସି ପଦକ୍ଷେପ ନେବାରେ ବନ ବିଭାଗ ବିଫଳ ହେବାରୁ ଅକାଳରେ ଅନେକ ନିରୀହ ଜୀବନ ଚାଲିଗଲା। ତେଣୁ ଏକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ସମେତ ପୁରୀ ଓ ଖୋର୍ଦ୍ଧାର ଜିଲାପାଳ ଏ ନେଇ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ପ୍ରଦୀପ୍ତ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?