ହାତୀ ଆକ୍ରମଣ ନେଇ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପୁରୀ ଜିଲା ପିପିଲି ଓ ବଳଙ୍ଗାରେ ଏକ ଦନ୍ତାହାତୀ ଆକ୍ରମଣରେ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଥିଲେ। ସେହିଭଳି ସୋମବାର ମଧ୍ୟ ରାଜଧାନୀରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ରେ ମାମଲା ହୋଇଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ଦାବି କରିଛନ୍ତି। ସେହିଭଳି ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏଭଳି ବହୁ ନିରୀହ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ କମିଶନଙ୍କୁ ନିବେଦନ କରିଛନ୍ତି।
ପ୍ରଦୀପ୍ତ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି, ଗୋଟିଏ ବଣୁଆ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟ ଭିତରୁ ବାହାରି ଆସିଲା, ତାହା କିପରି ବନ ବିଭାଗ ଅଧିକାରୀମାନେ ଜାଣିପାରିଲେ ନାହିଁ। ଜଙ୍ଗଲ ନ ଥିବା ଅଞ୍ଚଳରେ ଦିନ ତମାମ ବୁଲି ତାଣ୍ଡବ ରଚିଥିଲେ ମଧ୍ୟ ହାତୀକୁ କାବୁ କରିବାକୁ ପ୍ରକୃତ ତତ୍ପରତା ପ୍ରକାଶ କଲେନାହିଁ। ଯେତେବେଳେ କଣାସ ଅଞ୍ଚଳରେ ରହିଥିବା ଉକ୍ତ ହାତୀର ଫଟୋ ସ୍ଥାନୀୟ ଲୋକେ ଉଠାଇ ବନ ବିଭାଗ ଅଧିକାରୀଙ୍କୁ ପଠାଇଲେ, ସେତେବେଳେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ହାତୀଟି ଚାରିଆଡ଼େ ଘୂରିବୁଲି ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇ ଜଣକ ପରେ ଆଉଜଣକୁ ଆକ୍ରମଣ କଲା। ବନ ବିଭାଗ ଓ ସରକାର ତତ୍ପରତା ପ୍ରକାଶ କରିବାବେଳକୁ ଉନ୍ମତ୍ତ ହାତୀ ୪ ଜୀବନ ନେବା ସହ ବହୁ ଲୋକଙ୍କୁ ଆହତ କରିସାରିଥିଲା। ଘଟଣା ପରେ ସରକାର ମୃତକଙ୍କ ପରିବାରକୁ ୪ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ୫ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ଚିକିତ୍ସା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ସରକାରୀ ସହାୟତା ନାମକୁ ମାତ୍ର। ସେହିଭଳି ଏହି ଘଟଣାରେ ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ କାର୍ଯ୍ୟଧାରା ପଦାରେ ପଡିଥିବା ପ୍ରଦୀପ୍ତ ଦର୍ଶାଇଛନ୍ତି। ଅଧିକାରୀମାନେ ହାତୀର ଗତିବିଧି ସମ୍ପର୍କରେ ଯଦି ଟିକିନିକି ନଜର ରଖିଥାନ୍ତେ ଓ ଖବର ପାଇବା ପରେ ତୁରନ୍ତ ଟ୍ରାଙ୍କୁଲାଇଜ୍‌ କରି ଉକ୍ତ ଦନ୍ତାହାତୀକୁ କାବୁ କରିପାରିଥାନ୍ତେ, ନିଶ୍ଚିତ ଏପରି ହୃଦୟବିଦାରକ ଘଟଣା ଘଟି ନ ଥାନ୍ତା। ମାତ୍ର ସେପରି କୌଣସି ପଦକ୍ଷେପ ନେବାରେ ବନ ବିଭାଗ ବିଫଳ ହେବାରୁ ଅକାଳରେ ଅନେକ ନିରୀହ ଜୀବନ ଚାଲିଗଲା। ତେଣୁ ଏକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ସମେତ ପୁରୀ ଓ ଖୋର୍ଦ୍ଧାର ଜିଲାପାଳ ଏ ନେଇ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ପ୍ରଦୀପ୍ତ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri