ହସ୍ପିଟାଲରେ ନାହିଁ ପିପିଇ କିଟ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ଇଟାଲୀ ଏବଂ ସ୍ପେନ୍‌ ଭଳି ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି ହୋଇପାରେ ଏକ ବିରାଟ ସଙ୍କଟ। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ(ପିପିଇ) କିଟ୍‌ ନ ଥିବାରୁ ଏହା ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ନିକଟରେ କେବଳ ଇଟାଲିରେ ୨୩ରୁ ଊର୍ଦ୍ଧ୍ୱ ଡାକ୍ତର କରୋନା ସଂକ୍ରମଣରେ ଜୀବନ ହାରିଥିବାବେଳେ ସ୍ପେନ୍‌ରେ ଏବେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ସଂକ୍ରମଣ ହେବାଦ୍ୱାରା ଅନ୍ୟ ସଂକ୍ରମିତଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି। ଏଭଳିସ୍ଥଳେ ଭାରତ ଯଦି ସେଭଳି ଭୁଲ୍‌ କରେ ତା’ହେଲେ ପରିସ୍ଥିତି ଅସମ୍ଭାଳ ହେବା ସହ ଦେଶରେ ଏହି ମହାମାରୀକୁ ଷ୍ଟେଜ୍‌-୩କୁ ଯିବାକୁ ବେଶି ସମୟ ଲାଗିବନି ବୋଲି ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ୍‌(ଓଏମ୍‌ଏସ୍‌ଏ) ପକ୍ଷରୁ କୁହାଯାଇଛି।
ଏଭଳିସ୍ଥଳେ ଓଡ଼ିଶାର ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ (ପିପିଇ) କିଟ୍‌ ପହଞ୍ଚତ୍ବା ତ ଦୂରର କଥା ସାଧାରଣ ମାସ୍କ ଏବଂ ସାନିଟାଇଜର୍‌ ମିଳିବା ବି କଷ୍ଟକର ହୋଇପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି ସଂକଟାପନ୍ନ ହୋଇ ନ ଥିଲେ ମଧ୍ୟ ଏବେଠାରୁ ଡାକ୍ତରମାନଙ୍କୁ ମାସ୍କ ଏବଂ ସାନିଟାଇଜର୍‌ ମିଳୁନି। ଏପରିକି ବଡ଼ ବଡ଼ କର୍ପୋରେଟ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ମଧ୍ୟ ବିନା ସାନିଟାଇଜର ଏବଂ ସାଧାରଣ କପଡ଼ା ମାସ୍କ ବ୍ୟବହାର କରି କାମ କରିବାକୁ ପଡ଼ୁଛି। ଏଭଳିସ୍ଥଳେ ସରକାରୀ ଏବଂ ଜିଲା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ହସ୍ପିଟାଲ କଥା ନ କହିବା ଭଲ। ଆଗାମୀଦିନରେ ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଏ ତା’ହେଲେ ସାଧାରଣ ପୋଷାକ ଏବଂ ମାସ୍କ ପିନ୍ଧି ରୋଗୀଙ୍କ ଚିକିତ୍ସା କରିବା ଅର୍ଥ ନିଜକୁ ‘ସୁଇସାଇଡ୍‌ ସ୍କ୍ବାଡ୍‌’ରେ ପରିଣତ କରିବା ସହ ସମାନ ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଭଳି ବିନା ପିପିଇ କିଟ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ସହ ସମାନ। ସରକାର ଡାକ୍ତରଙ୍କ ସହ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜାଣି ଜାଣି ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ଆମେ କର୍ତ୍ତବ୍ୟ କରିବାକୁ କେବେ ମନା କରିନୁ କି କରିବୁନି। ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ ଡାକି ୧୦୦ କୋଟି ଖର୍ଚ୍ଚ କରିବା ବେଳକୁ ଯଦି ସରକାରଙ୍କ ପାଖରେ ଅର୍ଥ ଅଛି, ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ସୁରକ୍ଷା ଦେବାବେଳକୁ ସରକାରଙ୍କ ଅର୍ଥ କୁଆଡ଼େ ଯାଉଛି ବୋଲି ସମ୍ପୃକ୍ତ ଡାକ୍ତର ପ୍ରଶ୍ନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌କେୟାର ଲିମିଟେଡ୍‌ କେନ୍ଦ୍ର ସରକାରଙ୍କ ଏକମାତ୍ର ମେଡିକାଲ ଉପକରଣ ପ୍ରସ୍ତୁତକାରୀ ଏଜେନ୍ସି। ତେବେ ଏକମାସ ତଳେ ଦେଶରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ସମ୍ପୃକ୍ତ ଏଜେନ୍ସି ମାଧ୍ୟମରେ ପିପିଇ କିଟ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ହେଲେ ଟେଣ୍ଡର ପ୍ରଦାନରେ କେନ୍ଦ୍ରର ଅବହେଳା ଯୋଗୁ ଏକମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ପିପିଇ କିଟ୍‌ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦିନକୁ ଦିନ ରୋଗୀଙ୍କ ସଂଖା ବଢୁଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାର୍ଗ୍ୟଜନକ ବୋଲି କୁହାଯାଇଛି।

 

ଓଏମ୍‌ଏସ୍‌ଏ ମାଗିଲା ୬ କ୍ରିଟିକାଲ ଆଇଟମ୍‌
ଓଡ଼ିଶାରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ତୁରନ୍ତ ସମସ୍ତ ହସ୍ପିଟାଲ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ମାତ୍ରାରେ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ(ପିପିଇ) କିଟ୍‌ ଯୋଗାଇଦେବାକୁ ଦାବିହୋଇଛି। ପ୍ରତ୍ୟେକ ହସ୍ପିଟାଲକୁ ୬ଟି କ୍ରିଟିକାଲ ଆଇଟମ୍‌ ତଥା ଏନ୍‌୯୫ ରେସ୍ପିରେଟର, ୧୦୦% ନାଇଟ୍ରାଇଲ, ପାଉଡର୍‌ ଫ୍ରୀ, ଲାଟେକ୍ସ ଫ୍ରୀ ସୁପେରିୟର ପଂକ୍‌ଚର ଏବଂ ଟିୟର ରେଜିଷ୍ଟାଣ୍ଟ ଏଚ୍‌ଡି ଗ୍ଲୋଭ୍‌ସ, ଏଏନ୍‌ଏସ୍‌ଆଇ ଦ୍ୱାରା ସ୍ବୀକୃତ ଗଗଲ୍ସ ବା ଚଷମା, ଡିସ୍‌ପୋଜେବୁଲ୍‌ ବୁଟ୍‌ କଭର୍‌ ଓ ଗାଉନ୍‌ ଆଦି ତୁରନ୍ତ ପଠାଇବାକୁ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ୍‌(ଓଏମ୍‌ଏସ୍‌ଏ) ଦାବି କରିଛି। ନହେଲେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହେବାରେ ଡେରି ହେବନି ବୋଲି ଓଏମ୍‌ଏସ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?