ହସ୍ପିଟାଲରେ ନାହିଁ ପିପିଇ କିଟ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ଇଟାଲୀ ଏବଂ ସ୍ପେନ୍‌ ଭଳି ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି ହୋଇପାରେ ଏକ ବିରାଟ ସଙ୍କଟ। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ(ପିପିଇ) କିଟ୍‌ ନ ଥିବାରୁ ଏହା ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ନିକଟରେ କେବଳ ଇଟାଲିରେ ୨୩ରୁ ଊର୍ଦ୍ଧ୍ୱ ଡାକ୍ତର କରୋନା ସଂକ୍ରମଣରେ ଜୀବନ ହାରିଥିବାବେଳେ ସ୍ପେନ୍‌ରେ ଏବେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ସଂକ୍ରମଣ ହେବାଦ୍ୱାରା ଅନ୍ୟ ସଂକ୍ରମିତଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି। ଏଭଳିସ୍ଥଳେ ଭାରତ ଯଦି ସେଭଳି ଭୁଲ୍‌ କରେ ତା’ହେଲେ ପରିସ୍ଥିତି ଅସମ୍ଭାଳ ହେବା ସହ ଦେଶରେ ଏହି ମହାମାରୀକୁ ଷ୍ଟେଜ୍‌-୩କୁ ଯିବାକୁ ବେଶି ସମୟ ଲାଗିବନି ବୋଲି ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ୍‌(ଓଏମ୍‌ଏସ୍‌ଏ) ପକ୍ଷରୁ କୁହାଯାଇଛି।
ଏଭଳିସ୍ଥଳେ ଓଡ଼ିଶାର ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ (ପିପିଇ) କିଟ୍‌ ପହଞ୍ଚତ୍ବା ତ ଦୂରର କଥା ସାଧାରଣ ମାସ୍କ ଏବଂ ସାନିଟାଇଜର୍‌ ମିଳିବା ବି କଷ୍ଟକର ହୋଇପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି ସଂକଟାପନ୍ନ ହୋଇ ନ ଥିଲେ ମଧ୍ୟ ଏବେଠାରୁ ଡାକ୍ତରମାନଙ୍କୁ ମାସ୍କ ଏବଂ ସାନିଟାଇଜର୍‌ ମିଳୁନି। ଏପରିକି ବଡ଼ ବଡ଼ କର୍ପୋରେଟ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ମଧ୍ୟ ବିନା ସାନିଟାଇଜର ଏବଂ ସାଧାରଣ କପଡ଼ା ମାସ୍କ ବ୍ୟବହାର କରି କାମ କରିବାକୁ ପଡ଼ୁଛି। ଏଭଳିସ୍ଥଳେ ସରକାରୀ ଏବଂ ଜିଲା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ହସ୍ପିଟାଲ କଥା ନ କହିବା ଭଲ। ଆଗାମୀଦିନରେ ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଏ ତା’ହେଲେ ସାଧାରଣ ପୋଷାକ ଏବଂ ମାସ୍କ ପିନ୍ଧି ରୋଗୀଙ୍କ ଚିକିତ୍ସା କରିବା ଅର୍ଥ ନିଜକୁ ‘ସୁଇସାଇଡ୍‌ ସ୍କ୍ବାଡ୍‌’ରେ ପରିଣତ କରିବା ସହ ସମାନ ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଭଳି ବିନା ପିପିଇ କିଟ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ସହ ସମାନ। ସରକାର ଡାକ୍ତରଙ୍କ ସହ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜାଣି ଜାଣି ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ଆମେ କର୍ତ୍ତବ୍ୟ କରିବାକୁ କେବେ ମନା କରିନୁ କି କରିବୁନି। ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ ଡାକି ୧୦୦ କୋଟି ଖର୍ଚ୍ଚ କରିବା ବେଳକୁ ଯଦି ସରକାରଙ୍କ ପାଖରେ ଅର୍ଥ ଅଛି, ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ସୁରକ୍ଷା ଦେବାବେଳକୁ ସରକାରଙ୍କ ଅର୍ଥ କୁଆଡ଼େ ଯାଉଛି ବୋଲି ସମ୍ପୃକ୍ତ ଡାକ୍ତର ପ୍ରଶ୍ନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌କେୟାର ଲିମିଟେଡ୍‌ କେନ୍ଦ୍ର ସରକାରଙ୍କ ଏକମାତ୍ର ମେଡିକାଲ ଉପକରଣ ପ୍ରସ୍ତୁତକାରୀ ଏଜେନ୍ସି। ତେବେ ଏକମାସ ତଳେ ଦେଶରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ସମ୍ପୃକ୍ତ ଏଜେନ୍ସି ମାଧ୍ୟମରେ ପିପିଇ କିଟ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ହେଲେ ଟେଣ୍ଡର ପ୍ରଦାନରେ କେନ୍ଦ୍ରର ଅବହେଳା ଯୋଗୁ ଏକମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ପିପିଇ କିଟ୍‌ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦିନକୁ ଦିନ ରୋଗୀଙ୍କ ସଂଖା ବଢୁଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାର୍ଗ୍ୟଜନକ ବୋଲି କୁହାଯାଇଛି।

 

ଓଏମ୍‌ଏସ୍‌ଏ ମାଗିଲା ୬ କ୍ରିଟିକାଲ ଆଇଟମ୍‌
ଓଡ଼ିଶାରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ତୁରନ୍ତ ସମସ୍ତ ହସ୍ପିଟାଲ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ମାତ୍ରାରେ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପ୍‌ମେଣ୍ଟ(ପିପିଇ) କିଟ୍‌ ଯୋଗାଇଦେବାକୁ ଦାବିହୋଇଛି। ପ୍ରତ୍ୟେକ ହସ୍ପିଟାଲକୁ ୬ଟି କ୍ରିଟିକାଲ ଆଇଟମ୍‌ ତଥା ଏନ୍‌୯୫ ରେସ୍ପିରେଟର, ୧୦୦% ନାଇଟ୍ରାଇଲ, ପାଉଡର୍‌ ଫ୍ରୀ, ଲାଟେକ୍ସ ଫ୍ରୀ ସୁପେରିୟର ପଂକ୍‌ଚର ଏବଂ ଟିୟର ରେଜିଷ୍ଟାଣ୍ଟ ଏଚ୍‌ଡି ଗ୍ଲୋଭ୍‌ସ, ଏଏନ୍‌ଏସ୍‌ଆଇ ଦ୍ୱାରା ସ୍ବୀକୃତ ଗଗଲ୍ସ ବା ଚଷମା, ଡିସ୍‌ପୋଜେବୁଲ୍‌ ବୁଟ୍‌ କଭର୍‌ ଓ ଗାଉନ୍‌ ଆଦି ତୁରନ୍ତ ପଠାଇବାକୁ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ୍‌(ଓଏମ୍‌ଏସ୍‌ଏ) ଦାବି କରିଛି। ନହେଲେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହେବାରେ ଡେରି ହେବନି ବୋଲି ଓଏମ୍‌ଏସ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri