ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ୮ ଓ ଆର୍‌ଟିଓରୁ ୧୮ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଆର୍‌ଟିଓରୁ ସର୍ବାଧିକ ୮ଜଣ ଗିରଫ ହୋଇଥିବାବେଳେ ଯାଜପୁର ଆର୍‌ଟିଓରୁ ୧, କେନ୍ଦ୍ରାପଡାରୁ ୨, ପୁରୀରୁ ୨, ନୟାଗଡ଼ରୁ ୧, ଗଜପତି ଆର୍‌ଟିଓରୁ ୨, ରାଉରକେଲା ଓ ସୋନପୁର ଆର୍‌ଟିଓରୁ ଜଣେ ଲେଖାଏ ଦଲାଲ ଧରାପଡ଼ିଛନ୍ତି। ସେହିଭଳି କଟକ ବଡ଼ମେଡିକାଲରୁ ୨ଜଣ, ଗଜପତି ମେଡିକାଲରୁ ୧, ସୋନପୁର ହସ୍ପିଟାଲରୁ ୨ ଓ ଦେବଗଡ଼ରୁ ୩ ଗିରଫ ହୋଇଛନ୍ତି ବୋଲି ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି।
ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ପତିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଭୁବନେଶ୍ୱରସ୍ଥିତ ଆର୍‌ଟିଓ-୧ରେ ଚଢ଼ାଉ କରି ୮ଜଣ ଦଲାଲଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ରସୁଲଗଡ ପଳାଶୁଣୀ ଅଞ୍ଚଳର ଲଲିତ ମୋହନ ମହାପାତ୍ର(୪୫), ଜଗତ୍‌ସିଂହପୁର ନାଉଗାଁ ଅଞ୍ଚଳର ଭାଗ୍ୟବନ୍ତ ପାଢ଼ୀ(୨୫) ଓ ରଶ୍ମୀରଞ୍ଜନ ସ୍ବାଇଁ(୩୬),ଶୈଳଶ୍ରୀବିହାର ଅଞ୍ଚଳର ପ୍ରତାପ କୁମାର ନାୟକ(୫୩), ଲକ୍ଷ୍ମୀସାଗର ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ(୪୨), ମଞ୍ଚେଶ୍ୱର ପାଣ୍ଡରା ଅଞ୍ଚଳର ରାଧାକୃଷ୍ଣ ମିଶ୍ର(୫୨), ନନ୍ଦନକାନନ ଗଣ୍ଡରପୁର ଅଞ୍ଚଳର ଦେବରାଜ ବେହେରା(୪୬)।
ସେହିଭଳି ଏସ୍‌ସିବି ମେଡିକାଲରୁ ୨ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଥାନା ଅନ୍ତର୍ଗତ ମହ୍ଲାସାହିର ଗିରିଶ କୁମାର ମହାନ୍ତି ଓ ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ବାରବାଟିଆର ସୁବଳ ଚରଣ ଦାସ। ଏ ନେଇ ଥାନାରେ ଏକ ମାମଲା(ନଂ. ୨୨୮/୧୯) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ସୋମବାର ଦୁଇଜଣ ଦଲାଲ ଏସ୍‌ସିବି ମେଡିକାଲରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଉଥିଲେ। ଏକ ନିର୍ଦ୍ଦିଷ୍ଟ ଘରୋଇ କ୍ଲିନିକରେ କମ୍‌ ପଇସାରେ ଉନ୍ନତମାନର ଚିକିତ୍ସା କରାଯାଉଛି ବୋଲି ଦଲାଲ କହିଥିଲେ। ଏ ସମ୍ପର୍କରେ ସାଦା ପୋଷାକରେ ଥିବା ପୋଲିସ ଜାଣିବା ପରେ ଉଭୟଙ୍କୁ ମେଡିକାଲର ବ୍ଲଡବ୍ୟାଙ୍କ ନିକଟରୁ କାବୁ କରିଥିଲା। ରବିବାର ପୋଲିସ ଏସ୍‌ସିବି ମେଡିକାଲରେ ଚଢାଉ କରି ୫ ଜଣ ଦଲାଲଙ୍କୁ ଗିରଫ କରିଥିଲା।
ଅନ୍ୟପକ୍ଷେରେ କେଉଁ ମାପଦଣ୍ଡ ଆଧାରରେ ଦଲାଲଙ୍କୁ ଚିହ୍ନଟ କରାଯାଉଛି ତାହାକୁ ନେଇ ଏବେ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। ଅନେକ ସମୟରେ ଯେଉଁମାନେ କାନ୍ଧରେ ବ୍ୟାଗ୍‌ ପକାଇ ହସ୍ପିଟାଲକୁ ଯାଉଛନ୍ତି ପୋଲିସ ସେମାନଙ୍କୁ ଗିରଫ କରି ନେଉଥିବା ଅଭିଯୋଗ ଆସୁଛି। ପ୍ରକୃତରେ ଯେଉଁମାନେ ଦଲାଲ ସେମାନଙ୍କର ହସ୍ପିଟାଲ ଫାଣ୍ଡି ପୋଲିସ ସହ ଲିଙ୍କ୍‌ ରହୁଛି। ପୋଲିସ ଚଢାଉ ପୂର୍ବରୁ ସେମାନେ ଦଲାଲମାନଙ୍କୁ ସୂଚନା ଦେଉଛନ୍ତି ଆଇନଜୀବୀ ଦୁର୍ଗାପ୍ରଦାସ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri