ହକି ଟର୍ଫ

ରାଜ୍ୟ ସରକାର ହକି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରେ ମିନି ଷ୍ଟାଡିୟମ ଓ ଖେଳ ପଡିଆ ଉନ୍ନତୀକରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯାଇ ସେଠାରେ ହକି ଟର୍ଫ ପକାଇବାକୁ ସ୍ଥିର କରାଯାଇଥିଲା। ଯାହା ଜିଲାରେ ହକି ଖେଳାଳିଙ୍କ ପାଇଁ ଖୁସିର ଖବର ଥିଲା। ଜିଲାର ଅଧିକାଂଶ ହକି ଖେଳାଳି ଯୁଯୁମୁରା ବ୍ଲକରୁ ଆସିଛନ୍ତି। ସେଠାରେ ପଡିଆ ଓ ଗମନାଗମନ ସୁବିଧା ରହିଛି। ଆବଶ୍ୟକ ପଡିଲେ ଆଗାମୀ ଦିନରେ ସେଠାରେ ଟୁର୍ନାମେଣ୍ଟର ଆୟୋଜନ କରିହେବ। ସେଥିପାଇଁ ଯୁଯୁମୁରା ହାଇସ୍କୁଲ ପଡିଆରେ ଏକ ମିନିଷ୍ଟାଡିୟମ ନିର୍ମାଣ କରି ଟର୍ଫ ପକାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତତ୍କାଳୀନ ଜିଲାପାଳ ସମର୍ଥ ବର୍ମା ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଏଥିପାଇଁ ଉଦ୍ୟମ କରିଥିଲେ। ୨୦୧୮ରେ ହକି ବିଶ୍ୱ କପ୍‌ ରାଜ୍ୟରେ ଆୟୋଜନ କରାଯାଇଥିଲା। ସେତେବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଗୋଟିଏ ହକି ଟର୍ଫ ସମ୍ବଲପୁର ଜିଲାକୁ ଅଣାଯାଇଥିଲା। ହେଲେ ପ୍ରାୟ ୧ ବର୍ଷ ହେଲା ଯୁଯୁମୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ତାହା ପଡିରହିଛି। ଖରା,ବର୍ଷାରେ ଏହି ଟର୍ଫ ନଷ୍ଟ ହେବାକୁ ବସିଲାଣି। ଏଣେ ସ୍କୁଲ ପଡ଼ିଆରେ ମିନି ଷ୍ଟାଡିୟମ କାମ ଧୀମେଇ ଚାଲିଛି। ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମ ପାଇଁ ୪ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ସେହି ଟଙ୍କାରେ ସ୍କୁଲ ପଡିଆରେ ମାଟି ପକାଯାଇ ସମତୁଲ କରାଯିବା ସହ ଚାରିପାଖରେ ପ୍ରାଚୀର ନିର୍ମାଣ ହେବ। ଗ୍ୟାଲେରି ନିର୍ମାଣ ସହିତ ଲାଇଟ ବ୍ୟବସ୍ଥା କରାଯିବା ପରେ ହକି ଟର୍ଫ ପକାଯିବ। ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ ଗୁରୁତ୍ୱ ଦେବାକୁ କ୍ରୀଡାପ୍ରେମୀମାନେ ଦାବି କରିଛନ୍ତି। ସମ୍ବଲପୁର ଜିଲାରୁ ଅନେକ ହକି ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଏଠାରେ ମଧ୍ୟ ଏକ ଉନ୍ନତ ହକି ଷ୍ଟାଡିୟମ ନିର୍ମାଣ ଉପରେ ସମସ୍ତ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri